୭୪୪ କିମି ତଟାଞ୍ଚଳ ଅସୁରକ୍ଷିତ

କେନ୍ଦ୍ରାପଡ଼ା ଅଫିସ,୧୯ା୭:ବନ୍ୟା, ବାତ୍ୟା, ସୁନାମୀ ପରି ପ୍ରାକୃତିକ ବିପର୍ଯ୍ୟୟର ସୁରକ୍ଷା ପାଇଁ କେନ୍ଦ୍ରାପଡ଼ା ଜିଲା ଆଳିଠାରେ ତଟବନ୍ଧ ଡିଭିଜନ ପ୍ରତିଷ୍ଠା ହୋଇଛି ା ଆଳି ସମେତ ରାଜକନିକା, ରାଜନଗର ଓ ମହାକାଳପଡାର ମୋଟ ୭୪୪.୪୭ କିଲୋମିଟର ତଟବନ୍ଧର ସୁରକ୍ଷା କରିବା କଥା ା ଏନେଇ ଗତ ଏପ୍ରିଲରେ ମିଳିତ ପ୍ରଶାସନିକ ସର୍ଭେ ହୋଇଛି ା ୨୦୨୨-୨୩ ଆର୍ଥିକ ବର୍ଷରେ ତଟବନ୍ଧର ସର୍ଭେ ରିପୋର୍ଟରେ ବିଭାଗୀୟ ଅଧିକାରୀ ସଂପୃକ୍ତ ଅଞ୍ଚଳର ବିଡିଓ ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ଦସ୍ତଖତ କରିଛନ୍ତି ା ଏହାର ଅର୍ଥ ତଟବନ୍ଧର ଦୁର୍ବଳତା ସମ୍ପର୍କରେ ଜିଲାର ସମସ୍ତ ପ୍ରଶାସନିକ ଅଧିକାରୀ ଅବଗତ ଅଛନ୍ତି ା ଏହା ପରେ ବି ଗତ ୧୪ ତାରିଖ ପୂର୍ଣ୍ଣିମା ତିଥିରେ ସମୁଦ୍ର ଜୁଆର ତଟାଞ୍ଚଳରେ ବିଭିଷିକା ଖେଳାଇ ଦେଇଛି ା ଜିଲାର ରାଜନଗର ବ୍ଲକ ତାଳଚୁଆଠାରୁ ରାଜନଗର ଓ ମହାକାଳପଡାର ବତୀଘର ପଞ୍ଚାୟତ ପର୍ଯ୍ୟନ୍ତ ଏହି ଜୁଆର ଚାଷ ଓ ବାସକୁ ନଷ୍ଟ କରିଛି ା ଯାତାୟତ ପଥ ରୋକିବା ସହିତ ଶିକ୍ଷା, ସ୍ବାସ୍ଥ୍ୟ ପରି ମୌଳିକ ସମସ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ରହିଛନ୍ତି ା ଧନଜୀବନରେ ଅସୁରକ୍ଷିତ ଥିବା ତଟାଞ୍ଚଳବାସୀ ଗତ ୧୮ ବର୍ଷ ଧରି ଚାଲିଥିବା ଏହି କାର୍ଯ୍ୟାଳୟରେ ପ୍ରକଳ୍ପ ଅର୍ଥକୁ ପ୍ରଶାସନିକ ଅଧିକାରୀ ଓ ଠିକାଦାର ଭାଗବଣ୍ଟା କରିଛନ୍ତି ବୋଲି ମତ ଦେଇଛନ୍ତି ା
ରାଜନଗରର ବସନ୍ତ କୁମାର ହାତୀ, ଆଳିର ବ୍ରଜ ସୁନ୍ଦର ଭୂୟଁା, ମହାକାଳପଡ଼ାର ସୁନିଲ କୁମାର ଗନ୍ତାୟତ, ପରିବେଶବିତ୍‌ ହେମନ୍ତ କୁମାର ରାଉତ, ବୁଦ୍ଧିଜୀବୀ ରାଧାକାନ୍ତ ମହାନ୍ତି ପ୍ରମୁଖ କହିଛନ୍ତି, ଏହି ଡିଭିଜନ ୨୦୦୪ ଅକ୍ଟୋବରରୁ କାର୍ଯ୍ୟକାରୀ ହେଉଛି ା ଏହା ଅଧୀନରେ ଆଳି ସବ୍‌ଡିଭିଜନର ୧୧୧.୫୩ କିମି, ମହାକାଳପଡାର ୨୩୭.୬୨ କିମି, ରାଜନଗରର ୩୦୨.୧୨ କିମି. ଓ ରାଜକନିକା ସବ୍‌ଡିଭିଜନର ୯୩.୨୦ କିମି. ତଟବନ୍ଧ ଅଛି ା ବନ୍ୟା, ବାତ୍ୟାରେ ସ୍ଥାନୀୟ ଅଞ୍ଚଳରେ ହେବାକୁ ଥିବା କ୍ଷୟକ୍ଷତିକୁ ରୋକିବା ପାଇଁ ମିଳିତ ପ୍ରଶାସନିକ ଅଧିକାରୀ ସର୍ଭେ କରିଛନ୍ତି ା ତେବେ ମହାକାଳପଡା ସବ୍‌ଡିଭିଜନର ଜମ୍ବୁ ଲୁଣା ଘେରି, ବତୀଘର ଘେରି, ରାଜନଗର ସବ୍‌ଡିଭିଜନ ଅନ୍ତର୍ଗତ ଗଜରିଆ ତଟବନ୍ଧ, ଉତିକଣ ଲୁଣା ଘେରି, କେରଡାଗଡ, ପଦନୀ ପଦ୍ମନାଭପୁର, ଗୋପାଳପୁର, ରାଜଗଡ, ଗଦାଧରପୁର, ବାରଗଁା ଆଦି ଘେରିବନ୍ଧକୁ ଟପି କ୍ଷେତ ଓ ନିକଟସ୍ଥ ଗ୍ରାମକୁ ପଶିଛି ା ଏହି ସବ୍‌ଡିଭିଜନ ଅନ୍ତର୍ଗତ ପେଣ୍ଠ ଜିଓ ଟ୍ୟୁବୱାଲକୁ ସମୁଦ୍ର ଜୁଆର ନଷ୍ଟ କରିବାକୁ ଆଶଙ୍କା ଥିବା ବେଳେ ୪୦୦ ମିଟର ପର୍ଯ୍ୟନ୍ତ ତଟବନ୍ଧରେ ସମୁଦ୍ର ଛୁଇଁଛି ା ସେହିପରି ଜୁଆର ପ୍ରଭାବିତ ବ୍ରାହ୍ମଣୀ, ଖରସ୍ରୋତା, ଗୋବରୀ, ହଂସୁଆ ଆଦି ନଦୀ ବନ୍ଧ ଏକ ପ୍ରକାର ଅସୁରକ୍ଷିତ ହୋଇଛି ା ଗତ ପୂର୍ଣ୍ଣିମା ଜୁଆର ପାଟ୍ଟଶାଳା ନଦୀକୁ ଉଛୁଳାଇ ଦେଇଥିଲା ା ଏହି ଜୁଆର ପାଣି ରାଜନଗର ବ୍ଲକ ରଙ୍ଗଣୀର ପଟ୍ଟାପାରିଆ, ଭେକ୍ଟା ମୌଜାକୁ ମାଡି ଯାଇଥିଲା ା ସେହିପରି ମହାକାଳପଡ଼ା ବ୍ଲକ ସୁନିତି ପଞ୍ଚାୟତର ପାଞ୍ଚଗୋଛିଆ ବାଟ ଦେଇ କ୍ଷେତ ଜମିକୁ ମାଡି ଯାଇଥିବା ସହିତ ନିକଟସ୍ଥ ଗ୍ରାମରେ କେତେଜଣଙ୍କ ଘରକୁ ଏହି ଜଳ ପ୍ରବେଶ କରିଛି ା ବତୀଘର ଅଞ୍ଚଳର ବଡଟୁବି, ସାନଟୁବି, ମହାନଦୀ ସଂଲଗ୍ନ ଆଖଡାଶାଳି ଆଦି ଅଞ୍ଚଳରେ ଜୁଆର ମାଡି ଯାଇଛି। ଅଧିକାଂଶ ତଟାଞ୍ଚଳରେ ବନ୍ଧ ଆଦୌ ନିର୍ମାଣ କରାଯାଇନାହିଁ ା ଏଠାରେ ମୌଳିକ ସୁବିଧା ବାଧାପ୍ରାପ୍ତ ହୋଇଛି ା ସର୍ଭେ ସମୟରେ ଏହି ଦୁର୍ବଳତା ସତ୍ତ୍ୱେ ପ୍ରକଳ୍ପକୁ ଠିକ ଭାବେ କାର୍ଯ୍ୟକାରୀ ନ କରିବା, ପୂର୍ବ ପ୍ରକଳ୍ପରେ ଆସିଥିବା ଅର୍ଥକୁ ପ୍ରଶାସନିକ ଅଧିକାରୀ ଓ ଠିକାଦାର ଭାଗବଣ୍ଟା କରି ନେଇଥିବା ଏହାଠାରୁ ଅଧିକ ଉଦାହରଣ କଣ ହୋଇ ଥାଇପାରେ ବୋଲି କହି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି ା
ଏସମ୍ପର୍କରେ ଡିଭିଜନର ଭାରପ୍ରାପ୍ତ ଏସ୍‌ଇ ତଥା ଜିଲା ଜଳସମ୍ପଦ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରବୋଧ କୁମାର ରାଉତ କହିଛନ୍ତି, ବିଶ୍ୱତାପନ ଫଳରେ ପରିବେଶ ବିଗିଡିଛି ା ତଟବନ୍ଧର ବହୁ ସ୍ଥାନ ଏବେ ସମୁଦ୍ର ଜୁଆରଠାରୁ ମାତ୍ର ୧ ମିଟର ଉଚ୍ଚରେ ଅଛି ା ପ୍ରସ୍ତାବିତ ୪ ମିଟରରୁ ୬ ମିଟର ଉଚ୍ଚା ତଟବନ୍ଧ କରିବାକୁ କେନ୍ଦ୍ର ସରକାରଙ୍କ ନିକଟରୁ ଏହି ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri