ମାମଲା ସମାଧାନରେ ଦେଶରେ ଏହି ସ୍ଥାନରେ ଅଛି ଓଡ଼ିଶା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୁବନେଶ୍ୱର,୧୩ା୧୦(ରବିନାରାୟଣ ଜେନା):ଦେଶରେ ସୂଚନା ଅଧିକାର ଆଇନ-୨୦୦୫କୁ କେଉଁ ରାଜ୍ୟ କିଭଳି ଭାବେ କାର୍ଯ୍ୟ କରୁଛନ୍ତି ସେନେଇ ସତର୍କ ନାଗରିକ ସଙ୍ଗଠନ ପକ୍ଷରୁ ଏକ ସଦ୍ୟତମ ରିପୋର୍ଟ ପ୍ରକାଶ ପାଇଛି। ରିପୋର୍ଟରେ ସୂଚନା ଅଧିକାର ଆଇନ ଅନୁଯାୟୀ, ଆପତ୍ତି-ଅଭିଯୋଗ ସମାଧାନ କରିବାରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଥିବାବେଳେ ଓଡ଼ିଶା ୯ମ ସ୍ଥାନରେ ରହିଛି ବୋଲି ସତର୍କ ନାଗରିକ ସଙ୍ଗଠନ ରିପୋର୍ଟରୁ ଜଣାଯାଇଛି।
ଦେଶରେ ସୂଚନା ଅଧିକାର ଆଇନର କାର୍ଯ୍ୟକାରିତା ନେଇ ୨୦୨୪ ଜୁଲାଇ ପହିଲାରୁ ୨୦୨୫ ଜୁନ୍‌ ମଧ୍ୟରେ ସଙ୍ଗଠନ ପକ୍ଷରୁ ଦେଶରେ ହୋଇଥିବା ସର୍ଭେ ଅନୁଯାୟୀ, ମହାରାଷ୍ଟ୍ରରେ  ସୂଚନା ଆୟୋଗକୁ ୫୪ହଜାର ୮୬୯ ଅଭିଯୋଗ ଆସିଥିବାବେଳେ ସେଥିମଧ୍ୟରୁ ୩୮ହଜାର ୪୧୦ଟିର ସମାଧାନ ହୋଇଛି, ଯାହାକି ସର୍ବାଧିକ। ଏହାପଛକୁ ଉତ୍ତରପ୍ରଦେଶ ୩୦ହଜାର ୫୫୨ ମାମଲା ସମାଧାନ କରିଥିବାବେଳେ କର୍ନାଟକ ୨୬ହଜାର ୮୦୨, ତାମିଲନାଡୁ ୨୨ହଜାର ୩୩୬, ସେଣ୍ଟ୍ରାଲ ଇନଫରମେଶନ କମିଶନ(ସିଆଇସି) ୧୮ହଜାର ୯୩୧, ଗୁଜରାଟ ୭,୩୨୪, ବିହାର ୫, ୮୫୪, ହରିୟାଣା ୫,୫୦୪ ମାମଲା ସମାଧାନ କରିଛି। ଓଡ଼ିଶାରେ ୮ହଜାର ୪୮ଟି ମାମଲା ମଧ୍ୟରୁ ୫୨୦୦ଟି ସମାଧାନ ହୋଇପାରିଛି। ଏହି ତାଲିକାରେ ତ୍ରିପୁରା ଶେଷରେ ରହିଛି। ହେଲେ ଝାଡ଼ଖଣ୍ଡରେ ଏହି ଆଇନ ଅକାମୀ ହୋଇପଡ଼ିଥିବା ବେଳେ ରାଜସ୍ଥାନ ସୂଚନା ଆୟୋଗଙ୍କ ପକ୍ଷରୁ କୌଣସି ସୂଚନା ଦେବାକୁ ମନା କରାଯାଇଛି। ପଶ୍ଚିମବଙ୍ଗ ସରକାର ଉତ୍ତର ଦେଇ ନାହାନ୍ତି ବୋଲି ରିପୋର୍ଟରେ କୁହାଯାଇଛି।
ଅନ୍ୟପକ୍ଷରେ ମାମଲା ସମାଧାନରେ ଅବହେଳା ପ୍ରଦର୍ଶନ କରୁଥିବା  ଏବଂ ଅନ୍ୟାନ୍ୟ କାରଣରୁ ଜରିମାନା ଆଦାୟ କରିବାରେ ଛତିଶଗଡ଼ ସୂଚନା ଆୟୋଗ ପ୍ରଥମରେ ରହିଛି। ଏହି ରାଜ୍ୟରେ ସୂଚନା ଆୟୋଗ ୧ବର୍ଷ ମଧ୍ୟରେ ୪୩୧ଟି ମାମଲାରେ ୧କୋଟି ୬ଲକ୍ଷ ୬୩୯ଟଙ୍କା ଆଦାୟ କରିଥିବାବେଳେ କର୍ନାଟକ ସୂଚନା ଆୟୋଗ ୧୯୨ଟି ମାମଲାରେ ୩୮ଲକ୍ଷ ୧୧ହଜାର ଆଦାୟ କରି ଦ୍ୱିତୀୟରେ ରହିଛି। ସେହିପରି ବିହାର ଆୟୋଗ ୧୮୬ଟି ମାମଲାରେ ୨୮ଲକ୍ଷ ୬୦ହଜାର ୫୦୦ଟଙ୍କା ଜରିମାନା ଆଦାୟ କରିଥିବାବେଳେ ହରିୟାଣା ଆୟୋଗ ୯୨ଟି ମାମଲାରେ ୨୨ଲକ୍ଷ ୬୭ହଜାର ୫୦୦ଟଙ୍କା ଆଦାୟ କରି ଚତୁର୍ଥରେ ରହିଥିବାବେଳେ ଓଡ଼ିଶା ସୂଚନା ଆୟୋଗ ୧୦୩ଟି ମାମଲାରେ ୯ଲକ୍ଷ ୭ହଜାର ଟଙ୍କା ଜରିମାନା କରି ୫ମ ସ୍ଥାନରେ ରହିଛି। ତେବେ ସିକ୍କିମ ଓ ତେଲଙ୍ଗାନାରେ ଗୋଟିଏ ଟଙ୍କା ଜରିମାନା ବାବଦକୁ ଆଦାୟ ହୋଇ ନ ଥିବାବେଳେ ଝାଡ଼ଖଣ୍ଡ ଆୟୋଗ ସମ୍ପୂର୍ଣ୍ଣ ଅକାମୀ ରହିଛି। ସେହିପରି ରାଜସ୍ଥାନ ଆୟୋଗ ତଥ୍ୟ ଦେବାକୁ ମନା କରିଥିବାବେଳେ ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶ ସୂଚନା ଆୟୋଗ ତଥ୍ୟ ଦେଇ ନାହାନ୍ତି। ୧ବର୍ଷ ମଧ୍ୟରେ ୧୨୫୨ଟି ମାମଲାରେ ୨କୋଟି ୩୨ଲକ୍ଷ ୪୧ହଜାର ୩୮୯ଟଙ୍କା ଜରିମାନା ଆଦାୟ କରାଯାଇଥିବା ଜଣାଯାଇଛି।

 

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ ଶିବକୁମାର…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

ପାଟଣା-ସାହାରପଡ଼ା ବ୍ଲକ ବିଜେଡିର ନୂଆ କର୍ମକର୍ତ୍ତା ନିଯୁକ୍ତ, ରଞ୍ଜନ-ମଧବାଙ୍କୁ ବଡ଼ ଦାୟିତ୍ବ ଦେଲା ବିଜେଡି

ପାଟଣା,୨୧ା୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ନିର୍ବାଚନମଣ୍ଡଳୀ ଅଧୀନ ପାଟଣା ଓ ସାହାରପଡ଼ା ବ୍ଲକ ବିଜେଡିର କାର୍ଯ୍ୟକାରୀ କମିଟିକୁ ଗତ ଶନିବାର ଦଳର ବରିଷ୍ଠ ଉପସଭାପତି…

ଛାତ୍ରୀଛାତ୍ରଙ୍କ ନିକଟରେ ମୁଣ୍ଡ ନୁଆଇଁଲେ ଆଇଆଇଟି (IIT)ବମ୍ବେ କର୍ତ୍ତୃପକ୍ଷ; ୧୮ଟି ଦାବି ନେଇ ସହମତି, ପ୍ରଫେସର ନିଲମ୍ବିତ

ମୁମ୍ବାଇ,୨୧।୯: ଆଇଆଇଟି (IIT) ବମ୍ବେର ଏକ ହଷ୍ଟେଲରେ ୨୦ ବର୍ଷୀୟ ଛାତ୍ର ସାହିଲ ୱାକୋଡେଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ଛାତ୍ରୀଛାତ୍ରମାନେ ଗତ ତିନି ଦିନ ଧରି ବିକ୍ଷୋଭ…

ବାଲେଶ୍ୱରରେ ଭୟଙ୍କର ଅଗ୍ନିକାଣ୍ଡ, ହୁତୁହୁତୁ ହୋଇ ଜଳିଲା ଶାନ୍ତି ରେଷ୍ଟୁରାଣ୍ଟ

ବାଲେଶ୍ୱର, ୨୧ା୯( ବାଞ୍ଛାନିଧି ଦେ): ହୁତୁ ହୁତୁ ହୋଇ ଜଳୁଛି ରେଷ୍ଟୁରାଣ୍ଟ । ବାଲେଶ୍ୱର ଓଟି ରୋଡ୍‌ରେ ଥିବା ଶାନ୍ତି ରେଷ୍ଟୁରାଣ୍ଟରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି…

ଆଜି ରାତି ୧୦:୪୫ରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୁଧ, ଏହି ୪ଟି ରାଶିର ଚମକି ଉଠିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହଙ୍କ ଗୋଚର ଓ ନକ୍ଷତ୍ର ପରିବର୍ତ୍ତନକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଜ୍ୟୋତିଷଙ୍କ ମତ ଅନୁସାରେ, କୌଣସି ବଡ଼ ଗ୍ରହ ନିଜ ସ୍ଥାନ କିମ୍ବା…

ରିଷିଡ଼ା କନ୍ଧପଡ଼ାରେ ମରଣଯନ୍ତା ସାଜିଛି ବିପଦପୂର୍ଣ୍ଣ ଟ୍ରାନ୍ସଫର୍ମର, ମରାମତି ନହେଲେ ଆନ୍ଦୋଳନ…

ରିଷିଡ଼ା,୨୧ା୯(ସୁଶାନ୍ତ ମଲ୍ଲିକ): ବିପଦ ସଙ୍କୁଳ ଅବସ୍ଥାରେ ଝୁଲୁଛି ମୃତ୍ୟୁର ଫାଶ । ତାର ଗୁଡ଼ିକ ତଳକୁ ଲମ୍ବିଛି, ହେଲେ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ…

ବୈଭବଙ୍କର ଏହି ଘାତକ କୌଶଳକୁ ଚୋରି କରିବାକୁ ଚାହୁଁଛନ୍ତି ସୂର୍ଯ୍ୟକୁମାର? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ନୂଆଦିଲ୍ଲୀ,୨୧।୯: ବୈଭବ ସୂର୍ଯ୍ୟବଂଶୀ ମାତ୍ର ୧୫ ବର୍ଷ ବୟସରେ ରେକର୍ଡ ଭାଙ୍ଗୁଛନ୍ତି। ଆନ୍ତର୍ଜାତୀୟ କ୍ରିକେଟରୁ ଆରମ୍ଭ କରି ଆଇପିଏଲ (IPL) ପର୍ଯ୍ୟନ୍ତ, ସେ ମାତ୍ର ୩୫ ବଲରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?