କିଙ୍ଗ୍‌ ଚାଲର୍‌ସ ୩ୟଙ୍କୁ ୭୫

ଲଣ୍ଡନ୍‌,୧୬ା୧୧: ବ୍ରିଟେନ୍‌ର କିଙ୍ଗ୍‌ ଚାଲର୍‌ସ ୩ୟ ମଙ୍ଗଳବାର ରାତିରେ ଲଣ୍ଡନର ବକିଂହାମ୍‌ ପ୍ୟାଲେସ୍‌ରେ ଭାରତୀୟ ନର୍ସ, ଧାଈ ଓ ଅନ୍ତର୍ଜାତୀୟ ସେବିକାମାନଙ୍କ ଗହଣରେ ନିଜ ୭୫ତମ ଜନ୍ମଦିନ ପାଳନ କରିଛନ୍ତି। ବ୍ରିଟେନ୍‌ ସରକାରଙ୍କ ଅଧୀନ ଜାତୀୟ ସ୍ବାସ୍ଥ୍ୟ ସେବା (ଏନ୍‌ଏଚ୍‌ଏସ୍‌)ରେ ନିୟୋଜିତ ପ୍ରାୟ ୧,୫୦,୦୦୦ ନର୍ସଙ୍କ ମଧ୍ୟରୁ ସର୍ବାଧିକ ହେଉଛନ୍ତି ଭାରତୀୟ। ଏନ୍‌ଏଚ୍‌ଏସ୍‌ ମଧ୍ୟ ଏହାର ୭୫ତମ ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଭାରତ, ଫିଲିପାଇନ୍ସ, ଶ୍ରୀଲଙ୍କା, ନେପାଳ ଓ କେନିଆର ପ୍ରାୟ ୪୦୦ ନର୍ସ ବ୍ରିଟେନ୍‌ର ସ୍ବାସ୍ଥ୍ୟ ତଥା ସାମାଜିକ ସେବା କ୍ଷେତ୍ର ପ୍ରତି ସେମାନଙ୍କ ଅବଦାନ ଉପଲକ୍ଷେ ଆୟୋଜିତ ସ୍ବତନ୍ତ୍ର ଅଭ୍ୟର୍ଥନା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ସ୍କଟଲାଣ୍ଡରେ କାର୍ଯ୍ୟରତ ଭାରତୀୟ ଷ୍ଟାଫ୍‌ ନର୍ସ ଶ୍ରୀଜିଥ୍‌ ମୁରଲୀଧରନ୍‌ କହିଛନ୍ତି, ରାଜାଙ୍କୁ ଜୀବନକାଳ ମଧ୍ୟରେ ଥରୁଟିଏ ଭେଟିବାର ସୁଯୋଗ ମିଳିବା ବି ଅତ୍ୟନ୍ତ ଖୁସିର କଥା।

ସେ ଜଣେ ହୃଦୟବାନ୍‌ ବ୍ୟକ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଋଷି ସୁନକ୍‌ଙ୍କ କ୍ୟାବିନେଟ୍‌ରେ ନୂଆକରି ଦାୟିତ୍ୱ ନେଇଥିବ ସ୍ବାସ୍ଥ୍ୟ ସଚିବ ଭିକ୍ଟୋରିଆ ଅଟ୍‌କିନ୍ସ ଏନ୍‌ଏଚ୍‌ଏସ୍‌ର ଅବଦାନକୁ ପ୍ରଶଂସା କରିଛନ୍ତି। ଭାରତ-ବ୍ରିଟେନ୍‌ ସମ୍ପର୍କ ଆଗକୁ ଆହୁରି ନିବିଡ଼ ହେବ। ପ୍ରଧାନମନ୍ତ୍ରୀଙ୍କ ଅନୁମତି ମିଳିଲେ ସେ ଭାରତ ଗସ୍ତ କରିବେ ବୋଲି ଭିକ୍ଟୋରିଆ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri