୭୫ତମ ସ୍ବାଧୀନତା ଦିବସ : ପତାକା ଉତ୍ତୋଳନ କଲେ ଉଚ୍ଚଶିକ୍ଷା ମନ୍ତ୍ରୀ

ସୁନ୍ଦରଗଡ଼ ଅଫିସ,୧୫।୮: ସୁନ୍ଦରଗଡ଼ରେ ଜିଲାସ୍ତରୀୟ ୭୫ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଶଙ୍କରାସ୍ଥିତ ରିଜର୍ଭ ପୋଲିସ ପଡ଼ିଆରେ ଆୟୋଜିତ ଏହି ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ। ପରେ ଆୟୋଜିତ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ।
ମୁଖ୍ୟ ଅତିଥି ଏହି ଅବସରରେ ଉଦ୍‌ବୋଧନ ଦେଇ ଏ ଦେଶକୁ ଓ ଏ ଜାତିକୁ ବିଶ୍ବ ଦରବାରରେ ପରିଚିତ କରିବାକୁ ଆହ୍ବାନ ଦେଇଥିଲେ।