ମାଳବନ୍ଧରେ ୭୫ ଫୁଟର ଘାଇ

ନୟାଗଡ଼ ଅଫିସ,୧୮ା୭: ଲଘୁଚାପଜନିତ ବର୍ଷାରେ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଛି। ଶନିବାର ରାତିରୁ ଆରମ୍ଭ ହୋଇଥିବା ଲଗାଣ ବର୍ଷାରେ ଲୁଣିଝରା, କୁସୁମୀ ପରୀ ନଦୀରେ ବନ୍ୟା ଆସିଛି। ନୟାଗଡ଼ ବ୍ଲକର ବାଲିକୁଦିଆରେ ଲୁଣିଝରା ନଦୀ ମାଳବନ୍ଧରେ ୭୫ ଫୁଟର ଘାଇ ସୃଷ୍ଟି ହୋଇଛି। ଏହି ଘାଇ ପାଇଁ ଗହୀରର ୫ଶହ ଏକର ଜମିରେ ବନ୍ୟାଜଳ ପ୍ରବେଶ କରିଛି। ଜିଲାରେ ୧୨୦ରୁ ଊର୍ଦ୍ଧ୍ୱ ଘର ଭାଙ୍ଗିଛି। ସେହିଭଳି ନୟାଗଡ଼ ବ୍ଲକର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ବାରବାଟି ଡିହଗାଁରେ ୪ଫୁଟ ଉଚ୍ଚର ବନ୍ୟାଜଳ ଲହଡ଼ି ଭାଙ୍ଗୁଛି। ଏଥିପାଇଁ ବହୁ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି। ବାଲିକୁଦିଆ ଗାଁ ଭିତରେ ୧ରୁ ୨ ଫୁଟ ଉଚ୍ଚର ବନ୍ୟାଜଳ ପ୍ରବାହିତ ହେଉଛି। ପୁଣି ନୟାଗଡ଼ ବ୍ଲକର ଯଦୁପୁର ସ୍କୁଲ, ରାଉତରାପୁର ନୂଆସାହି ପରି ୧୦ରୁ ଊର୍ଦ୍ଧ୍ୱ ଗାଁରେ ବନ୍ୟାଜଳ ପଶିଛି।
ଓଡ଼ଗାଁ ବ୍ଲକର କୁରାଳ-ଓଡ଼ଗାଁ ରାସ୍ତା ରବିବାର ପୂର୍ବାହ୍ନ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବିଚ୍ଛିନ୍ନ ହୋଇପଡିଥିଲା। କୁସୁମୀ ନଦୀର କୁରାଳ ପୋଲ ଉପରେ ୨ ଫୁଟର ବନ୍ୟାଜଳ ପ୍ରବାହିତ ହେବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିଲା। ନୟାଗଡ଼ ବ୍ଳକରେ ଶନିବାର ରାତିରେ ବେଶି ବର୍ଷା ହୋଇଥିବାବେଳେ ଖଣ୍ଡପଡ଼ା ବ୍ଲକରେ ସବୁଠାରୁ କମ ବର୍ଷା ହୋଇଥିବା ଜିଲା ଜରୁରିକାଳୀନ ବିଭାଗ ପକ୍ଷରୁ ସୂଚନା ମିଳିଛି। ନୂଆଗାଁ ବ୍ଲକରେ ୧୫୫ ମିମି ବର୍ଷା ହୋଇଥିବାବେଳେ ଓଡ଼ଗାଁ ବ୍ଲକରେ ୧୫୨. ୦୭ ମିମି ବର୍ଷା ହୋଇଛି। ପୁଣି ନୟାଗଡ଼ ବ୍ଲକରେ ୧୨୨ ମିମି, ଭାପୁରରେ ୮୫.୦୩ ମିମି, ଦଶପଲ୍ଲା ବ୍ଲକରେ ୧୪୬ ମିମି, ଗଣିଆ ବ୍ଲକରେ ୫୯ ମିମି, ଖଣ୍ଡପଡ଼ା ବ୍ଲକରେ ୪୩.୦୨ ମିମି ଓ ରଣପୁର ବ୍ଲକରେ ୬୮.୮ ମିମି ବର୍ଷା ହୋଇଛି। ଲଘୁଚାପଜନିତ
ବର୍ଷା ଯୋଗୁ ନୟାଗଡ଼ ବ୍ଳକ ନବଘନପୁର ଗାଁର ଅପର୍ତ୍ତି ନାୟକଙ୍କ ୧ ବଖରା ଘର ଭୁଶୁଡ଼ି ପଡିଛି। ଅପର୍ତ୍ତିଙ୍କ ପରିବାର ଜରି ପାଲ ତଳେ ରହୁଛନ୍ତି। ସେହିପରି ବିରୁଡା ପଞ୍ଚାୟତ ମର୍ଦ୍ଦରାଜପୁର ଗାଁର ଗୋବର୍ଦ୍ଧନ ସ୍ବାଇଁଙ୍କ ଘର ଭାଙ୍ଗିପଡିିଛି। ଘର ଭିତରେ କୁସୁମୀ ନଦୀର ବନ୍ୟାଜଳ
ପ୍ରବେଶ କରିଛି। ଏନେଇ ବାଲିକୁଦିଆ ଗାଁର ଚାଷୀ ଘନଶ୍ୟାମ ପ୍ରଧାନ କୁହନ୍ତି, ମୋର ୪ମାଣ ଧାନ ଫସଲ ଉଜୁଡି ଯାଇଛି। ମାଳବନ୍ଧରେ ଘାଇ ଯୋଗୁ ମୋ ଗାଁର ବାହାଡା ଗହୀରର ୫୦୦ ଏକର ଧାନ ଜମିର ଫସଲ ନଷ୍ଟ ହୋଇଛି। ଗଦାଧରପ୍ରସାଦ ସରପଞ୍ଚ ଲକ୍ଷ୍ମୀଧର ପାତ୍ର କୁହନ୍ତି, ଘାଇ ହେବା ଯୋଗୁ ବେଶି କ୍ଷୟକ୍ଷତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri