୭୪୪ କିମି ତଟାଞ୍ଚଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ,୧୯ା୭:ବନ୍ୟା, ବାତ୍ୟା, ସୁନାମୀ ପରି ପ୍ରାକୃତିକ ବିପର୍ଯ୍ୟୟର ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲା ଆଳିଠାରେ ତଟବନ୍ଧ ଡିଭିଜନ ପ୍ରତିଷ୍ଠା ହୋଇଛି ା ଆଳି ସମେତ ରାଜକନିକା, ରାଜନଗର ଓ ମହାକାଳପଡାର ମୋଟ ୭୪୪.୪୭ କିଲୋମିଟର ତଟବନ୍ଧର ସୁରକ୍ଷା କରିବା କଥା ା ଏନେଇ ଗତ ଏପ୍ରିଲରେ ମିଳିତ ପ୍ରଶାସନିକ ସର୍ଭେ ହୋଇଛି ା ୨୦୨୨-୨୩ ଆର୍ଥିକ ବର୍ଷରେ ତଟବନ୍ଧର ସର୍ଭେ ରିପୋର୍ଟରେ ବିଭାଗୀୟ ଅଧିକାରୀ ସଂପୃକ୍ତ ଅଞ୍ଚଳର ବିଡିଓ ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ଦସ୍ତଖତ କରିଛନ୍ତି ା ଏହାର ଅର୍ଥ ତଟବନ୍ଧର ଦୁର୍ବଳତା ସମ୍ପର୍କରେ ଜିଲାର ସମସ୍ତ ପ୍ରଶାସନିକ ଅଧିକାରୀ ଅବଗତ ଅଛନ୍ତି ା ଏହା ପରେ ବି ଗତ ୧୪ ତାରିଖ ପୂର୍ଣ୍ଣିମା ତିଥିରେ ସମୁଦ୍ର ଜୁଆର ତଟାଞ୍ଚଳରେ ବିଭିଷିକା ଖେଳାଇ ଦେଇଛି ା ଜିଲାର ରାଜନଗର ବ୍ଲକ ତାଳଚୁଆଠାରୁ ରାଜନଗର ଓ ମହାକାଳପଡାର ବତୀଘର ପଞ୍ଚାୟତ ପର୍ଯ୍ୟନ୍ତ ଏହି ଜୁଆର ଚାଷ ଓ ବାସକୁ ନଷ୍ଟ କରିଛି ା ଯାତାୟତ ପଥ ରୋକିବା ସହିତ ଶିକ୍ଷା, ସ୍ବାସ୍ଥ୍ୟ ପରି ମୌଳିକ ସମସ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ରହିଛନ୍ତି ା ଧନଜୀବନରେ ଅସୁରକ୍ଷିତ ଥିବା ତଟାଞ୍ଚଳବାସୀ ଗତ ୧୮ ବର୍ଷ ଧରି ଚାଲିଥିବା ଏହି କାର୍ଯ୍ୟାଳୟରେ ପ୍ରକଳ୍ପ ଅର୍ଥକୁ ପ୍ରଶାସନିକ ଅଧିକାରୀ ଓ ଠିକାଦାର ଭାଗବଣ୍ଟା କରିଛନ୍ତି ବୋଲି ମତ ଦେଇଛନ୍ତି ା
ରାଜନଗରର ବସନ୍ତ କୁମାର ହାତୀ, ଆଳିର ବ୍ରଜ ସୁନ୍ଦର ଭୂୟଁା, ମହାକାଳପଡ଼ାର ସୁନିଲ କୁମାର ଗନ୍ତାୟତ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ଏହି ଡିଭିଜନ ୨୦୦୪ ଅକ୍ଟୋବରରୁ କାର୍ଯ୍ୟକାରୀ ହେଉଛି ା ଏହା ଅଧୀନରେ ଆଳି ସବ୍‌ଡିଭିଜନର ୧୧୧.୫୩ କିମି, ମହାକାଳପଡାର ୨୩୭.୬୨ କିମି, ରାଜନଗରର ୩୦୨.୧୨ କିମି. ଓ ରାଜକନିକା ସବ୍‌ଡିଭିଜନର ୯୩.୨୦ କିମି. ତଟବନ୍ଧ ଅଛି ା ବନ୍ୟା, ବାତ୍ୟାରେ ସ୍ଥାନୀୟ ଅଞ୍ଚଳରେ ହେବାକୁ ଥିବା କ୍ଷୟକ୍ଷତିକୁ ରୋକିବା ପାଇଁ ମିଳିତ ପ୍ରଶାସନିକ ଅଧିକାରୀ ସର୍ଭେ କରିଛନ୍ତି ା ତେବେ ମହାକାଳପଡା ସବ୍‌ଡିଭିଜନର ଜମ୍ବୁ ଲୁଣା ଘେରି, ବତୀଘର ଘେରି, ରାଜନଗର ସବ୍‌ଡିଭିଜନ ଅନ୍ତର୍ଗତ ଗଜରିଆ ତଟବନ୍ଧ, ଉତିକଣ ଲୁଣା ଘେରି, କେରଡାଗଡ, ପଦନୀ ପଦ୍ମନାଭପୁର, ଗୋପାଳପୁର, ରାଜଗଡ, ଗଦାଧରପୁର, ବାରଗଁା ଆଦି ଘେରିବନ୍ଧକୁ ଟପି କ୍ଷେତ ଓ ନିକଟସ୍ଥ ଗ୍ରାମକୁ ପଶିଛି ା ଏହି ସବ୍‌ଡିଭିଜନ ଅନ୍ତର୍ଗତ ପେଣ୍ଠ ଜିଓ ଟ୍ୟୁବୱାଲକୁ ସମୁଦ୍ର ଜୁଆର ନଷ୍ଟ କରିବାକୁ ଆଶଙ୍କା ଥିବା ବେଳେ ୪୦୦ ମିଟର ପର୍ଯ୍ୟନ୍ତ ତଟବନ୍ଧରେ ସମୁଦ୍ର ଛୁଇଁଛି ା ସେହିପରି ଜୁଆର ପ୍ରଭାବିତ ବ୍ରାହ୍ମଣୀ, ଖରସ୍ରୋତା, ଗୋବରୀ, ହଂସୁଆ ଆଦି ନଦୀ ବନ୍ଧ ଏକ ପ୍ରକାର ଅସୁରକ୍ଷିତ ହୋଇଛି ା ଗତ ପୂର୍ଣ୍ଣିମା ଜୁଆର ପାଟ୍ଟଶାଳା ନଦୀକୁ ଉଛୁଳାଇ ଦେଇଥିଲା ା ଏହି ଜୁଆର ପାଣି ରାଜନଗର ବ୍ଲକ ରଙ୍ଗଣୀର ପଟ୍ଟାପାରିଆ, ଭେକ୍ଟା ମୌଜାକୁ ମାଡି ଯାଇଥିଲା ା ସେହିପରି ମହାକାଳପଡ଼ା ବ୍ଲକ ସୁନିତି ପଞ୍ଚାୟତର ପାଞ୍ଚଗୋଛିଆ ବାଟ ଦେଇ କ୍ଷେତ ଜମିକୁ ମାଡି ଯାଇଥିବା ସହିତ ନିକଟସ୍ଥ ଗ୍ରାମରେ କେତେଜଣଙ୍କ ଘରକୁ ଏହି ଜଳ ପ୍ରବେଶ କରିଛି ା ବତୀଘର ଅଞ୍ଚଳର ବଡଟୁବି, ସାନଟୁବି, ମହାନଦୀ ସଂଲଗ୍ନ ଆଖଡାଶାଳି ଆଦି ଅଞ୍ଚଳରେ ଜୁଆର ମାଡି ଯାଇଛି। ଅଧିକାଂଶ ତଟାଞ୍ଚଳରେ ବନ୍ଧ ଆଦୌ ନିର୍ମାଣ କରାଯାଇନାହିଁ ା ଏଠାରେ ମୌଳିକ ସୁବିଧା ବାଧାପ୍ରାପ୍ତ ହୋଇଛି ା ସର୍ଭେ ସମୟରେ ଏହି ଦୁର୍ବଳତା ସତ୍ତ୍ୱେ ପ୍ରକଳ୍ପକୁ ଠିକ ଭାବେ କାର୍ଯ୍ୟକାରୀ ନ କରିବା, ପୂର୍ବ ପ୍ରକଳ୍ପରେ ଆସିଥିବା ଅର୍ଥକୁ ପ୍ରଶାସନିକ ଅଧିକାରୀ ଓ ଠିକାଦାର ଭାଗବଣ୍ଟା କରି ନେଇଥିବା ଏହାଠାରୁ ଅଧିକ ଉଦାହରଣ କଣ ହୋଇ ଥାଇପାରେ ବୋଲି କହି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ା
ଏସମ୍ପର୍କରେ ଡିଭିଜନର ଭାରପ୍ରାପ୍ତ ଏସ୍‌ଇ ତଥା ଜିଲା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ କହିଛନ୍ତି, ବିଶ୍ୱତାପନ ଫଳରେ ପରିବେଶ ବିଗିଡିଛି ା ତଟବନ୍ଧର ବହୁ ସ୍ଥାନ ଏବେ ସମୁଦ୍ର ଜୁଆରଠାରୁ ମାତ୍ର ୧ ମିଟର ଉଚ୍ଚରେ ଅଛି ା ପ୍ରସ୍ତାବିତ ୪ ମିଟରରୁ ୬ ମିଟର ଉଚ୍ଚା ତଟବନ୍ଧ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରୁ ଏହି ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri