ଆଜି ରାଜ୍ୟରେ ୭୫୭ ପଜିଟିଭ୍‌ ଚିହ୍ନଟ: ବୌଦ୍ଧରେ ଶୂନ, ବାକି ୨୯ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୮୦ ତଳେ

ଭୁବନେଶ୍ୱର,୨୦ା୧୧(ବ୍ୟୁରୋ): ଶୁକ୍ରବାର ରାଜ୍ୟର ୨୯ ଜିଲାରୁ ୭୫୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୫୪୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪୩୬ ଜଣ ଚିହ୍ନଟ ହୋଇଥିବା ବେଳେ ୩୨୧ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।
ଆଜି ବୌଦ୍ଧ ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶୂନ ରହିଥିବା ବେଳେ ବାକି ୨୯ଟି ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ତଳେ ରହିଥିବା ଜଣାପଡ଼ିଛି। ଅନୁଗୋଳରୁ ସର୍ବାଧିକ ୭୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୭୦ ଏବଂ କଟକରୁ ୬୭ ଜଣ ଚିହ୍ନଟ ହୋଇଛନ୍ତି।
ସେହିପରି ବାଲେଶ୍ୱର ୩୪, ବରଗଡ଼ ୧୨, ଭଦ୍ରକ ୧୯, ବଲାଙ୍ଗୀର ୩୫, ଦେବଗଡ଼ ୧, ଢେଙ୍କାନାଳ ୯, ଗଜପତି ୧, ଗଞ୍ଜାମ ୧୩, ଜଗତସିଂହପୁର ୪୨, ଯାଜପୁର ୨୭, ଝାରସୁଗୁଡ଼ା ୨୫, କଳାହାଣ୍ଡି ୩୭, କନ୍ଧମାଳ ୪, କେନ୍ଦ୍ରାପଡ଼ା ୨୯, କେନ୍ଦୁଝର ୨୬, କୋରାପୁଟ ୮ ମାଲକାନଗିରି ୮, ମୟୂରଭଞ୍ଜ ୪୩, ନବରଙ୍ଗପୁର ୧୦, ନୟାଗଡ଼ ୬, ନୂଆପଡ଼ା ୪୧, ପୁରୀ ୯, ରାୟଗଡ଼ା ୪, ସମ୍ବଲପୁର ୩୫, ସୋନପୁର ୧ ଏବଂ ସୁନ୍ଦରଗଡ଼ରୁ ୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୩,୧୨,୫୪୫ରେ ପହଞ୍ଚିଥିବା ବେଳେ ୩,୦,୨୭୯୬ ଜଣ ସୁସ୍ଥ ହୋଇଛନ୍ତି। ୮୦୮୮ ଜଣ ଚିକିତ୍ସିତ ହେଉଛନ୍ତି। ୧୬୦୮ ଜଣଙ୍କ ମୃତ୍ୟୁ ଘଟିଛି।