୮ ବର୍ଷରେ ମଲେଣି ୮ହାତୀ

ସୋନପୁର,୯ା୫(ନି.ପ୍ର.): ସୁବର୍ଣ୍ଣପୁର ଜିଲାରେ ହାତୀଙ୍କ ଆବାସସ୍ଥଳୀ ଅସୁରକ୍ଷିତ ହୋଇପଡିଛି। କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ବି ହାତୀଙ୍କୁ ସୁରକ୍ଷା ଦିଆ ଯାଇପାରୁନି। ବିଦ୍ୟୁତ୍‌ ଆଘାତରେ ପ୍ରାୟତଃ ଅଧିକାଂଶ ହାତୀଙ୍କ ଜୀବନ ଯାଉଛି। ଗତ ୮ ବର୍ଷ ମଧ୍ୟରେ ଜିଲାରେ ୮ ହାତୀଙ୍କ ମୃତ୍ୟୁ ହୋଇଛି। ସେହି ଅନୁପାତରେ ସାଧାରଣ ଲୋକଙ୍କ ଜୀବନହାନୀ ମଧ୍ୟ ଘଟିଛି। ବଣୁଆ ହାତୀଙ୍କ ଗତିବିଧି ଉପରେ ତୀକ୍ଷ୍‌ଣ ଦୃଷ୍ଟି ରଖିବା ପାଇଁ ସରକାରଙ୍କ ପକ୍ଷରୁ ଏଲିଫ୍ୟାଣ୍ଟ ଟ୍ରାକିଂ ବ୍ୟବସ୍ଥା କରାଯାଇଛି। କିନ୍ତୁ ଜିଲାରେ ହାତୀ ମୃତ୍ୟୁ ହାର ଉଦ୍‌ବେଗଜନକ ରହିଛି। ବର୍ତ୍ତମାନ ଜିଲାରେ ଗଜରାଜଙ୍କ ଜୀବନ ସଙ୍କଟରେ ରହିଛି। ଗୋଟିଏ ପଟେ ଜଙ୍ଗଲ ସୁରକ୍ଷା, ବନ୍ୟଜନ୍ତୁଙ୍କ ପାଇଁ ଜଳଉତ୍ସ ଖନନ, ହାତୀଙ୍କ ଖାଦ୍ୟ ପାଇଁ ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି। ହାତୀଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଏଲିଫ୍ୟାଣ୍ଟ ସ୍କ୍ବାଡ ଗଠନ କରାଯାଇଛି। କର୍ମଚାରୀଙ୍କୁ ନିୟାଜିତ ହୋଇଛନ୍ତି। ମାତ୍ର ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁ ସେଭଳି ଯୋଜନା କେବଳ କାଗଜପତ୍ରରେ ସୀମିତ ରହିଛି। ଏଲିଫ୍ୟାଣ୍ଟ ସ୍କ୍ବାଡର କର୍ମଚାରୀଙ୍କୁ ଜଙ୍ଗଲରେ ନିୟୋଜିତ କରା ନ ଯାଇ ଅଫିସ, ଅଧିକାରୀଙ୍କ ବାସଭବନ ଓ ବଗିଚା କାମରେ ଲଗାଯାଉଛି। ପଳରେ ହାତୀପଲ ଗାଁ ମୁହାଁ ହୋଇ ଶତାଧିକ ଏକର ଜମିରେ ବ୍ୟାପକ ଧାନ ଫସଲ ନଷ୍ଟ କରୁଛନ୍ତି। ଜିଲାର ବାରପାହାଡ ଓ ଉଲୁଣ୍ଡା ଜଙ୍ଗଲଟି ହାତୀମାନଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ହୋଇଥିବାରୁ ପ୍ରତ୍ୟେକ ବର୍ଷ ସମ୍ବଲପୁର ଜିଲାର ରେଢାଖୋଲ ଓ ବଲାଙ୍ଗୀର ଜିଲାର ଲୋଇସିଂହା ଜଙ୍ଗଲ ଦେଇ ହାତୀମାନେ ଏଠାକୁ ଆସି ମାସ ମାସ ଧରି ରହିଥାନ୍ତି।
ଜଙ୍ଗଲରେ ହାତୀଙ୍କ ଖାଦ୍ୟ ଓ ପାଣିର ସୁବିଧା ପାଇଁ ବନବିଭାଗ ପକ୍ଷରୁ ପ୍ରତିବର୍ଷ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଛି। ହାତୀଙ୍କ ଖାଦ୍ୟର ସୁବିଧା ପାଇଁ ସୋନପୁର ଫରେଷ୍ଟ ରେଞ୍ଜ ପକ୍ଷରୁ ୨୦୧୫-୧୬ ଆର୍ଥିକ ବର୍ଷରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଶଙ୍ଖଚୋଳ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲର ରାସ୍ତାକଡରେ ହାତୀଙ୍କ ପାଇଁ ୧୦ହେକ୍ଟର ଜମିରେ ହାତୀ ଖାଦ୍ୟ ଚାରାରୋପଣ ପ୍ରକଳ୍ପ ସୃଷ୍ଟି କରାଯାଇଥିଲା। ଉଦ୍ଦେଶ୍ୟ ଥିଲା ହାତୀପଲ ଖାଦ୍ୟ ଅନ୍ବେଷଣରେ ଆଉ ଜନବସତି ମଧ୍ୟକୁ ନଯାଇ ଜଙ୍ଗଲରେ ଆବଶ୍ୟକ ଖାଦ୍ୟ ସୁବିଧାରେ ପାଇପାରିବେ। ଫଳରେ ହାତୀମାନେ ଖାଦ୍ୟ ଭାବରେ ଗ୍ରହଣ କରୁଥିବା ଶିଶୁ, ବାଉଁଶ, ଗମ୍ଭାରୀ, ଅଁଳା, ଖଇର ଓ ବର ଆଦି କିସମର ୧୬ ହଜାର ଚାରା ରୋପଣ କରାଯାଇଥିଲା। କିନ୍ତୁ ଆବଶ୍ୟକ ରକ୍ଷଣାବେକ୍ଷଣ ଅଭାବ ଯୋଗୁ ବର୍ତ୍ତମାନ ଏହି ପ୍ରକଳ୍ପ କେବଳ ଫଳକରେ ସୀମିତ ରହିଛି।
ଜିଲାର ୪ଟି ବନକ୍ଷେତ୍ରାଞ୍ଚଳରେ ୧୫ଟି ଏଲିଫ୍ୟାଣ୍ଟ ସ୍କ୍ବାଡ ଅଛନ୍ତି । ସେହିପରି ଏକାଧିକ ଏଲିଫ୍ୟାଣ୍ଟ ଟ୍ରାକର ଦଳ ରହିଛନ୍ତି। ଏହା ସତ୍ତ୍ୱେ ହାତୀ ମୃତ୍ୟୁକୁ ରୋକା ଯାଇପାରୁନି। ଗତ ଅପ୍ରେଲ ୧୧ ତାରିଖ ଭୋର ସମୟରେ ବିନିକା ରେଞ୍ଜ ବାରଡୁଙ୍ଗୁରି ସଂରକ୍ଷିତ ଜଙ୍ଗଲରେ ଏକ ଦନ୍ତାହାତୀର ମୃତ୍ୟୁ ହୋଇଥିଲା। ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସ୍ପଷ୍ଟ ହୋଇଛି। ୨୦୧୫ନଭେମ୍ବର ୨୨ରେ ସୋନପୁର ରେଞ୍ଜ ଅନ୍ତର୍ଗତ ତରଭା ବ୍ଲକ ଚିଠିପାଲି ସଂରକ୍ଷିତ ଜଙ୍ଗଲରେ ୨ଟି ମାଇ ହାତୀ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁବରଣ କରିଥିଲେ। ୨୦୧୯ ନଭେମ୍ବର ୧୯ରେ ଉଲୁଣ୍ଡା ରେଞ୍ଜର ସାରସଦାଦର ଜଙ୍ଗଲରେ ବାର୍‌ହା ଫାଶରେ ପଡି ଏକ ଦନ୍ତାହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣାର ମାତ୍ର ୨୦ ଦିନ ପରେ ୨୦୧୯ ଡିସେମ୍ବର ୭ରେ ଉଲୁଣ୍ଡା ରେଞ୍ଜ ପଞ୍ଚମହଲା ପଞ୍ଚାୟତର ବାଘପାଲିଠାରେ ମହାନଦୀ ପାରି ହେବା ସମୟରେ ଏକ ହାତୀ ଶାବକ ପାଣିରେ ବୁଡି ମୃତ୍ୟୁବରଣ କରିଥିଲା। ଏହି ଘଟଣାର ୪ ଦିନ ପରେ ବାରପାହାଡ ସଂରକ୍ଷିତ ଜଙ୍ଗଲର ଡୁମେରଖୋଲରୁ ଏକ ହାତୀ ଶାବକର ଗଳିତ ମୃତଦେହ ଉଦ୍ଧାର କରାଯାଇଥିଲା। ୨୦୨୧ ଡିସେମ୍ବର ୪ ତାରିଖରେ ବାରପାହାଡ ନିକଟ ବସଲାଟରେ ଏକ ପ୍ରାପ୍ତ ବୟସ୍କା ମାଈହାତୀ ମୃତ୍ୟୁ ବରଣ କରିଥିଲା। ଗତ ୨୦୨୨ ମାର୍ଚ୍ଚ ୨୩ ତାରିଖରେ ସୋନପୁର ରେଞ୍ଜ ବାଜିଖୋଲ ନିକଟସ୍ଥ ପଡିଆରୁ ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଥିଲା। ୨୦୧୫ରେ ୨ଟି, ୨୦୧୯ରେ ୩ଟି, ୨୦୨୧, ୨୦୨୨ ଓ ୨୦୨୩ରେ ଗୋଟିଏ ଲେଖାଏ ହାତୀ ମୃତ୍ୟୁବରଣ କରିଥିବା ଜଣାଯାଇଛି । ତେଣୁ ଜଙ୍ଗଲରେ ହାତୀଙ୍କ ପାଇଁ ପ୍ରାକୃତିକ ଆବାସ ସୃଷ୍ଟି କରିବା ଓ ସୁରକ୍ଷା ପ୍ରଦାନ ପାଇଁ ବନ ବିଭାଗ ପଦକ୍ଷେପ ନେବାକୁ ପରିବେଶବିତ୍‌ମାନେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri