୪ ଦିନରେ ୭୫୦ କୋଟି

ହାଇଦ୍ରାବାଦ: ରିଲିଜ୍‌ ହେବା ପରଠାରୁ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ‘ପୁଷ୍ପା ଦି ରୁଲ୍‌’ ଚଳଚ୍ଚିତ୍ର ବିଭିନ୍ନ ରେକର୍ଡକୁ ଭଙ୍ଗ କରି ନୂତନ ରେକର୍ଡ ସୃଷ୍ଟି କରିଚାଲିଛି। ବିଭିନ୍ନ ରିପୋର୍ଟ ଅନୁଯାୟୀ, ରବିବାର ରାତି ୧୧ଟା ସୁଦ୍ଧା ବିଶ୍ୱବ୍ୟପୀ ‘ପୁଷ୍ପା ୨’ ଚଳଚ୍ଚିତ୍ର ୭୫୦ କୋଟି ଟଙ୍କାରୁ ଅଧିକ ରୋଜଗାର କରି ରେକର୍ଡ ସୃଷ୍ଟି କରିଛି। ଦ୍ରୁତତମ ଭାରତୀୟ ଚଳଚ୍ଚିତ୍ର ଭାବେ ଏହି ଫିଲ୍ମ ୭୫୦ କୋଟି କ୍ଲବ୍‌ରେ ସାମିଲ ହୋଇଥିବାନେଇ ସିନେ ସମୀକ୍ଷକମାନେ ପ୍ରକାଶ କରିଛନ୍ତି।
ଗୁରୁବାର ରିଲିଜ୍‌ ହେବା ଦିନ ‘ପୁଷ୍ପା ଦି ରୁଲ୍‌’ ଫିଲ୍ମ କେବଳ ଭାରତୀୟ ସିନେମା ହଲ୍‌ଗୁଡ଼ିକରୁ ୧୭୫ କୋଟି ଟଙ୍କା ରୋଜଗାର କରିଥିଲା। ସେହିପରି ଏହି ଫିଲ୍ମ ରବିବାର ସୁଦ୍ଧା ଭାରତରୁ ୫୯୦ କୋଟିରୁ ଅଧିକ ରୋଜଗାର କରିଛି। ପ୍ରାୟ ୫୦୦ କୋଟି ଟଙ୍କାର ବଜେଟରେ ‘ପୁଷ୍ପା ୨’ ଚଳଚ୍ଚିତ୍ର ନିର୍ମାଣ କରାଯାଇଥିଲା। ରିଲିଜ୍‌ ହେବାର ମାତ୍ର ୩ ଦିନ ମଧ୍ୟରେ ହିଁ ଏହି ଫିଲ୍ମର ରୋଜଗାର ନିଜ ବଜେଟକୁ ଅତିକ୍ରମ କରିଥିଲା। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମର ପ୍ରଥମ ଭାଗ ‘ପୁଷ୍ପା ଦି ରାଇଜ୍‌’ ୨୦୨୧ ଡିସେମ୍ବରରେ ରିଲିଜ୍‌ ହୋଇଥିଲା। ଫିଲ୍ମରେ ଅଲ୍ଲୁ ଅର୍ଜୁନଙ୍କ ସହ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ କେମେଷ୍ଟ୍ରିକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ବୟାନ, କହିଲେ ‘ଶିକ୍ଷିତ ହିନ୍ଦୁମାନେ ମମତାଙ୍କୁ ପ୍ରତ୍ୟାଖ୍ୟାନ କରିଥିଲେ’

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ବର୍ତ୍ତମାନ ଚାଲିଛି। ପ୍ରାରମ୍ଭିକ ଟ୍ରେଣ୍ଡ ଅନୁଯାୟୀ, ଭାଜପା ବହୁମତ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ଅତିକ୍ରମ କରିଛି।…

ବାଲଡ଼ା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ମାରି ଜନଶୁଣାଣି କରାଇ ଦେଲେନି ଲୋକେ, ଫେରି ଆସିଲେ ଅଧିକାରୀ

ନନ୍ଦପୁର/ପାଡୁଆ,୪।୫( ତୁଷାର କାନ୍ତ ମହାନ୍ତି/ଶଙ୍କର ପୂଜାରୀ): ପୂର୍ବରୁ ଅନୁଷ୍ଠିତ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣିରେ ପଞ୍ଜୀକୃତ ପଞ୍ଚାୟତବାସୀଙ୍କ ସମସ୍ୟା ଓ ଅଭିଯୋଗର ସମାଧାନ ଏଯାବତ୍ ହୋଇପାରି ନାହିଁ…

ମହିଳା ସଂରକ୍ଷଣ ବିଲ୍‌ କାଟ୍‌ ଖାଇବା ପରେ ଏକାଠି ହୋଇ ବର୍ଷିଲେ ଶତାଧିକ ମହିଳା

ମହାକାଳପଡ଼ା,୪ା୫(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଅଲେଖ ସୁନ୍ଦରୀ ପୀଠରେ ରବିବାର ୨୨ ନମ୍ବର ଜୋନସ୍ତରୀୟ ଭାଜପା ପକ୍ଷରୁ ଜନ ଆକ୍ରୋଶ…

ବଡ଼ ସୂଚନା; କୋଲକାତାରେ ଆଜି ନିର୍ବାଚନ ବିଜୟ ଉତ୍ସବ ମନା, ଜାଣନ୍ତୁ କାରଣ

କୋଲକାତା,୪।୫: ପଶ୍ଚିମବଙ୍ଗ ବିଧାନସଭାର ନିର୍ବାଚନର ଭୋଟ ଗଣତି ସକାଳ ୮ ଟାରୁ ଆରମ୍ଭ ହୋଇଛି । ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ, ଭାଜପା ୧୨୩ଟି ଆସନରେ ଆଗୁଆ ଥିବା…

ନିଦ୍ରାହୀନତା ଆଶଙ୍କା ଦୂରକରେ ଯୋଗ

ଶରୀରକୁ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ରଖିବା ପାଇଁ ଶାରୀରିକ ବ୍ୟାୟାମ ସହ ଯୋଗର ମଧ୍ୟ ଆବଶ୍ୟକତା ରହିଛି। ଅନେକ ସମୟରେ ଅଧିକାଂଶ ଲୋକ ଚାପରେ ରହିବା…

ମୋହନ ନାୟକ ରାୟଗଡା ଯୁବ କଂଗ୍ରେସ ସଭାପତି

ଟିକିରି, ୪।୫ (ପ୍ରଫୁଲ୍ଲ କୁମାର ବେହେରା) ଆଗାମୀ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରାଜ୍ୟ କଂଗ୍ରେସ ଓଡ଼ିଶାର ସମସ୍ତ ଜିଲାରେ ଯୁବ କଂଗ୍ରେସ ସଭାପତି ଚୟନ କରିଛ। ରାଜ୍ୟ…

ଥାଲାପତିଙ୍କ ବିଜୟରେ ଖୁସି ହୋଇ ତିରୁପତି ପହଞ୍ଚିଲେ rumored ଗର୍ଲ ଫ୍ରେଣ୍ଡ? ଖୁସି ହେଉଛନ୍ତି ପ୍ରଶଂସକ

ଚେନ୍ନାଇ,୪।୫: ୪ ମଇ, ୨୦୨୬, ଦକ୍ଷିଣ ଭାରତୀୟ ସିନେମା ଏବଂ ତାମିଲନାଡୁ ରାଜନୀତି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଦିନ ଭାବରେ ଉଭା ହୋଇଛି। ପ୍ରକୃତରେ, ଗୋଟିଏ ପଟେ,…

ପୃଥିବୀର ଅଦୃଶ୍ୟ ସୁରକ୍ଷା କବଚ

ଚଳିତ ବର୍ଷ ମହାବିଦ୍ୟାଳୟ ପରୀକ୍ଷା କାର୍ଯ୍ୟ ସମାପନ ପରେ ଦିନ ୧୧ ଟାରେ ଜଣେ ବନ୍ଧୁଙ୍କ ସହିତ ମହାବିଦ୍ୟାଳୟ ଫାଟକ ନିକଟକୁ ବାହାରିଥାଉ ଚା’ ପିଇବାକୁ। ସେଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri