ଆଜି ରାଜ୍ୟରୁ ୭,୨୯୧ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୨୪ା୧(ବ୍ୟୁରୋ): ସୋମବାର ରାଜ୍ୟରୁ ୭,୨୯୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୧୧,୯୫୧ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୪,୨୨୬ ଜଣ ଚିହ୍ନଟ ହୋଇଥିବା ବେଳେ ୩,୦୬୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୯୫୪ ଜଣ ଶିଶୁ ବି ଅଛନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୭୦୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରରୁ ୬୪୬ ଏବଂ କଟକରୁ ୫୬୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୧୮୩, ବାଲେଶ୍ୱର ୩୪୩, ବରଗଡ଼ ୧୩୦, ଭଦ୍ରକ ୯୭, ବଲାଙ୍ଗୀର ୨୨୧୮, ବୌଦ୍ଧ ୫୫, ଦେବଗଡ଼ ୬୨, ଢେଙ୍କାନାଳ ୯୬, ଗଜପତି ୯୫, ଗଞ୍ଜାମ ୫୦, ଜଗତସିଂହପୁର ୧୨୧, ଯାଜପୁର ୨୦୩, ଝାରସୁଗୁଡ଼ା ୮୩, କଳାହାଣ୍ଡି ୧୭୩, କନ୍ଧମାଳ ୯୮, କେନ୍ଦ୍ରାପଡ଼ା ୧୦୯, କେନ୍ଦୁଝର ୧୩୨, କୋରାପୁଟ ୧୧୧, ମାଲକାନଗିରି ୫୭, ମୟୂରଭଞ୍ଜ ୨୨୯, ନବରଙ୍ଗପୁର ୧୪୮, ନୟାଗଡ଼ ୧୯୨, ନୂଆପଡ଼ା ୧୬୦, ପୁରୀ ୧୧୬, ରାୟଗଡ଼ା ୨୯୫, ସମ୍ବଲପୁରରୁ ୧୭୬ ଏବଂ ସୋନପୁରରୁ ୨୮୨ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୩୬୫।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୧୧,୯୫୧ରେ ପହଞ୍ଚିଥିବା ବେଳେ ୧୧,୨୧,୬୦୮ ଜଣ ସୁସ୍ଥ ହୋଇଛନ୍ତି। ୮୧,୭୬୫ ଜଣ ଚିକିିତ୍ସିତ ହେଉଛନ୍ତି। ମୃତ୍ୟୁସଂଖ୍ୟା ୮,୫୨୫କୁ ବୃଦ୍ଧି ପାଇଛି।