ଗିରଫ ହେଲେ ୮ ମାଓବାଦୀ

ମାଲକାନଗିରି,୬ା୧୧(ଡି.ଏନ.ଏ.): ଜଙ୍ଗଲରେ ସର୍ଚ୍ଚ ଅପରେଶନ ଚାଲିଥିବା ସମୟରେ ଶୁକ୍ରବାର ସୁକ୍‌ମା ପୋଲିସ ହାତରେ ୮ ମାଓବାଦୀ ଧରାପଡିଛନ୍ତି। ଜିଲାର ଚିନ୍ତଲନାର ଥାନା ଅନ୍ତର୍ଗତ ମୋରାପାଲ୍ଲି, ତିମ୍ମାପୁରମ ଓ ଜଜ୍ବାଗଟା ଜଙ୍ଗଲରେ ଡିଆରଜି ଓ ୨୦୧ କୋବ୍ରା ବାଟାଲିୟନ ଯବାନମାନେ ମିଳିତ ଭାବେ କୋମ୍ବିଂ ଅପରେଶନ କରୁଥିଲେ। ଏହି ସମୟରେ ଗୋଇନ୍ଦା ସୂଚନା ଅନୁସାରେ ୮ ଜଣ ମାଓବାଦୀ ଧରାପଡିଥିଲେ। ଦୀର୍ଘଦିନ ଧରି ସେମାନେ ସଙ୍ଗଠନରେ କାର୍ଯ୍ୟ କରି ଆସୁଥିଲେ। ଯବାନଙ୍କ ଉପରେ ଆକ୍ରମଣ, ଉନ୍ନୟନମୂଳକ କାମକୁ ବିରୋଧ କରି ଗାଡି ପୋଡିିବା, ରାସ୍ତା କାଟିବା, ସାଧାରଣ ଲୋକଙ୍କୁ ପୋଲିସ ଇନଫର୍ମର ସନ୍ଦେହରେ ହତ୍ୟା କରିବା ଆଦି ଘଟଣାରେ ସମ୍ପୃକ୍ତ ରହିଥିଲେ। ଗିରଫ ପରେ ଶୁକ୍ରବାର ସମସ୍ତଙ୍କୁ କୋଟ ଚାର୍ଲାଣ କରାଯାଇଥିବା ସୁକୁମା ଏସ୍‌ପି କହିଛନ୍ତି।