ଛାତ୍ରଙ୍କଠାରୁ ୭୮ ହଜାର ନେଇଗଲେ ସାଇବର ଠକ

ଭୁବନେଶ୍ୱର,୫।୯ (ବ୍ୟୁରୋ):ରାଜଧାନୀରେ ପ୍ରତିଦିନ କେହି ନା କେହି ସାଇବର ଠକେଇର ଶିକାର ହେଉଛନ୍ତି। ଏଠାରେ ରହି ସିଭିଲ୍‌ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଛାତ୍ର ସ୍ମାର୍ଟ ଓ୍ବାଚ୍‌ କିଣିବାକୁ ଯାଇ ସାଇବର ଠକଙ୍କ ଜାଲରେ ପଡିଛନ୍ତି। ସାଇବର ଠକମାନେ ତାଙ୍କଠାରୁ ୭୮ ହଜାର ଟଙ୍କା ଚଳୁ କରିଦେଇଛନ୍ତି। ଠକେଇର ଶିକାର ଛାତ୍ର ଜଣକ ହେଲେ ଭୁବନେଶ୍ୱର ଶାସ୍ତ୍ରୀନଗରରେ ରହୁଥିବା ନୟାଗଡ ଜିଲାର ପ୍ରଭାସ ମହାପାତ୍ର। ସାଇବର ଠକମାନେ ନିଜକୁ ସେନା କର୍ମଚାରୀ ପରିଚୟ ଦେଇ ନକଲି ଆଇକାର୍ଡ଼, ଆଧାର କାର୍ଡ ଦେଖାଇ କ୍ୟାଣ୍ଟିନରୁ ଛାତ୍ରଙ୍କୁ ଅତ୍ୟାଧୁନିକ ସ୍ମାର୍ଟ ଓ୍ବାଚ୍‌ ଦେବାକୁ କହିଥିଲେ। ଠକଙ୍କ କହିବାନୁସାରେ ପ୍ରଭାସ ଫୋନ ପେ’ରେ ଟଙ୍କା ପଠାଇଥିଲେ ମଧ୍ୟ ସ୍ମାର୍ଟଓ୍ବାଚ୍‌ ପାଇ ନ ଥିଲେ। ଏହାପରେ ପ୍ରଭାସ ଭୁବନେଶ୍ୱର ସାଇବର ଥାନାରେ ଏତଲା ଦେଇଛନ୍ତି।