ଲିଙ୍ଗଗତ-ଭେଦଭାବ ମାମଲାରେ ୨ ହଜାର ମହିଳା କର୍ମଚାରୀଙ୍କୁ ୭୫୦ କୋଟି କ୍ଷତିପୂରଣ…

କାଲିଫର୍ନିଆ, ୨୯।୧୨: ଲିଙ୍ଗଗତ ଭେଦଭାବ ମାମଲାର ସମାଧାନ ପାଇଁ ଭିଡିଓ ଗେମ ନିର୍ମାତା ରୟଟ ଗେମ୍ସ ପକ୍ଷରୁ କମ୍ପାନୀରେ କାର୍ଯ୍ୟ କରୁଥିବା ୨,୦୦୦ ମହିଳା କର୍ମଚାରୀଙ୍କୁ ୭୫୦ କୋଟି ଟଙ୍କା କ୍ଷତିପୂରଣ ଦେବାକୁ ରାଜି ହୋଇଛି। ଏବେ କମ୍ପାନୀରେ କାର୍ଯ୍ୟ କରୁଥିବା ତଥା ପୂର୍ବତନ ମହିଳା କର୍ମଚାରୀମାନେ ୨୦୧୮ରେ କମ୍ପାନୀ ବିରୋଧରେ ମକଦ୍ଦମା ଦାୟର କରିଥିଲେ। ପୂର୍ବରୁ ଏହି ମାମଲାକୁ ମାତ୍ର ୭୫ କୋଟି ଟଙ୍କାରେ ସମାଧାନ କରିବାର ପ୍ରୟାସ କରାଯାଇଥିଲା। ଏନେଇ କାଲିଫର୍ନିଆର ଦୁଇଟି କର୍ମଚାରୀ ଏଜେନ୍ସି ସମାଧାନ ବନ୍ଦ କରିବାକୁ ହସ୍ତକ୍ଷେପ କଲେ ଯାହା ଦ୍ୱାରା ମହିଳାମାନଙ୍କୁ ଉଚିତ କ୍ଷତିପୂରଣ ପ୍ରଦାନ କରାଯାଇପାରିବ।

ଶେଷରେ ଚାଇନାର ଟେକ ଜଏଣ୍ଟ ଟେନ୍ସେଣ୍ଟ ଦ୍ୱାରା ପରିଚାଳିତ ରାୟଟ ଗେମ୍ସ୍‌କୁ ମୁଣ୍ଡ ନୋଇବାକୁ ପଡ଼ିଛି। ନଭେମ୍ବର ୨୦୧୪ରୁ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ପ୍ରାୟ ୬୦୦ କୋଟି ଟଙ୍କା ଏବଂ ଆଟର୍ଣ୍ଣି ଫି ସମେତ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ୧୫୦ କୋଟି ଟଙ୍କା ପ୍ରଦାନ କରାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।

କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, କର୍ମଚାରୀଙ୍କ ବେତନ ଏବଂ ଚାକିରି ସମ୍ବନ୍ଧୀୟ କାର୍ଯ୍ୟରେ ଲିଙ୍ଗଗତ ସମାନତାର ବିଶ୍ଳେଷଣ ତୃତୀୟ ପକ୍ଷଙ୍କ ଦ୍ୱାରା କରାଯିବ।

କାଲିଫର୍ନିଆର ଫେୟାର ଏମ୍ପ୍ଲୟମେଣ୍ଟ ଆଣ୍ଡ ହାଉସିଂ ବିଭାଗର ନିର୍ଦ୍ଦେଶକ କଓ୍ବେିନ କିଶଙ୍କ ଅନୁଯାୟୀ, ଲସ ଆଞ୍ଜେଲସ ସୁପ୍ରିମକୋର୍ଟ ଏହି ବୁଝାମଣାକୁ ଅନୁମତି ପ୍ରଦାନ କରିବା ପରେ ଖେଳ ଜଗତ ସମେତ ସମସ୍ତ ଉଦ୍ୟୋଗ କ୍ଷେତ୍ରରେ ସମାନ ଦରମା ଏବଂ ଲିଙ୍ଗମୁକ୍ତ କାର୍ଯ୍ୟକ୍ଷେତ୍ର ସ୍ଥାପନ ପଥ ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri