ବନ୍ଦ ହେଲା ହୀରାକୁଦ ଡ୍ୟାମ୍‌ର ୮ ଗେଟ୍‌

ସମ୍ବଲପୁର, ୧୮।୮(ବ୍ୟୁରୋ): ହୀରାକୁଦ ଜଳଭଣ୍ଡାରରେ ଖୋଲାଯାଇଥିବା ୪୦ଟି ଗେଟ୍‌ ମଧ୍ୟରୁ ଗୁରୁବାର ଆଉ ୮ଟି ଗେଟ୍‌କୁ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ୩୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ ହେଉଥିବା ଜଣାପଡିଛି। ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଅଧିକ ଗେଟ୍‌ ଖୋଲାଯାଇଥିଲା। ହେଲେ ରାଜ୍ୟରେ ବନ୍ୟା ନିୟନ୍ତ୍ରଣକୁ ଦୃଷ୍ଟିରେ ରଖି ଗେଟ୍‌କୁ ବନ୍ଦ କରାଯାଇଥିବା ସୂଚନା ମିଳିଛି।