୭୦ତମ ଫିଲ୍ମଫେୟାର ଆଓ୍ବାର୍ଡ: ଆଲିଆ ୧ନଂ. ଅଭିନେତ୍ରୀ, ଅଭିଷେକ, କାର୍ତ୍ତିକ ଶ୍ରେଷ୍ଠ ଅଭିନେତା

ଅହମଦାବାଦ, ୧୩ା୧୦:ଫିଲ୍ମଫେୟାର ଆଓ୍ବାଡର୍‌ସର ୭୦ତମ ସଂସ୍କରଣ ଶନିବାର ଗୁଜରାଟର ଅହମଦାବାଦସ୍ଥିତ ଇକେଏ ଏରେନାଠାରେ ଅନୁଷ୍ଠିତ ହୋଇଯାଇଛି। ଅଭିନେତା ଶାହରୁଖ ଖାନ୍‌, ଫିଲ୍ମ ନିର୍ମାତା କରନ୍‌ ଜୋହର, ଅଭିନେତା ମନୀଷ ପଲ୍‌ ଏହି କାର୍ଯ୍ୟକ୍ରମକୁ ହୋଷ୍ଟ କରିଥିଲେ। ସମାରୋହରେ ଅଭିନେତା ଅଭିଷେକ ବଚ୍ଚନ ଓ କାର୍ତ୍ତିକ ଆର୍ୟନ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଛନ୍ତି। ସୁଜିତ ସିର୍‌କାର୍‌ଙ୍କ ନିର୍ଦ୍ଦେଶିତ ‘ଆଇ ଓ୍ବାଣ୍ଟ ଟୁ ଟକ୍‌’ ଫିଲ୍ମ ପାଇଁ ଅଭିଷେକ ସମ୍ମାନିତ ହୋଇଥିବାବେଳେ କବିର ଖାନ୍‌ଙ୍କ ନିର୍ଦ୍ଦେଶିତ ‘ଚନ୍ଦୁ ଚାମ୍ପିୟନ’ ଫିଲ୍ମ ପାଇଁ କାର୍ତ୍ତିକ ପୁରସ୍କୃତ ହୋଇଛନ୍ତି। ଭାସନ ବାଲାଙ୍କ ନିର୍ଦ୍ଦେଶିତ ‘ଜିଗ୍‌ରା’ ଫିଲ୍ମ ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହି ଫିଲ୍ମ ଫେୟାର ଆଓ୍ବାଡର୍‌ସ ସମାରୋହରେ କିରନ୍‌ ରାଓଙ୍କ ନିର୍ଦ୍ଦେଶିତ ‘ଲାପତା ଲେଡିଜ୍‌’ ଫିଲ୍ମକୁ ବିଭିନ୍ନ ବର୍ଗରେ ୧୩ ପୁରସ୍କାର ମିଳିଛି। ଏହି ଫିଲ୍ମ ପାଇଁ କିରନ ଶ୍ରେଷ୍ଠ ନିର୍ଦ୍ଦେଶିକା ଭାବେ ସମ୍ମାନିତ ହୋଇଛନ୍ତି। ସେହିପରି ଶ୍ରେଷ୍ଠ ଫିଲ୍ମ ଭାବେ ‘ଲାପତା ଲେଡିଜ୍‌’ ପୁରସ୍କୃତ ହୋଇଛି। ‘ଲାପତା ଲେଡିଜ୍‌’ ପାଇଁ ଅଭିନେତ୍ରୀ ନିତାଂଶୀ ଗୋୟଲ ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି। ଅଭିନେତ୍ରୀ ପ୍ରତିଭା ରାଣ୍ଟା ଶ୍ରେଷ୍ଠ ଅଭିନେତ୍ରୀ କ୍ରିଟିକ୍ସ ଆଓ୍ବାର୍ଡ ଶ୍ରେଣୀରେ ପୁରସ୍କୃତ ହୋଇଛନ୍ତି। ‘ଶ୍ରୀକାନ୍ତ’ ଫିଲ୍ମ ପାଇଁ ଅଭିନେତା ରାଜକୁମାର ରାଓଙ୍କୁ ଶ୍ରେଷ୍ଠ ଅଭିନେତା କ୍ରିଟିକ୍ସ ଆଓ୍ବାର୍ଡ ଶ୍ରେଣୀରେ ପୁରସ୍କୃତ କରାଯାଇଛି। ଆକ୍ସନ ଥ୍ରୀଲର ଫିଲ୍ମ ‘କିଲ୍‌’ ପାଇଁ ଅଭିନେତା ଲକ୍ଷ ଲାଲ୍‌ଓ୍ବାନି ଶ୍ରେଷ୍ଠ ନବାଗତ ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି। ଅଭିନେତ୍ରୀ ଜିନତ ଅମାନ ଏବଂ ସ୍ବର୍ଗତ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ସମ୍ମାନ ପ୍ରଦାନ କରାଯାଇଛି। ପ୍ରକାଶ ଯେ, ହିନ୍ଦୀ ସିନେମା କ୍ଷେତ୍ରରେ ଫିଲ୍ମଫେୟାର ଆଓ୍ବାର୍ଡ ହେଉଛି ଏକ ବାର୍ଷିକ ପୁରସ୍କାର, ଯାହା କଳାତ୍ମକ ଏବଂ ବୈଷୟିକ ଉତ୍କର୍ଷକୁ ସମ୍ମାନିତ କରିଥାଏ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

ଲଣ୍ଡନଠାରୁ ବି ମହଙ୍ଗା ହେଲା ପାଟନା-କୋଲକାତା ବିମାନ ଟିକେଟ, ଇଣ୍ଡିଗୋ ସଙ୍କଟ ପରେ ଭାଙ୍ଗିଲା ଭଡ଼ା ରେକର୍ଡ

ନୂଆଦିଲ୍ଲୀ,୫।୧୨: ଭାରତରେ ଗତ ଚାରି ଦିନ ମଧ୍ୟରେ ବିମାନ ଯାତ୍ରା ସମସ୍ୟା ବୃଦ୍ଧି ପାଇଛି। ଇଣ୍ଡିଗୋ ଏୟାରଲାଇନ୍ସର ୧,୦୦୦ ରୁ ଅଧିକ ବିମାନ ବାତିଲ ହେବା...

ରେଞ୍ଜ ରୋଭର୍‌ କି ମର୍ସିଡିିଜ ନୁହେଁ: ପୁଟିନଙ୍କୁ ନେବାକୁ କାହିଁକି ଫର୍ଚୁନର ବାଛିଲେ ମୋଦି? ଜଣାପଡିଲା ଅସଲ ସତ

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ଏବଂ ତାଙ୍କୁ ସ୍ୱାଗତବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟକ୍ତିଗତ ଉପସ୍ଥିତି ଏବଂ କୁଣ୍ଢେଇବା ଦୃଶ୍ୟ ସମସ୍ତଙ୍କ...

ଅସୀମ ମୁନିର ହେଲେ CDF, ପାକିସ୍ତାନର ୩ ସେନା ରହିବେ କଣ୍ଟ୍ରୋଲରେ, ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ? ଜାଣନ୍ତୁ…

ଇସଲାମାବାଦ,୫।୧୨: ପାକିସ୍ତାନ ତା’ର ସାମରିକ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଆଣିଛି, ଜେନେରାଲ ଅସୀମ ମୁନିରଙ୍କୁ ଦେଶର ପ୍ରଥମ ପ୍ରତିରକ୍ଷା ବାହିନୀ (CDF) ମୁଖ୍ୟ ଭାବରେ...

ମଝି ଆକାଶରେ ଫୁଟବଲ ଖେଳିଲେ ଦୁଇ ଖେଳାଳି, ଭୟଙ୍କର ଦୃଶ୍ୟ ଦେଖିଲେ…

କିଛି ଲୋକ ଅନେକ ଦୁଃସାହସିକ କାର୍ଯ୍ୟ କରିଥାନ୍ତି। ଯାହା ଦେଖି ଲୋକଙ୍କ ପ୍ରାଣବାୟୁ ଉଡ଼ିଯିବା ପରି ଲାଗେ। ବର୍ତ୍ତମାନ ସୋସିଆଲ ମିଡିଆରେ ସେମିତି ଏକ ଭିଡିଓ...

ପୁଟିନଙ୍କୁ ରିଟର୍ନ ଉପହାର ଦେଲେ ମୋଦି: ରୁଷିଆ ନାଗରିକଙ୍କ ପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨:  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଦିଲ୍ଲୀର ହାଇଦ୍ରାବାଦ ହାଉସରେ ସାକ୍ଷାତ ହୋଇଛି। ବୈଠକ ସମୟରେ ଏକ ପ୍ରମୁଖ ଭୂରାଜନୈତିକ...

‘ଆତଙ୍କବାଦ ବିରୋଧରେ କାନ୍ଧକୁ କାନ୍ଧ ମିଶାଇ ଠିଆ ହେବା…’, ମୋଦି-ପୁଟିନଙ୍କ ମିଳିତ ବିବୃତ୍ତିରେ ପହଲଗାମ ଆକ୍ରମଣର ଉଲ୍ଲେଖ, ଛାନିଆ ହେଲାଣି ପାକିସ୍ତାନ!

ନୂଆଦିଲ୍ଲୀ,୫।୧୨: ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ବୈଠକ ପରେ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ମିଳିତ ବିବୃତ୍ତି ଜାରି...

ମହୁଲି ଭାଟି ଉପରେ ପୋଲିସର ଚଢ଼ାଉ, ମଦ ରନ୍ଧା ସାମଗ୍ରୀରେ ଲଗାଇଦେଲା ନିଆଁ

ପାଟଣା,୫ା୧୨(ବୀରକିଶୋର ଦାଶ): ବେଆଇନଦେଶୀ ମହୁଲି ଭାଟି ଉପରେ ପୋଲିସ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ମହୁଲି ମଦ ସହ ପୋଚ ନଷ୍ଟ କରିଛି। କେନ୍ଦୁଝର ଜିଲାତୁରୁମୁଙ୍ଗା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri