ବିଶ୍ୱରେ ୮.୪ କୋଟି ବିସ୍ଥାପିତ

ବର୍ଲିନ, ୧୨ା୧୧:ନିଜ ଘର ଛାଡ଼ି ଅନ୍ୟତ୍ର ଆଶ୍ରୟ ନେଇଥିବା ଲୋକଙ୍କ ସଂଖ୍ୟା ସମଗ୍ର ବିଶ୍ୱରେ ୮.୪ କୋଟିରୁ ଊର୍ଦ୍ଧ୍ୱ ରହିଛି। ବିଶେଷ କରି ଆଫ୍ରିକା ମହାଦେଶରେ ହିଂସା ଏବଂ ସଂଘର୍ଷ ଯୋଗୁ ଏହି ସଂଖ୍ୟା ବୃଦ୍ଧି ପାଇଥିବା ଜାତିସଂଘ ଶରଣାର୍ଥୀ ଏଜେନ୍ସି ପକ୍ଷରୁ ଗୁରୁବାର କୁହାଯାଇଛି। ୨୦୨୦ ଶେଷ ସୁଦ୍ଧା ବିସ୍ଥାପିତଙ୍କ ସଂଖ୍ୟା ୮.୨ କୋଟିରେ ପହଞ୍ଚିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ନିଜ ଦେଶରେ ହିଁ ବିସ୍ଥାପିତ ହୋଇଛନ୍ତି ବୋଲି ୟୁନାଇଟେଡ୍‌ ନେଶନ ହାଇ କମିଶନର ଫର୍‌ ରେଫ୍ୟୁଜି (ୟୁଏନ୍‌ଏଚ୍‌ସିଆର୍‌)ର ମୁଖ୍ୟ ଫିଲିପୋ ଗ୍ରାଣ୍ଡି ଏକ ବିବୃତିରେ କହିଛନ୍ତି। ହିଂସା, ନିର୍ଯାତନା, ମାନବାଧିକାର ଉଲ୍ଲଂଘନ ଆଦିରେ ରୋକ ଲଗାଇବାରେ ଅନ୍ତର୍ଜାତୀୟ ସମୁଦାୟର ବିଫଳତା ଯୋଗୁ ବିସ୍ଥାପିତ ଏବଂ ଶରଣାର୍ଥୀଙ୍କ ସଂଖ୍ୟା ବଢ଼ୁଛି ବୋଲି ସେ ପ୍ରକାଶ କରିଛନ୍ତି। ଏହା ବ୍ୟତୀତ ଜଳବାୟୁ ପରିବର୍ତ୍ତନ ମଧ୍ୟ ଲୋକଙ୍କୁ ଘର ଛାଡ଼ିବାକୁ ବାଧ୍ୟ କରିଛି।
ୟୁଏନ୍‌ଏଚ୍‌ସିଆର୍‌ ରିପୋର୍ଟ ଅନୁସାରେ, ଚଳିତ ବର୍ଷ ମଧ୍ୟଭାଗ ସୁଦ୍ଧା ଏହା ୨ କୋଟି ୮୦ ଲକ୍ଷ ଲୋକଙ୍କୁ ଶରଣାର୍ଥୀ ତାଲିକାଭୁକ୍ତ କରିଛି, ଯାହା କି ଗତବର୍ଷଠାରୁ ୧ ଲକ୍ଷ ୭୨ ହଜାର ଅଧିକ। ଆହୁରି ୪୪ ଲକ୍ଷ ଲୋକ ଏବେ ଶରଣ ଆଶାରେ। ୨୦୨୧ ପ୍ରଥମାର୍ଦ୍ଧରେ ପ୍ରାୟ ୧୧ ଲକ୍ଷ ଲୋକ ସେମାନଙ୍କ ଘରକୁ ଫେରିଛନ୍ତି। ଗତ ଜାନୁୟାରୀରୁ ଜୁନ୍‌ ମଧ୍ୟରେ ୩୩ଟି ଦେଶରେ ରେକର୍ଡ ସଂଖ୍ୟାରେ ୪୩ ଲକ୍ଷ ସେମାନଙ୍କ ଘର ଛାଡ଼ିଛନ୍ତି। କଙ୍ଗୋ, ଇଥିଓପିଆ, ଆଫଗାନିସ୍ତାନ, ମୋଜାମ୍ବିକ, ମ୍ୟାନମାର, ଦକ୍ଷିଣ ସୁଦାନ ସମେତ ପଶ୍ଚିମ ଆଫ୍ରିକାର ଅନେକ ଦେଶରେ ହିଂସା ବୃଦ୍ଧି ଯୋଗୁ ଶରଣାର୍ଥୀଙ୍କ ସଂଖ୍ୟା ବ୍ୟାପକ ହୋଇଛି ବୋଲି ରିପୋର୍ଟରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri