ଦିଓ୍ବାଲିରେ ୭୨ ହଜାର କୋଟିର କାରବାର

ନୂଆଦିଲ୍ଲୀ: କରୋନାର ପ୍ରଭାବ ସାରା ଦେଶରେ ରହିଥିବା ବେଳେ ଚଳିତ ଏହି ପର୍ବକୁ ଏକ ଭିନ୍ନ ଭାବେ ପାଳନ କରାଯାଇଛି। ଭାରତୀୟ ସାମଗ୍ରୀକୁ ବୃହତ୍ତ ମାତ୍ରାରେ ବ୍ୟବହାର ଏବଂ ଚାଇନା ସାମଗ୍ରୀର ବ୍ୟବହାର କମ୍‌ କରିବା ଉପରେ ସାରା ଦେଶରେ ଏକ ଟ୍ରେଣ୍ଡ ଦେଖିବାକୁ ମିଳିଛି। ଚାଇନା ସାମଗ୍ରୀ ବର୍ଜନ କରିବା ଲାଗି ଦେଶ ମଧ୍ୟରେ ଏକ କ୍ୟାମ୍ପେନ ଗତ ୮ ମାସ ହେବ ଜାରି ରହିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୋକାଲ ଫର ଲୋକାଲ ଉପରେ ଧ୍ୟାନ ଦେବାକୁ ଦେଶବାସୀଙ୍କୁ କହିଥିଲେ। କନଫେଡେରେଶନ ଅଫ୍‌ ଅଲ୍‌ ଇଣ୍ଡିଆ ଟ୍ରେଡର୍ସ (ସିଏଆଇଟି) ନେତୃତ୍ୱରେ ସାରା ଦେଶର ବ୍ୟବସାୟୀମାନେ ଆତ୍ମ ନିର୍ଭର ଭାରତକୁ ମଜବୁତ କରିବା ଦିଗରେ ଯୋଗଦାନ ଦେଇଥିବା ଜଣାପଡିଛି। ଚଳିତ ବର୍ଷ ଦୀପାବଳିରେ ସାରା ଦେଶରେ କାରବାର ଉନ୍ନତ ରହିଛି।
ସିଏଆଇଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ବି.ସି. ଭାରତୀୟା କହିଛନ୍ତି ଯେ, ସାରା ଦେଶରେ ଦିଓ୍ବାଲିରେ ପ୍ରାୟ ୭୨ ହଜାର କୋଟି ଟଙ୍କାର କାରବାର ହୋଇଛି। ଚାଇନାକୁ ପ୍ରାୟ ୪୦ ହଜାର କୋଟି ଟଙ୍କାର ବ୍ୟବସାୟ ଘାଟା ସହିବାକୁ ପଡିଛି। ସରକାରୀ ନୀତି ଠିକ୍‌ ନ ହେବା ଯୋଗୁ ବାଣ ପ୍ରସ୍ତୁତକାରୀ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ପ୍ରାୟ ୧୦ ହଜାର କୋଟି ଟଙ୍କାରୁ ଉର୍ଦ୍ଧ୍ୱ କ୍ଷତି ସହିବାକୁ ପଡିଛି। ସେନ୍‌ସେକ୍ସ ମୁହୂର୍ତ୍ତ ଟ୍ରେଡିଂରେ ମଧ୍ୟ ଭଲ କାରବାର ହୋଇଛି। କରୋନା ଲକଡାଉନ ହେବା ସତ୍ତ୍ୱେ ମଧ୍ୟ କାରବାର ୧୦% ଉଚ୍ଚରେ ରହିଛି। ଚାଇନା ସାମଗ୍ରୀ ବର୍ଜନ ଅନ୍ତର୍ଗତ ଚଳିତ ବର୍ଷ ଦେଶବାସୀ ସେହି ଦେଶକୁ ୪୦ ହଜାର କୋଟି ଟଙ୍କାର ଝଟକା ଦେଇଛନ୍ତି।
ସୂଚନା ଯୋଗ୍ୟ, ଆଗାମୀ ୨୦୨୧ ଯାଏ ପ୍ରାୟ ଲକ୍ଷେ କୋଟି ଟଙ୍କାର ଚାଇନା ସାମଗ୍ରୀ ଆମଦାନୀକୁ କମ କରିବା ସହ ବିକ୍ରି ନ କରିବା ଲାଗି ସାରା ଦେଶର ବ୍ୟବସାୟୀ ଅଡି ବସିଛନ୍ତି। ଚାଇନା ସାମଗ୍ରୀ ବିକ୍ରିକୁ କମ୍‌ କରିବା ଲାଗି ଚଳିତ ବର୍ଷ ବ୍ୟବସାୟୀ ବେଶ ଯତ୍ନବାନ ହୋଇଛନ୍ତି। ଘରୋଇ ବଜାରରେ ପ୍ରସ୍ତୁତ ସାମଗ୍ରୀ ବିକ୍ରିକୁ ଉତ୍ସାହିତ କରିବା ଲାଗି ଏହା ସହାୟ ହେଉଥିବା ଭାରତୀୟା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧବିରତି ଭିତରେ ବଦଳିଲା ଗ୍ୟାସ ସିଲିଣ୍ଡର ଦର, ଜାଣନ୍ତୁ ବଢିଲା ନା କମିଲା…

ନୂଆଦିଲ୍ଲୀ,୮।୪: ବିଶ୍ୱ ଉତ୍ତେଜନା ମଧ୍ୟରେ, ସାଧାରଣ ଲୋକଙ୍କ ପାଇଁ ଏକ ଆଶ୍ୱସ୍ତିକର ଖବର ଆସିଛି। ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ଘୋଷଣା ପରେ, ଅନ୍ତର୍ଜାତୀୟ ବଜାରରେ…

ଆମେରିକା-ଇରାନ ଯୁଦ୍ଧବିରତି ଭିତରେ ଭାରତର ବଲ୍ଲେବଲ୍ଲେ, ମିଳିଲା ବଡ଼ ଅଫର୍‌

ନୂଆଦିଲ୍ଲୀ,୮।୪: ଗତ କିଛି ସପ୍ତାହ ଧରି, ଆମେରିକା ଏବଂ ଇରାନ ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସମଗ୍ର ବିଶ୍ୱକୁ ଏବଂ ଭାରତୀୟ ବଜାରକୁ ନିଶ୍ୱାସ ନେବାରେ ବାଧ୍ୟ…

ଯୁଦ୍ଧବିରତି ଭିତରେ ହଠାତ୍‌ ଖସିଲା ତେଲଦର, ଜାଣନ୍ତୁ ନୂଆ ପେଟ୍ରୋଲ ରେଟ୍‌

ନୂଆଦିଲ୍ଲୀ,୮ା୪: ଆମେରିକା ଏବଂ ଇରାନ ମଧ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ଘୋଷଣା ପରେ ବୁଧବାର (୮ ଏପ୍ରିଲ) ସେୟାର ମାର୍କେଟ୍‌ରେ ବଡ଼ ବୃଦ୍ଧି ଦେଖିବାକୁ ମିଳିଛି।…

RBI ଗଭର୍ନରଙ୍କ ବଡ଼ ଘୋଷଣା: ରେପୋ ରେଟ୍‌ ଅପରିବର୍ତ୍ତିତ

ନୂଆଦିଲ୍ଲୀ,୮।୪: ଭାରତୀୟ ରିଜର୍ଭ ବ୍ୟାଙ୍କ ଆର୍ଥିକ ବର୍ଷ ୨୦୨୭ ପାଇଁ ନୀତି ହାର ଘୋଷଣା କରିଛି। ଲଗାତାର ଦ୍ୱିତୀୟ ବର୍ଷ ପାଇଁ RBI ରେପୋ ରେଟ୍‌କୁ ଅପରିବର୍ତ୍ତିତ…

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଜବରଦସ୍ତ Family Pack, କରିବାକୁ ପଡିବନି ଅଲଗା ଅଲଗା ରିଚାର୍ଜ! ଗୋଟିଏ ପ୍ଲାନରେ ସବୁ ଫ୍ରି….

ଆପଣ କ’ଣ ଆପଣଙ୍କ ପରିବାରର ଚାରି ଜଣ ସଦସ୍ୟଙ୍କ ପାଇଁ ପୃଥକ ପୃଥକ ରିଚାର୍ଜ କରୁଛନ୍ତି? ପ୍ରତି ମାସରେ ୧୫୦୦ରୁ ୨୦୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି? ପ୍ରତ୍ୟେକ…

୮ ଏପ୍ରିଲରୁ ଏୟାର ଇଣ୍ଡିଆର ଯାତ୍ରା ହେବ ମହଙ୍ଗା! ଜାଣନ୍ତୁ କେତେ ବଢ଼ିବ

ନୂଆଦିଲ୍ଲୀ,୭।୪: ଟାଟା ଗ୍ରୁପ୍ ନେତୃତ୍ୱରେ ପରିଚାଳିତ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଯାତ୍ରୀମାନଙ୍କୁ ଏକ ଝଟକା ଦେଇଛି । ବଢି଼ପାରେ ଭଡ଼ା । କମ୍ପାନୀ ୮ ଏପ୍ରିଲରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri