Posted inଫୁରସତ

କର୍ମଚାରୀଙ୍କୁ ମାଲିକ ବାଣ୍ଟିଦେଲେ ୭୩ କୋଟି, କାରଣ ଜାଣିଲେ…

ପ୍ରତ୍ୟେକ କର୍ମଚାରୀଙ୍କ ପାଇଁ ଏକ ଭଲ କମ୍ପାନୀ ମିଳିବା ନିଶ୍ଚିତ ସୌଭାଗ୍ୟର କଥା। କୌଣସି କମ୍ପାନୀରେ କର୍ମଚାରୀମାନଙ୍କର ଦୀର୍ଘକାଳୀନ କାର୍ଯ୍ୟ ଅନେକ ଜିନିଷ ଉପରେ ନିର୍ଭର କରେ। ଯେପରିକି ଦରମା ବୃଦ୍ଧି ଏବଂ ବୋନ୍‌ସ ତଥା ଅନ୍ୟାନ୍ୟ ବିଶେଷ ସୁବିଧା ମିଳିଲେ କର୍ମଚାରୀ ଖୁସି ଥାନ୍ତି।

ଏବେ ଏମିତି ଏକ କମ୍ପାନୀ ଆଜିକାଲି ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ଯାହା ଏହାର କର୍ମଚାରୀଙ୍କ ମଧ୍ୟରେ ପ୍ରାୟ ୭୩ କୋଟି ଟଙ୍କା ବଣ୍ଟନ କରିଛି, ଏହାର କାରଣ ମଧ୍ୟ ସ୍ବତନ୍ତ୍ର।
ଚାଇନାର ଏକ ନିଗମ ଏହାର କର୍ମଚାରୀମାନଙ୍କୁ ବର୍ଷ ଶେଷ ପ୍ରୋତ୍ସାହନ ପରି ଏତେ ଟଙ୍କା ଦେଇଛି, ଯାହା କେହି କେବେ ଭାବି ନ ଥିବେ। ଏକ ରିପୋର୍ଟ ଅନୁଯାୟୀ, ଚାଇନାର ଏକ କମ୍ପାନୀ ପାର୍ଟି ସମୟରେ ମଞ୍ଚ ଉପରେ ଏକ ଟଙ୍କା ଗଦା ରଖିଛନ୍ତି। କମ୍ପାନୀର ମାଲିକ ତାଙ୍କ କର୍ମଚାରୀଙ୍କ ମଧ୍ୟରେ ୬୧ ମିଲିୟନ ୟୁଆନ (୭୩,୭୮,୭୮,୯୩୯ଟଙ୍କା) ବ୍ୟାଙ୍କ ନୋଟ ବଣ୍ଟନ କରିଥିଲେ।

ବାସ୍ତବରେ, କମ୍ପାନୀ ପ୍ରଥମେ ଏକ ମଞ୍ଚ ତିଆରି କରିଥିଲା ଏବଂ ସେହି ମଞ୍ଚରେ ୨ ମିଟର ଉଚ୍ଚ ନୋଟ୍‌ ଗଦା ରଖିଥିଲା। ଯେଉଁଥିରେ ୬୧ ମିଲିୟନ ୟୁଆନ ଅର୍ଥାତ୍‌ ୭୦ କୋଟିରୁ ଅଧିକ ଥିଲା। ତା’ପରେ ଗୋଟିଏ ପରେ ଗୋଟିଏ ବିଡ଼ା ନୋଟ କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ ହେଲା। ଏହି ମାମଲା ଚାଇନାର ହେନାନ ପ୍ରଦେଶ ସହିତ ସମ୍ପୃକ୍ତ ଏବଂ କର୍ମଚାରୀମାନଙ୍କୁ ନୋଟ୍‌ ବଣ୍ଟନ କରୁଥିବା କମ୍ପାନୀର ନାମ ହେଉଛି ହେନାନ ମାଇନ, ଯାହାକି କ୍ରେନ ଉତ୍ପାଦନକାରୀ କମ୍ପାନୀ।

ବର୍ଷ ଶେଷରେ କମ୍ପାନୀ ପକ୍ଷରୁ ଏକ ବୈଠକର ଆୟୋଜନ କରାଯାଇଥିଲା। ଏଥିରେ ୪୦ ବିକ୍ରୟ ପରିଚାଳକଙ୍କୁ ମୋଟ୍‌ ୬୧ ମିଲିୟନ ୟୁଆନ ପ୍ରଦାନ କରାଯାଇଥିଲା। ଭିଡିଓଟି କମ୍ପାନୀ ସୋସିଆଲ ମିଡିଆ ପେଜ୍‌ରେ ଶେୟାର କରିଥିଲା। ଯେଉଁଥିରେ ପାହାଡ଼ ଆକାରର ଟଙ୍କା ଗଦା କରି ରଖାଯାଇଥିଲ। ପରେ ଏହା କର୍ମଚାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଥିଲା।

କରୋନା ସମୟରେ ମଧ୍ୟ ଉକ୍ତ କମ୍ପାନୀ ଏହି ଆର୍ଥିକ ବର୍ଷରେ ଲାଭବାନ ହୋଇଛି। ଗତ ଆର୍ଥିକ ବର୍ଷ ତୁଳନାରେ କମ୍ପାନୀ ଏଥର ୨୩ ପ୍ରତିଶତ ଅଧିକ ଲାଭ କରିଛି। ବିଶେଷ କଥା ହେଉଛି କମ୍ପାନୀ କର୍ମଚାରୀଙ୍କ ହାରାହାରି ବେତନକୁ ପ୍ରତିବର୍ଷ ୩୦ ପ୍ରତିଶତ ବୃଦ୍ଧି କରିଛି।

ହେନାନ ନାମକ ଏହି ମାଇନ କମ୍ପାନୀ ୫୧୦୦ରୁ ଅଧିକ କର୍ମଚାରୀଙ୍କୁ ନିୟୋଜିତ କରିଛି ଏବଂ ୨୦୨୨ରେ୯.୧୬ ବିଲିୟନ ୟୁଆନ (US $ ୧.୧ ବିଲିୟନ)ର ଆୟ କରିଥିଲା। ଯାହା ପୂର୍ବ ବର୍ଷ ତୁଳନାରେ ୨୩ ପ୍ରତିଶତ ଅଧିକ। ଏହି ଖୁସିରେ କର୍ମଚାରୀଙ୍କୁ ଏତେ ଟଙ୍କା ବଣ୍ଟନ କରାଯାଇଥିବା କମ୍ପାନୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri