Posted inଜାତୀୟ

ମାଓବାଦୀ କାର୍ଯ୍ୟକଳାପ ୭୭ ପ୍ରତିଶତ ହ୍ରାସ…

ନୂଆଦିଲ୍ଲୀ, ୧୫।୩ : କେନ୍ଦ୍ରୀୟ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ମଙ୍ଗଳବାର ଲୋକ ସଭାକୁ ସୂଚନା ଦେଇଛନ୍ତି ଯେ ମାଓବାଦୀ କାର୍ଯ୍ୟକଳାନ ଘଟଣା ୨୦୨୧ରେ ୭୭ ପ୍ରତିଶତ ହ୍ରାସ ପାଇ ୫୦୯ ରେ ପହଞ୍ଚିଛି। ୨୦୦୯ରେ ଏହା ୨,୨୫୮ ଥିଲା। ଏକ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଉଭୟ ସାଧାରଣ ନାଗରିକ ଏବଂ ସୁରକ୍ଷା ବାହିନୀଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ କମିଛି। ୨୦୧୦ ରେ ଏହା ସର୍ବାଧିକ ୧,୦୦୫ ଥିବାବେଳେ ୨୦୨୧ରେ କମି ୧୪୭ ହୋଇଛି।
ମାଓବାଦୀ ପ୍ରଭାବିତ ଜିଲାରେ ଲୋକଙ୍କ ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ ଗତ ଚାରି ବର୍ଷ ମଧ୍ୟରେ ଦୁଇଥର ସମୀକ୍ଷା କରାଯାଇଛି। ଏହାକୁ ୨୦୧୮ ରେ ମାଓବାଦୀ ପ୍ରଭାବିତ ଜିଲାରେ ଲୋକଙ୍କ ସୁରକ୍ଷା ସମ୍ବନ୍ଧୀୟ ବ୍ୟୟ ଗତ ଚାରି ବର୍ଷ ମଧ୍ୟରେ ଦୁଇଥର ସମୀକ୍ଷା କରାଯାଇଛି। ଏହାକୁ ୨୦୧୮ ରେ ୧୨୬ ପ୍ରତିଶତରୁ ରୁ ୯୦ ପ୍ରତିଶତ ଏବଂ ଜୁଲାଇ -୨୦୨୧ ରେ ୭୦ ପ୍ରତିଶତକୁ ହ୍ରାସ କରାଯାଇଛି। ସେହିପରି ମାଓପ୍ରବଣ ଜିଲା ସଂଖ୍ୟା ୨୦୧୦ରେ ୯୬ ଥିବାବେଳେ ୨୦୨୧ରେ ଏହା ୪୬କୁ ଖସି ଆସିଛି।

ବିକାଶ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ମାଓବାଦୀ ପ୍ରଭାବିତ ଅଞ୍ଚଳରେ ଫ୍ଲାଗସିପ ସ୍କିମ କାର୍ଯ୍ୟକାରୀ କରିବା ବ୍ୟତୀତ ଭାରତ ସରକାର ମାଓବାଦୀ ପ୍ରଭାବିତ ରାଜ୍ୟଗୁଡିକରେ ଅନେକ ପଦକ୍ଷେପ ନେଇଛନ୍ତି। ଏଥିରେ ସଡକ ନେଟୱାର୍କର ସମ୍ପ୍ରସାରଣ, ଟେଲିକମ ସଂଯୋଗରେ ଉନ୍ନତି, ଦକ୍ଷତା ଏବଂ ଆର୍ଥିକ ଅନ୍ତର୍ଭୂକ୍ତିକୁ ଗୁରୁତ୍ୱ ଦିଆଯାଇଛି। ରାୟ କହିଛନ୍ତି ଯେ ମାଓବାଦୀ ପ୍ରଭାବିତ ରାଜ୍ୟଗୁଡ଼ିକୁ ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନା ଅଧୀନରେ ପାଣ୍ଠି ଯୋଗାଇ ଦିଆଯାଉଛି ଯାହାକି ପ୍ରଭାବିତ ଜିଲାର ଜନସାଧାରଣଙ୍କ ଭିତ୍ତିଭୂମି ତଥା ସେବାରେ ବିନିଯୋଗ ହେଉଛି।

ଗତ ତିନିବର୍ଷ ମଧ୍ୟରେ ସ୍ବତନ୍ତ୍ର କେନ୍ଦ୍ରୀୟ ସହାୟତା ଯୋଜନା ଅନୁଯାୟୀ ରାଜ୍ୟଗୁଡିକୁ ୨,୪୨୩.୨୪ କୋଟି ଟଙ୍କା ପ୍ରଦାନ କରାଯାଇଛି ଏବଂ ସମୟସୀମା ମଧ୍ୟରେ ୭,୮୧୫ଟି କାର୍ଯ୍ୟ ଶେଷ ହୋଇଛି। ସେ କହିଛନ୍ତି ଯେ ଚଳିତ ଆର୍ଥିକ ବର୍ଷରେ ୪୮୦ କୋଟି ଟଙ୍କା ରିଲିଜ ହୋଇଛି। ଥଇଥାନ ପ୍ୟାକେଜରେ ଉଚ୍ଚ ପଦସ୍ଥ ବାମପନ୍ଥୀ ଉଗ୍ରବାଦୀଙ୍କ ପାଇଁ ତୁରନ୍ତ ୫ଲକ୍ଷ ଟଙ୍କା ଏବଂ ଅନ୍ୟ ବାମପନ୍ଥୀ ଉଗ୍ରବାଦୀଙ୍କ ପାଇଁ ୨.୫ ଲକ୍ଷ ଟଙ୍କା ଅନୁଦାନ ପ୍ରଦାନ କରାଯାଉଛି।

ଏଥିସହ ଏହି ଯୋଜନା ଅଧୀନରେ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ସମର୍ପଣ ପାଇଁ ପ୍ରୋତ୍ସାହନ ମଧ୍ୟ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ତିନି ବର୍ଷ ପାଇଁ ମାସିକ ୬ହଜାର ଟଙ୍କା ଷ୍ଟାଇପେଣ୍ଡ ସହିତ ସେମାନଙ୍କ ପସନ୍ଦର ବାଣିଜ୍ୟ କିମ୍ବା ବୃତ୍ତିରେ ତାଲିମ ପ୍ରଦାନ କରିବାର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଦିଗପହଣ୍ଡିରେ ଅସାମାଜିକ ଯୁବକଙ୍କ ଆତଙ୍କ: ଦେଶୀମଦ ପାଇଁ କରୁଛନ୍ତି ଚୋରି

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ସହରରେ ଅସାମାଜିକ ଯୁବକଙ୍କ ଆତଙ୍କରାଜ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପୁଞ୍ଜିକଂୟା ଛକ, ବଜାର ସାହି, ଜନତା ଲେନ, ମେଡିକାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri