କରୋନା ନେଲା ଆଉ ୮ ଜୀବନ

ଭୁବନେଶ୍ୱର,୨୭।୧(ବ୍ୟୁରୋ): ରାଜ୍ୟରେ ଆଉ ୮ ମୁଣ୍ଡ ନେଇଛି କରୋନା। ମୃତକଙ୍କ ମଧ୍ୟରେ ବାଲେଶ୍ୱରର ୮୦ ବର୍ଷୀୟ ବୃଦ୍ଧ ଥିବା ବେଳେ ଭୁବନେଶ୍ୱରର ୮୨ ବର୍ଷୀୟ ବୃଦ୍ଧ, କେନ୍ଦୁଝରର ୬୪ ବର୍ଷୀୟ ବୃଦ୍ଧା, କୋରାପୁଟର ୪୫ ବର୍ଷୀୟ ବ୍ୟକ୍ତି,ରାୟଗଡ଼ାର ୪୫ ବର୍ଷୀୟ ମହିଳା, ସୁନ୍ଦରଗଡ଼ର ୭୫ ବର୍ଷୀୟ ବୃଦ୍ଧ, ୩୮ ବର୍ଷୀୟ ମହିଳା, ୫୫ ବର୍ଷୀୟ ମହିଳା ଅଛନ୍ତି। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ କରି ସୂଚନା ଦିଆଯାଇଛି।