ଆଇପିଏସ୍‌ ଅଫିସର ପରିଚୟ ଦେଇ ୭୧ ହଜାର ଠକିନେଲେ

ଭୁବନେଶ୍ବର,୭ା୧୦(ବ୍ୟୁରୋ):ଆଇପିଏସ୍‌ ଅଫିସର ପରିଚୟ ଦେଇ ଅଶ୍ଳୀଳ ଭିଡିଓ ଭାଇରାଲ କରିବାର ଧମକ ଦେଇ ସାଇବର ଠକ ଜଣେ ଯୁବକଙ୍କଠାରୁ ୭୧ହଜାର ଟଙ୍କା ଠକି ନେଇଛନ୍ତି। ଠକାମିରେ ଶିକାର ହୋଇଥିବା ବ୍ୟକ୍ତି ଜଣକ ହେଲେ ଖୋର୍ଦ୍ଧା ଜିଲା ଜଟଣୀ ଅଞ୍ଚଳର ବେଣୁଧର ମୁଦୁଲି। ତାଙ୍କ ଅଭିଯୋଗକ୍ରମେ ଭୁବନେଶ୍ୱର ସାଇବର ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁସାରେ, ବେଣୁଧର ମେଡ଼ିସିନ୍‌ ରିପ୍ରେଜେଣ୍ଟିଭ୍‌ ଭାବେ କାମ କରନ୍ତି। ଅନେକ ସମୟରେ ତାଙ୍କ ହ୍ବାଟସ୍‌ଆପ୍‌କୁ ଏକ ଅଜଣା ନମ୍ବରରେ ବାରମ୍ବାର ମେସେଜ୍‌ ଆସୁଥିଲା। ସେ ତାହାକୁ ଗୁରୁତ୍ୱ ଦେଉ ନ ଥିଲେ। ହେଲେ ପରବର୍ତ୍ତୀ ସମୟରେ ଏକ ଭିଡିଓ କଲ୍‌ ଆସିବାରୁ ସେ ତାହା ରିସିଭ୍‌ କରିଦେଇଥିଲେ। ଉକ୍ତ ଭିଡିଓରେ ଜଣେ ଯୁବତୀ ଉଲଗ୍ନ ଅବସ୍ଥାରେ ଥିବା ଦେଖିବାରୁ ସେ ସଙ୍ଗେ ସଙ୍ଗେ କଲ୍‌ଟିକୁ କାଟି ଦେଇଥିଲେ। କିଛିଦିନ ପରେ ପୁଣି ତାଙ୍କ ପାଖକୁ ଏକ କଲ୍‌ ଆସିଥିଲା। କଲ୍‌ କରିଥିବା ବ୍ୟକ୍ତି ଜଣକ ନିଜକୁ ଆଇପିଏସ୍‌ ଅଫିସର ପରିଚୟ ଦେଇଥିଲେ। ଦେଢ଼ଲକ୍ଷ ଟଙ୍କା ନ ଦେଲେ ତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ୍‌ କରିଦେବାକୁ ଧମକ ଦେଇଥିଲା। ଫଳରେ ସେ ଭୟରେ ୪ଟି କିସ୍ତିରେ ୭୧ ହଜାର ଟଙ୍କା ଅନ୍‌ଲାଇନ ମାଧ୍ୟମରେ ଟ୍ରାନ୍ସଫର କରିଥିଲେ। କିନ୍ତୁ ସାଇବର ଠକ ଜଣକ ମୁଦୁଲିଙ୍କୁ ବାକି ଟଙ୍କା ଦେବାକୁ କହିଥିଲେ। ହେଲେ ଠକାମିରେ ଶିକାର ହୋଇଥିବା ଜାଣିବା ପରେ ସେ ଶେଷରେ ଭୁବନେଶ୍ୱର ସାଇବର ଥାନାରେ ଲିଖିତ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

AI ଦୌଡ଼ରେ ଗୁଗଲର ବଡ଼ ପଦକ୍ଷେପ: ୪.୭୫ ବିଲିୟନ ଡଲାରରେ କିଣିଲା ଏହି କମ୍ପାନୀ

ନୂଆଦିଲ୍ଲୀ,୨୨ା୧୨: କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) କ୍ଷେତ୍ରରେ ନିଜର ଦବଦବା ବଜାୟ ରଖିବା ପାଇଁ ଗୁଗଲର ପ୍ୟାରେଣ୍ଟ କମ୍ପାନୀ ‘ଆଲଫାବେଟ୍’ ଏକ ବଡ଼...

ପ୍ରତି ଘଣ୍ଟାରେ କେଉଁ ଦେଶରେ ହେଉଛି ସବୁଠାରୁ ଅଧିକ ମୃତ୍ୟୁ ? ଜାଣନ୍ତୁ ଭାରତର ସ୍ଥାନ

ନୂଆଦିଲ୍ଲୀ,୨୨ା୧୨: ବିଶ୍ୱର ଜନସଂଖ୍ୟା ଆଜି ୮୦୦ କୋଟି ଅତିକ୍ରମ କରିଥିବା ବେଳେ ଭାରତ ୧୪୬ କୋଟିରୁ ଅଧିକ ଜନସଂଖ୍ୟା ସହ ପ୍ରଥମ ସ୍ଥାନରେ ରହିଛି। ତେବେ...

ଭାରତୀୟ ଖେଳାଳିଙ୍କ ‘ଅନୈତିକ ଆଚରଣ’: ପାକିସ୍ତାନ କୋଚ୍ ସରଫରାଜଙ୍କ ବଡ଼ ଅଭିଯୋଗ

ମୁମ୍ବାଇ,୨୨ା୧୨: ୧୯ ବର୍ଷରୁ କମ୍ ଏସିଆ କପ୍ ଫାଇନାଲରେ ଭାରତକୁ ୧୯୧ ରନର ବିଶାଳ ବ୍ୟବଧାନରେ ହରାଇ ପାକିସ୍ତାନ ଚାମ୍ପିଅନ୍ ହୋଇଛି। ତେବେ ଏହି ଐତିହାସିକ...

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ସ୍ପୋର୍ଟ୍ସ କ୍ୟାପିଟାଲରୁ ଟ୍ରେନ୍ ଟଏଲଟ୍: ଓଡ଼ିଶା ଖେଳାଳିଙ୍କ କଦର୍ଯ୍ୟ ଯାତ୍ରାକୁ ନେଇ ସାରା ଦେଶରେ ହଇଚଇ

ଭୁବନେଶ୍ୱର,୨୨।୧୨: ଓଡ଼ିଶାର କ୍ରୀଡ଼ା ଭବିଷ୍ୟତ କୁହାଯାଉଥିବା ଯୁବ କୁସ୍ତି ପ୍ରତିଭାମାନଙ୍କ ଅପମାନଜନକ ଯାତ୍ରାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଉତ୍ତରପ୍ରଦେଶର...

ସୃଷ୍ଟି ହେଲା ୨୪ ନୂଆ NAC , ୫ ମ୍ୟୁନିସିପାଲିଟି: ଯୋଡି ହେବ ଏସବୁ ଅଞ୍ଚଳ

ଭୁବନେଶ୍ୱର,୨୨।୧୨: ୨୪ ନୂଆ NAC ଓ ୫ ମ୍ୟୁନିସିପାଲିଟି ନେଇ ସୋମବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ୧୪ ଜିଲାରେ ୨୪ ନୂଆ NAC ନେଇ...

ମୋହନ ସରକାରଙ୍କ ଅମଳରେ ପଛେଇଗଲା ଓଡ଼ିଶା, ବେକାରୀ ବୃଦ୍ଧି: ବିଜେଡିର ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୨୨।୧୨: ଓଡ଼ିଶାରେ ଶାସନ କରୁଥିବା ଭାଜପା ସରକାରଙ୍କୁ ଅର୍ଥନୈତିକ ବିଫଳତା ପ୍ରସଙ୍ଗରେ ଘେରିଛି ବିରୋଧୀ ବିଜୁ ଜନତା ଦଳ (ବିଜେଡି)। ରାଜ୍ୟର ଅଭିବୃଦ୍ଧି ହାର କମିବା...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri