୩ୟ ପର୍ଯ୍ୟାୟରେ ୭୧% ମତଦାନ

ଭୁବନେଶ୍ୱର,୨୬ା୫(ଅନିଲ ଦାସ): ଶନିବାର ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଏବଂ ଦେଶରେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ୬ ଲୋକ ସଭା ଆସନ ସମ୍ବଲପୁର, ଢେଙ୍କାନାଳ, କଟକ, ଖୋର୍ଦ୍ଧା, ପୁରୀ, କେନ୍ଦୁଝର ଏବଂ ଏହା ଅଧୀନ ୪୨ ବିଧାନସଭା ନିର୍ବାଚନମଣ୍ଡଳୀରେ ଭୋଟ ଗ୍ରହଣ ହୋଇଛି। ରାତି ୧ଟା ସୁଦ୍ଧା ଭାରତର ନିର୍ବାଚନ କମିଶନଙ୍କ ପକ୍ଷରୁ ଜାରି ସୂଚନା ଅନୁଯାୟୀ ଏହି ପର୍ଯ୍ୟାୟରେ ରାଜ୍ୟର ମୋଟ ଭୋଟହାର ଆପାତତଃ ୭୧% ରହିଛି। ୬ ଲୋକ ସଭା ଆସନ ମଧ୍ୟରୁ ଭୁବନେଶ୍ୱରରେ ୬୨%, କଟକରେ ୬୭.୩୬%, ଢେଙ୍କାନାଳରେ ୭୩.୬୯%, କେନ୍ଦୁଝରରେ ୭୩.୩%, ପୁରୀରେ ୭୩.୮୧% ଏବଂ ସମ୍ବଲପୁରରେ ୭୬.୬୩% ମତଦାନ ହୋଇଛିି। ଏହି ପର୍ଯ୍ୟାୟରେ ଲୋକ ସଭା ପ୍ରାର୍ଥୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରଣବ ପ୍ରକାଶ ଦାସ, ଭର୍ତ୍ତୃହରି ମହତାବ, ସଂତୃପ୍ତ ମିଶ୍ର, ସମ୍ବିତ୍‌ ପାତ୍ର, ଅରୂପ ପଟ୍ଟନାୟକ, ଅପରାଜିତା ଷଡ଼ଙ୍ଗୀ, ମନ୍ମଥ ରାଉତରାୟ, ବିଧାନସଭାର ବହୁ ହେଭିଓ୍ବେଟ୍‌ଙ୍କ ସମେତ ୪୪୭ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଲେକ୍ଟ୍ରୋନିକ ଭୋଟିଂ ମେଶିନ (ଇଭିଏମ୍‌)ରେ ସିଲ୍‌ ହୋଇଛି। ୨୦୧୯ ତୁଳନାରେ ଚଳିତ ନିର୍ବାଚନରେ ମତଦାନ ହାର ଅଧିକ ରହିଛି। ଚୂଡ଼ାନ୍ତ ରିପୋର୍ଟ ଆସିବା ପରେ ମତଦାନ ହାର ଆହୁରି ଅଧିକ ହେବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି।

ମକ୍‌ ପୋଲିଂ ପରେ ସକାଳ ୭ଟାରୁ ମତଦାନ ପ୍ରକି୍ରିୟା ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ, ବିଭିନ୍ନ ଦଳର ପ୍ରାର୍ଥୀ, ମୁଖ୍ୟ ଶାସନ ସଚିବଙ୍କ ସମେତ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ବହୁ ବରିଷ୍ଠ ପ୍ରଶାସନିକ ଅଧିକାରୀ ଭୋଟ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ଏରୋଡ୍ରମ୍‌ ପ୍ରାଇମେରୀ ସ୍କୁଲର ୧୧୪ ନଂ. ବୁଥ୍‌ରେ ଭୋଟ ଦେଇଛନ୍ତି। ସେହିପରି ଭୁବନେଶ୍ୱର ଉତ୍ତର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନରେ ଚନ୍ଦ୍ରଶେଖରପୁର ଡିଏଭି ସ୍କୁଲ କ୍ୟାମ୍ପସ-୨ରେ ବୁଥ୍‌ ନଂ. ୫୯ରେ ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ତାଙ୍କ ସ୍ତ୍ରୀ ମୃଦୁଳା ଠାକୁର ପ୍ରଧାନ ନିଜର ମତଦାନ ସାବ୍ୟସ୍ତ କରିଛନ୍ତି।
ଭୁବନେଶ୍ୱର ଲୋକ ସଭା କ୍ଷେତ୍ରର ୭ ବିଧାନସଭା ଆସନ ମଧ୍ୟରୁ ବେଗୁନିଆରେ ୭୧.୫%, ଭୁବନେଶ୍ୱର-ମଧ୍ୟ ଆସନରେ ୫୧.୧୯%, ଭୁବନେଶ୍ୱର-ଉତ୍ତରରେ ୫୧%, ଭୁବନେଶ୍ୱର-ଏକାମ୍ରରେ ୫୫.୬%, ଜଟଣୀରେ ୬୪.୩%, ଜୟଦେବରେ ୭୨.୬୪% ଏବଂ ଖୋର୍ଦ୍ଧାରେ ୭୨.୫୪% ମତଦାନ ହୋଇଛି। କଟକ ଲୋକ ସଭା କ୍ଷେତ୍ର ଅନ୍ତର୍ଗତ ୭ ବିଧାନସଭା ନିର୍ବାଚନମଣ୍ଡଳୀର ଭୋଟହାରକୁ ଦେଖିଲେ ଆଠଗଡ଼ରେ ୫୯%, ବାଙ୍କୀରେ ୫୯.୧୭%, ବାରବାଟୀ-କଟକରେ ୪୨.୧%, ବଡ଼ମ୍ବାରେ ୫୭%, ଚୌଦ୍ୱାର-କଟକରେ ୪୨.୯%, କଟକ ସଦରରେ ୬୦% ଏବଂ ଖଣ୍ଡପଡ଼ାରେ ୬୩.୫% ରହିଛି। ଢେଙ୍କାନାଳ ଲୋକ ସଭା ନିର୍ବାଚନମଣ୍ଡଳୀ ଅଧୀନ ୭ ବିଧାନସଭା ଆସନ ମଧ୍ୟରୁ ଅନୁଗୋଳରେ ୫୭.୬%, ଢେଙ୍କାନାଳରେ ୫୩.୪୫%, ହିନ୍ଦୋଳରେ ୬୩.୫୨%, କାମାକ୍ଷାନଗରରେ ୫୪.୨%, ପାଲଲହଡ଼ାରେ ୭୩.୮୬%, ପରଜଙ୍ଗରେ ୬୩.୮୮% ଏବଂ ତାଳଚେରରେ ୬୪% ମତଦାନ ହୋଇଛି। କେନ୍ଦୁଝର ଲୋକ ସଭା କ୍ଷେତ୍ରର ୭ ବିଧାନସଭା ଆସନ ମଧ୍ୟରୁ ଆନନ୍ଦପୁରରେ ୫୯.୧୫%, ଚମ୍ପୁଆରେ ୬୪.୧୪%, ଘସିପୁରାରେ ୬୨.୩%, କରଞ୍ଜିଆରେ ୬୧.୩୮%, କେନ୍ଦୁଝରରେ ୬୧.୩୬%, ପାଟଣାରେ ୬୫.୨୫% ଏବଂ ତେଲକୋଇରେ ୬୩.୫୧% ମତଦାନ ହୋଇଛି। ପୁରୀ ଲୋକ ସଭା ଆସନ ଅନ୍ତର୍ଗତ ୭ ବିଧାନସଭା କ୍ଷେତ୍ର ମଧ୍ୟରୁ ବ୍ରହ୍ମଗିରିରେ ଭୋଟହାର ୭୭% ହୋଇଥିବାବେଳେ ଚିଲିକାରେ ୭୧.୩୧%, ନୟାଗଡ଼ରେ ୫୯.୮%, ପିପିଲିରେ ୭୮%, ପୁରୀରେ ୫୬%, ରଣପୁରରେ ୬୦.୩% ଏବଂ ସତ୍ୟବାଦୀରେ ଭୋଟହାର ୬୨% ହୋଇଛି। ଏଥର ନିର୍ବାଚନରେ ଅନ୍ୟତମ ଚର୍ଚ୍ଚିତ ଲୋକ ସଭା ଆସନ ସମ୍ବଲପୁରର ୭ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରେ ଭୋଟହାର ଯଥାକ୍ରମେ ଆଠମଲ୍ଲିକରେ ୬୬.୨%, ଛେଣ୍ଡିପଦାରେ ୬୫.୫%, ଦେବଗଡ଼ରେ ୬୭%, କୁଚିଣ୍ଡାରେ ୮୧.୩୮%, ରେଢ଼ାଖୋଲରେ ୬୬%, ରେଙ୍ଗାଲିରେ ୭୪.୯୩% ଏବଂ ସମ୍ବଲପୁରରେ ୬୩.୨% ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ଲଜ୍ଜା: ପ୍ରେମିକକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

ବାଇକରେ ଘରକୁ ଫେରିବା ବେଳେ ଧକ୍କା ଦେଲା ପଥର ବୋଝେଇ ଟ୍ରାକ୍ଟର, ଅକାଳରେ ୨ଯୁବକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି – ଘୋଡ଼ାହାଡ଼ ଡ଼୍ୟାମ ମୁଖ୍ୟରାସ୍ତାର ଭୁଶୁଣ୍ଡା ଗ୍ରାମ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମଙ୍ଗଳବାର ମଧ୍ୟାହ୍ନ ପ୍ରାୟ…

ଭାଜପାରେ ଯୋଗଦେଲେ ଲିଆଣ୍ଡର ପେସ: ଟିଏମସିକୁ ବଡ଼ ଝଟ୍‌କା

କୋଲକାତା,୩୧।୩:ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ରାଜନୀତି ସରଗରମ ରହିଛି। ଏହି ସମୟରେ ଟିଏମସିକୁ ଏକ ଝଟ୍‌କା ଲାଗିଛି। ପୂର୍ବତନ ଟେନିସ ତାରକା ତଥା ଟିଏମ୍‌ସି ନେତା ଲିଆଣ୍ଡର…

ପାଇଖାନା ସେଣ୍ଟ୍ରିଂ ଖୋଲିବା ହେଲା କାଳ, ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୨ ଜୀବନ

କୁଚିଣ୍ଡା,୩୧।୩(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ଵ୍ଲକ ମହୁଲପାଲି ଥାନା ଅନ୍ତର୍ଗତ କେଶାଇବାହାଲରେ ଅଭାବନୀୟ ଘଟଣା । ପାଇଖାନା ଟାଙ୍କି ସେଣ୍ଟ୍ରିଙ୍ଗ ଖୋଲିବା ସମୟରେ ଶ୍ୱାସରୁଦ୍ଧ ହୋଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri