Posted inରାଜ୍ୟ

ବଜ୍ରପାତରେ ନାବାଳକ ସମେତ ୮ ମୃତ, ୩ ଆହତ

ଡେଲାଙ୍ଗ,୩ା୯(ରଶ୍ମିରଞ୍ଜନ ପ୍ରଧାନ)/ ଲୋଇସିଂହା, (ସୁଶାନ୍ତ ବାରିକ)/ ବଡ଼ଗଁା,(ଅଶୋକ ଷଡ଼ଙ୍ଗୀ)/ ବାଉଁଶୁଣୀ,(ଦେବାଶିଷ ନେପାକ)/ ବାଲିକୁଦା,(ତାପସ ସ୍ବାଇଁ)/ ବାଣପୁର(ଶଙ୍କର ବସ୍ତି)/ ଗମ୍ଭାରୀମୁଣ୍ଡା,(ଦିଲୀପ ସ୍ବାଇଁ)/ ଜଟଣୀ,(ରବୀନ୍ଦ୍ର ନାଥ ମହାକୁଡ଼)ପୁରୀ ଜିଲା ଡେଲାଙ୍ଗ ବ୍ଲକରେ ଶନିବାର ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ରେଞ୍ଚ ପଞ୍ଚାୟତ ଅନ୍ତର୍ଗତ ପଲ୍ଲୀଗ୍ରାମର ଗନ୍ଧର୍ବ ସାମନ୍ତରାୟ(୫୨)। ଅପରାହ୍ନ ୩ଟା ସମୟରେ ଗନ୍ଧର୍ବ ଧାନକ୍ଷେତରେ ପିଡ଼ିଆ ପକାଇବାକୁ ଯାଇଥିଲେ। ହଠାତ୍‌ ପବନ ବର୍ଷା ସହ ବଜ୍ରପାତ ହେବାରୁ ସେ କ୍ଷେତରୁ ସନ୍ନିକଟ ବରଗଛ ମୂଳକୁ ଯାଇ ଆଶ୍ରୟ ନେଇଥିଲେ। ବରଗଛରେ ବଜ୍ରପାତ ମାଡ଼ ହେବାରୁ ସେ ସେଠାରେ ଟଳି ପଡିଥିଲେ। ଗ୍ରାମର ଜଣେ ବ୍ୟକ୍ତି ତାଙ୍କୁ ଗଛମୂଳେ ମୁହଁମାଡ଼ି ପଡ଼ିଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇ ଡେଲାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ବିଲରେ କାମ କରୁଥିବାବେଳେ ବଜ୍ରପାତରେ ଆଉ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ କୁଟାସିଂହା ଗ୍ରାମର ସୁରେଶ ପାତ୍ର(୩୫)। ଲୋଇସିଂହା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠାଇଛି। ଚାଷ ଜମିରେ ସୁରେଶଙ୍କ ସମେତ ୧୦ରୁ ୧୨ ଜଣ ଶ୍ରମିକ କାମ କରୁଥିଲେ। ଅପରାହ୍ନରେ ବର୍ଷା ସହ ବଜ୍ରପାତ ହେବାରୁ ସୁରେଶ ସେଠାରେ ଟଳି ପଡିଥିଲେ। ସାଙ୍ଗରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ଲୋଇସିଂହା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସୁନ୍ଦରଗଡ଼ ଜିଲା ବଡ଼ଗଁା ଥାନା ଅନ୍ତର୍ଗତ ସିଙ୍ଗାରମୁଣ୍ଡା ବଡପଡା ଗ୍ରାମର ଜଣେ ଚାଷୀ ପରବଲ ସୋରେଙ୍ଗ(୪୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ଅପରାହ୍ନରେ ଚାଷ ବିଲରେ କାମ କରିବା ସମୟରେ ବଜ୍ରପାତ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା। ଏନେଇ ଗ୍ରାମବାସୀ ପୋଲିସକୁ ଖବର ଦେଇଛନ୍ତି।
ବୌଦ୍ଧ ବ୍ଲକ ରାଉତବାହାଲ ଗ୍ରାମରେ ବଜ୍ରପାତ ଘଟି ପାନେଶ୍ୱରୀ ପୋଢ ନାମ୍ନୀ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅପରାହ୍ନରେ ପାନେଶ୍ୱରୀ ବିଲରେ କାମ କରୁଥିବାବେଳେ ହଠାତ୍‌ ବଜ୍ରପାତର ଶିକାର ହୋଇଥିଲେ। ପରିବାର ଲୋକେ ତାଙ୍କୁ ବୌଦ୍ଧ ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କ ମୃତ୍ୟୁ ଘଟିଛି।

ସେହିପରି ଜଗତ୍‌ସିଂହପୁର ଜିଲା ବାଲିକୁଦା ବ୍ଲକ ତଣ୍ଡିକୂଳ ପଞ୍ଚାୟତ ଅନ୍ତର୍ଗତ ସାରଣା ଗଁାରେ ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ ହୋଇଛି। ସେ ହେଲେ ନିତ୍ୟାନନ୍ଦ ବାରିକ(୬୦)। ମଧ୍ୟାହ୍ନରେ ବିଲରେ ଥିବାବେଳେ ହଠାତ୍‌ ବର୍ଷା ସହ ବଜ୍ରପାତ ହୋଇଥିଲା। ସେ ଘରକୁ ଫେରି ଆସିବାବେଳେ ବଜ୍ରପାତରେ ଟଳି ପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ସଙ୍ଗେ ସଙ୍ଗେ ଜଗତ୍‌ସିଂହପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଖବରପାଇ ଜଗତ୍‌ସିଂହପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରିଛି।

ଖୋର୍ଦ୍ଧା ଜିଲା ବାଣପୁର ଥାନା ଅଞ୍ଚଳରେ ବଜ୍ରପାତରେ ଜଣେ ନାବାଳକଙ୍କ ସମେତ ୨ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣ ଆହତ ହୋଇଛନ୍ତି। ମୃତକ ହେଲେ ଏହି ଥାନା ଅଧୀନ ଅରାଙ୍ଗ ଗ୍ରାମର ରଞ୍ଜିତ୍‌ ରଣସିଂହ(୨୨) ଓ କାଦମ୍ବଝୁଲା
ଗ୍ରାମର ଅମର ଶବର(୧୪)। ଆହତ ଅରାଙ୍ଗ ଗ୍ରାମର ନାଲ୍ଲା ନାୟକ, ପ୍ରଶାନ୍ତ ନାୟକ ଓ ପଞ୍ଚୁ ନାୟକଙ୍କୁ ଚିକିତ୍ସା ପାଇଁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ, ଅପରାହ୍ନରେ ବର୍ଷା ସହ ବଜ୍ରପାତ ହେବାବେଳେ ଅମର ଛତା ଧରି ଘରକୁ ଫେରୁଥିବାବେଳେ ଅଚେତ୍‌ ହୋଇ ପଡ଼ିଥିଲେ। ଏହା ଦେଖି କେତେଜଣ ଗ୍ରାମବାସୀ ତାଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ସେହିପରି ଅରାଙ୍ଗ ଗ୍ରାମର ରଞ୍ଜିତ୍‌, ନାଲ୍ଲା, ପ୍ରଶାନ୍ତ ଓ ପଞ୍ଚୁ ବିଲକୁ କାମ କରିବାକୁ ଯାଇଥିଲେ। ହଠାତ୍‌ ବର୍ଷା ହେବାରୁ ଏମାନେ ସେଠାରେ ଥିବା ଏକ କୁଡ଼ିଆରେ ଆଶ୍ରୟ ନେଇଥିଲେ। ବଜ୍ରପାତ ହେବାରୁ ଘଟଣାସ୍ଥଳରେ ରଞ୍ଜିତ୍‌ଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟମାନେ ଆହତ ହୋଇଥିଲେ। ଖବରପାଇ ଗ୍ରାମବାସୀ ସେମାନଙ୍କୁ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।
ଜଟଣୀ ବ୍ଲକ ଅଧୀନ ପଞ୍ଚୁପଲି ପଞ୍ଚାୟତ ନୁଆଗଁା ଅଞ୍ଚଳରେ ବର୍ଷା ସହ ବଜ୍ରପାତ ହେବାରୁ ଚାଷୀ ହୃଦାନନ୍ଦ ପାଇକରାୟ(୪୫)ଙ୍କ ମୃତ୍ୟୁ ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ କୋରାପୁଟରେ ଭୂକମ୍ପ ଝଟ୍‌କା: ଭୟଭୀତ ଅବସ୍ଥାରେ ଘରୁ ବାହାରି ଆସିଲେ ଲୋକେ

କୋରାପୁଟ/ପଟ୍ଟାଙ୍ଗି, ୪।୪(ଅମିତାଭ ବେହେରା/ ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ସଦର ମହକୁମା ସମେତ ଆଖପାଖ ଅଞ୍ଚଳରେ ଶନିବାର ମୃଦୁ ଭୂକମ୍ପ ଅନୁଭୂତ ହୋଇଛି।…

ଗୁଜରାଟକୁ ହରାଇ ରାଜସ୍ଥାନର ଦ୍ୱିତୀୟ ବିଜୟ

ଅହମଦାବାଦ,୪ା୪: ଯଶସ୍ୱି ଜୟସ୍ୱାଲ ଓ ଧ୍ରୁବ ଜୁରେଲଙ୍କ ଅର୍ଦ୍ଧଶତକ ପରେ ରବି ବିଷ୍ଣୋଇଙ୍କ ୪ ଉଇକେଟ ସଫଳତା ଯୋଗୁ ରାଜସ୍ଥାନ ରୟାଲ୍ସ ୬ ରନରେ ଗୁଜରାଟ ଟାଇଟନ୍ସକୁ…

ମଦ ପିଇ ବସ୍‌ ଚଳାଉଥିଲେ ଡ୍ରାଇଭର, ବ୍ରେଥ୍‌ ଆନାଲାଇଜର୍‌ରେ ଯାଞ୍ଚ କରି ଧରିଲା ପୋଲିସ, ଡିଏଲ୍‌ ସସ୍‌ପେଣ୍ଡ ସହ…

ଛତ୍ରପୁର, ୪।୪(ଦିଲୀପ ସାମଲ): ଯାତ୍ରୀଙ୍କ ଜୀବନ ସହ ଖେଳୁଥିବା ଜଣେ ଦାୟିତ୍ୱହୀନ ବସ୍‌ ଚାଳକଙ୍କୁ ଧରିଛି ପୋଲିସ। ନିଶାଶକ୍ତ ଅବସ୍ଥାରେ ବସ ଚଳାଇବା ଅଭିଯୋଗରେ ଗାଡ଼ି ଜବତ…

ମୁମ୍ୱାଇକୁ ହରାଇଲା ଦିଲ୍ଲୀ

ନୂଆଦିଲ୍ଲୀ,୪ା୪: ସମୀର ରିଜ୍‌ଭୀଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ଶନିବାର ଅପରାହ୍ନରେ ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ ମୁମ୍ୱାଇ ଇଣ୍ଡିଆନ୍ସ (ଏମ୍‌ଆଇ)କୁ ୬ ଉଇକେଟରେ ପରାସ୍ତ…

ଫାସଡ୍‌ ଶୁକତେଲ ନଦୀ ପୋଲତଳକୁ ଖସିଲା ସିମେଣ୍ଟ ବୋଝେଇ ଟ୍ରକ: ଚାଲିଗଲା ଡ୍ରାଇଭରଙ୍କ ଜୀବନ, ହେଲ୍‌ପର…

ବଲାଙ୍ଗୀର,୪।୪(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ୨୬ ନମ୍ବର ଜାତୀୟ ରାଜପଥ ଲୋଇସିଂହା ଥାନା ଅନ୍ତର୍ଗତ ଫାସଡ୍‌ ଶୁକତେଲ ନଦୀ…

ୟୁକ୍ରେନ୍‌ ଉପରେ ରୁଷିଆର ଡ୍ରୋନ୍‌ ଆକ୍ରମଣ, ପୁଣି ବଢ଼ାଇଲା ଚିନ୍ତା…

କିଭ୍‌,୪ା୪: ୟୁକ୍ରେନ୍‌ର ନିକୋପୋଲ୍‌ ସହର ଅନ୍ତର୍ଗତ ଏକ ବଜାର ଉପରେ ଶନିବାର ରୁଷିଆ ଡ୍ରୋନ୍‌ ମାଡ଼ କରିବାରୁ ଅନୂ୍ୟନ ୫ ଜଣଙ୍କ ମୃତ୍ୟୁ ଘଟିବା ସହ ୧୯ଜଣ…

ଶ୍ରୀରାମ ନବମୀ ଶୋଭାଯାତ୍ରାରେ ଯୁବକଙ୍କୁ ବ୍ଲେଡ୍‌ରେ ଆକ୍ରମଣ ପରେ ହତ୍ୟା ଉଦ୍ୟମ, ୪ଜଣଙ୍କୁ ବାନ୍ଧି…

ଦିଗପହଣ୍ଡି, ୪।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ କଇଠଖଣ୍ଡି ଗ୍ରାମରେ ଶ୍ରୀରାମ ନବମୀ ଯାତ୍ରା ଅବସରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଶୋଭାଯାତ୍ରା…

ଉତ୍ସବରେ ଯୋଗଦେଇ ଘରକୁ ଫେରୁଥିଲେ ପରିବାର ଲୋକେ: ରାସ୍ତାପାର୍ଶ୍ୱ କୂଅରେ ଖସିପଡ଼ିଲା କାର୍‌, ଆଉ ତା’ପରେ…

ନାଶିକ୍‌,୪ା୪: ମହାରାଷ୍ଟ୍ରର ନାଶିକ ଜିଲାରେ ଖୋଲା କୂଅକୁ ଏକ କାର୍‌ ଖସିପଡ଼ିବାରୁ ଗୋଟିଏ ପରିବାରର ୯ ସଦସ୍ୟଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ଜଣ ପିଲା ଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri