କୁଇଣ୍ଟାଲ ପିଛା ୮ କେ.ଜି. କଟ୍‌ନୀ

ବଇଣ୍ଡା, ୩୦ା୧(ଡି.ଏନ୍‌.ଏ.)  କିଶୋରନଗର ବ୍ଲକ ବଇଣ୍ଡାସ୍ଥିତ ଲୁହାମୁଣ୍ଡା ସେବା ସମବାୟ ସମିତିରେ ଶନିବାର କୁଇଣ୍ଟାଲ ପିଛା ୮କେ.ଜି. ଧାନ କଟ୍‌ନୀକୁ ନେଇ ଚାଷୀ ଅସେନ୍ତାଷ ଦେଖାଦେଇଛି। ଧାନ ସଂଗ୍ରହ ଦାୟିତ୍ୱରେ ଥିବା ମିଲର ମନଇଚ୍ଛା ଏଭଳି କରୁଥିବା ସେମାନେ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଉକ୍ତ ସେବା ସମବାୟ ସମିତି ଅଧୀନରେ ଗଁା ବଇଣ୍ଡା, ନୁନୁକାପଶି, ଜାମୁନାଳୀ, ଲୁହାମୁଣ୍ଡା, କଣ୍ଟେଇକୋଳିଆ, ବିଲେଇନାଳି, ପେଡିପଥର ଆଦି ୭ ପଞ୍ଚାୟତର ଚାଷୀ ଧାନ ବିକ୍ରି କରିବା ପାଇଁ ସରକାରୀ ସ୍ତରରେ ଧାର୍ଯ୍ୟ କରାଯାଇଛି। ଅନୁଗୋଳର ଜଣେ ମିଲରଙ୍କୁ ଧାନ କିଣିବାକୁ ଅନୁମତି ଦିଆଯାଇଛି। ଅଦ୍ୟାବଧି ୨୭୯ ଚାଷୀଙ୍କଠାରୁ ୯ ହଜାର ୨୩୫ କୁଇଣ୍ଟାଲ ଧାନ କିଣା ହୋଇଛି। ତେବେ ମଣ୍ଡିରେ ବ୍ୟାପକ ଅନିୟମିତତା ହେଉଛି। ଚାଷୀଙ୍କଠାରୁ ୫ କେ.ଜି.ରୁ ୮ କେ.ଜି. ଲେଖାଏ ଧାନ କଟ୍‌ନୀ କରାଯାଉଛି। ଚାଷୀଙ୍କ ଗଚ୍ଛିତ ଧାନ ବିଳମ୍ବରେ ଉଠାଯାଉଛି। ବିଭାଗୀୟ ଅଧିକାରୀ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବା ସହ ଧାନକିଣାରେ ହସ୍ତକ୍ଷେପ କରିବା ଲାଗି ବୃଷଭ ପ୍ରଧାନ, ନରେଶ ସାହୁ , ସ୍ବରୂପକାନ୍ତ ପ୍ରଧାନ, ଲକ୍ଷ୍ମଣ ସ୍ବାଇଁ, ବୀରବର ସାହୁ ପ୍ରମୁଖ ଦାବି କରିଛନ୍ତି
ଅନ୍ୟପଟେ ଚାଷୀଙ୍କଠାରୁ ମିଲର କୁଇଣ୍ଟାଲ ପିଛା ୩ କେ.ଜି. ଲେଖାଏ ଧାନ କାଟୁଥିବା ସୋସାଇଟ ସମ୍ପାଦକ ରମେଶ କୁମାର ଦେହୁରୀ ସ୍ପଷ୍ଟୀକରଣ ଦେଇଛନ୍ତ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସମେତ ଏହି ୫ଦେଶକୁ ଇରାନ କହିଲା ଭଲ ବନ୍ଧୁ, ଯୁଦ୍ଧ ଭିତରେ କରିଦେଲା ବଡ଼ ଘୋଷଣା, ଟ୍ରମ୍ପ ଶୁଣି ଛାନିଆ!

ତେହରାନ,୨୬।୩: ଇରାନ-ଇସ୍ରାଏଲ-ଆମେରିକା ବିବାଦର ୨୭ତମ ଦିନରେ, ଇରାନ ଏକ ଆଶ୍ୱସ୍ତିକର ଖବର ଦେଇଛି। ଇରାନର ଉପ-ବୈଦେଶିକ ମନ୍ତ୍ରୀ ଆବାସ ଆରାକଚି ଘୋଷଣା କରିଛନ୍ତି ଯେ ଭାରତ ସମେତ…

ହରମୁଜରେ ୫ ଯୁଦ୍ଧ ଜାହାଜ ଓହ୍ଲାଇଲା ଭାରତ, ଆଗକୁ କିଛି ବଡ଼…

ନୂଆଦିଲ୍ଲୀ,୨୬।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଜଡିତ ବିବାଦ ମଧ୍ୟରେ, ହରମୁଜ ପ୍ରଣାଳୀ ଆଲୋଚନାର ଏକ କେନ୍ଦ୍ରୀୟ ବିଷୟ ପାଲଟିଛି। ବିଶ୍ୱର ପ୍ରାୟ 20% ରୁ…

ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ…

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟକ୍‌: ୧୦ ଯାତ୍ରୀ ଜୀବନ୍ତ ଦଗ୍ଧ

ହାଇଦ୍ରାବାଦ,୨୬।୩: ଆନ୍ଧ୍ରପ୍ରଦେଶର ମାର୍କାପୁରମ ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦଶ ଜଣ ପ୍ରାଣ ହରାଇଛନ୍ତି। ରାୟାବରମ ନିକଟରେ କାଠ ଖଣି ନିକଟରେ ଏକ…

ଅହିଂସା ଓ ଅସ୍ପୃଶ୍ୟତା

ଅହିଂସାକୁ ହିନ୍ଦୁଧର୍ମରେ ଶ୍ରେଷ୍ଠ ସଦାଚାର ବା ଗୁଣ ବୋଲି ବିବେଚନା କରାଯାଏ। ଏହା ସଦାଚାରୀ ସନ୍ନ୍ୟାସୀ, ଦୟାଶୀଳ ଋଷି ତଥା ଶ୍ରେଷ୍ଠ ନୈତିକ ଜୀବନର ଭାବମୂର୍ତ୍ତିକୁ ପରିପ୍ରକାଶକରେ।…

ଏତିକି ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି: ନିଃସନ୍ତାନ ମହିଳା ହେବେ ସନ୍ତାନ ପ୍ରାପ୍ତି

ଭୁବନେଶ୍ୱର,୨୬।୩: ରୁକୁଣା ରଥଯାତ୍ରା ପୂର୍ବରୁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡ ପାଣି ନିଲାମ ହୋଇଛି। ୭୦୦୧ ଟଙ୍କାରେ ନିଲାମ ହେଲା ମରିଚି କୁଣ୍ଡ ପାଣି।…

ହୋଟେଲ, ରେଷ୍ଟୁରାଣ୍ଟରେ ‘ଏଲ୍‌ପିଜି ଚାର୍ଜ’ ନେବା ବେଆଇନ

ଭୁବନେଶ୍ୱର,୨୬ା୩(ଅନୁରାଧା ମହାରଣା):କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ (ସିସିପିଏ), ହୋଟେଲ ଏବଂ ରେଷ୍ଟୁରାଣ୍ଟଗୁଡିକ ଦ୍ୱାରା ଗ୍ରାହକଙ୍କ ବିଲ୍‌ରେ ଏଲ୍‌ପିଜି ଚାର୍ଜ, ଗ୍ୟାସ୍‌ ସର୍‌ଚାର୍ଜ ଏବଂ ଇନ୍ଧନ ମୂଲ୍ୟ ଭରଣା…

ସରିଯିବ ଧାନକିଣା ଅବଧି, ସମସ୍ୟା ଅସମାହିତ

ବରଗଡ଼,୨୬ା୩(ପ୍ରେମାନନ୍ଦ ଖମାରୀ): ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ସରିବାକୁ ଆଉ ମାତ୍ର ୬ ଦିନ ବାକି। ମାତ୍ର ବରଗଡ଼ ଜିଲାର ବିଭିନ୍ନ ବ୍ଲକର ଚାଷୀମାନେ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri