Posted inଫୁରସତ

ବିବାହର ୮ ଦିନ ପରେ ସ୍ତ୍ରୀଙ୍କୁ ଛାଡ଼ି ଅନ୍ୟ ଯୁବତୀ ସହ ଫେରାର୍‌ ହୋଇଗଲେ ବର

ରାମପୁର, ୯।୮: ନୂଆ ଜୀବନର ଅନେକ ସ୍ବପ୍ନ ନେଇ ଶାଶୁ ଘରେ ପହଞ୍ଚତ୍ଥିଲେ ନବବିବାହିତ କନ୍ୟା। ଏପରିକି ହାତରୁ ମେହେନ୍ଦି ମଧ୍ୟ ଲିଭି ନ ଥିଲା। ଅଗ୍ନିକୁ ସାକ୍ଷୀ ରଖି ସାତ ଜନ୍ମର ସାଥୀ ହେବା ଲାଗି ଯାହା ଭରସାରେ ଘରୁ ଗୋଡ଼ କାଢ଼ି ଆସିଥିଲା ଶେଷରେ ସିଏ ହିଁ ଧୋକା ଦେଲା। ବିବାହର ୮ ଦିନ ନ ବିତୁଣୁ ନବବିବାହିତ ସ୍ତ୍ରୀକୁ ଛାଡ଼ି ସ୍ବାମୀ ଆଉ ଜଣେ ଯୁବତୀ ସହ ଫେରାର୍‌ ହୋଇଯାଇଛନ୍ତି। ଏପରିକି ତାଙ୍କୁ ଆଉ ନ ଖୋଜିବା ଲାଗି ଯୁବକ ଜଣଙ୍କ ଫୋନ କରି ସ୍ତ୍ରୀଙ୍କୁ ଜଣାଇ ଦେଇଛନ୍ତି। ଏହି ଘଟଣାରେ ପୋଲିସ ଯୁବକଙ୍କ ନାମରେ ମାମଲା ରୁଜୁ କରି ଅନୁସନ୍ଧାନ ଆରମ୍ଭ କରିଛି।
ଏକ ଘଟଣା ଉତ୍ତର ପ୍ରଦେଶର ରାମପୁର ଜିଲାରେ ଘଟିଛି। ରାମପୁଜ ଜିଲାର ଅଜିମ ନଗର ଥାନା ଅନ୍ତର୍ଗତ ଏକ ଗ୍ରାମର ଜଣେ ଯୁବତୀଙ୍କ ବିବାହ ୮ ଦିନ ତଳେ ସିରାଜ ନାମକ ଜଣେ ଯୁବକଙ୍କ ସହ ହୋଇଥିଲା। କିନ୍ତୁ ରବିବାର ସକାଳେ ହଠାତ୍‌ ସିରାଜ ଘରୁ କେଉଁଆଡ଼େ ପଳାଇ ଯାଇଥିଲେ। ବହୁ ଖୋଜାଖୋଜି ପରେ ମଧ୍ୟ ପରିବାର ଲୋକ ସିରାଜର କୌଣସି ପତ୍ତା ପାଇ ନ ଥିଲେ। ଏହାପରେ ଦ୍ୱିପହର ସମୟରେ ସିରାଜ ନିଜ ସ୍ତ୍ରୀଙ୍କୁ ଫୋନ କରି ସମସ୍ତ ଘଟଣା ଜଣାଇ ଦେଇଥିଲେ। ନିଜର ପୂର୍ବତନ ପ୍ରେମିକା ସହ ସେ ପଳାଇ ଯାଇଛନ୍ତି ଏବଂ ତାଙ୍କୁ ଆଉ ନ ଖୋଜିବା ଲାଗି ସିରାଜ ଫୋନ ଯୋଗେ ସ୍ତ୍ରୀଙ୍କୁ କହିଥିଲେ। ସ୍ବାମୀଙ୍କଠାରୁ ଏ ସମସ୍ତ ଘଟଣା ଶୁଣିବା ପରେ ନବବିବାହିତ କନ୍ୟା ଚେତାଶୂନ୍ୟ ହୋଇଯାଇଥିଲେ। ସମସ୍ତ ଘଟଣା ସେ ତାଙ୍କ ପରିବାର ସଦସ୍ୟଙ୍କୁ ଜଣାଇବା ସହିତ ସ୍ବାମୀଙ୍କ ନାମରେ ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ପୋଲିସ ସିରାଜ ଓ ତାଙ୍କ ସହଯୋଗୀ ଅନ୍ୟ ଜଣେ ଯୁବକଙ୍କ ନାମରେ ମାମଲା ରୁଜୁ କରି ଖୋଜିବା ଆରମ୍ଭ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri