୭୦ତମ ଫିଲ୍ମଫେୟାର ଆଓ୍ବାର୍ଡ: ଆଲିଆ ୧ନଂ. ଅଭିନେତ୍ରୀ, ଅଭିଷେକ, କାର୍ତ୍ତିକ ଶ୍ରେଷ୍ଠ ଅଭିନେତା

ଅହମଦାବାଦ, ୧୩ା୧୦:ଫିଲ୍ମଫେୟାର ଆଓ୍ବାଡର୍‌ସର ୭୦ତମ ସଂସ୍କରଣ ଶନିବାର ଗୁଜରାଟର ଅହମଦାବାଦସ୍ଥିତ ଇକେଏ ଏରେନାଠାରେ ଅନୁଷ୍ଠିତ ହୋଇଯାଇଛି। ଅଭିନେତା ଶାହରୁଖ ଖାନ୍‌, ଫିଲ୍ମ ନିର୍ମାତା କରନ୍‌ ଜୋହର, ଅଭିନେତା ମନୀଷ ପଲ୍‌ ଏହି କାର୍ଯ୍ୟକ୍ରମକୁ ହୋଷ୍ଟ କରିଥିଲେ। ସମାରୋହରେ ଅଭିନେତା ଅଭିଷେକ ବଚ୍ଚନ ଓ କାର୍ତ୍ତିକ ଆର୍ୟନ ଯୁଗ୍ମ ଭାବେ ଶ୍ରେଷ୍ଠ ଅଭିନେତା ପୁରସ୍କାର ଗ୍ରହଣ କରିଛନ୍ତି। ସୁଜିତ ସିର୍‌କାର୍‌ଙ୍କ ନିର୍ଦ୍ଦେଶିତ ‘ଆଇ ଓ୍ବାଣ୍ଟ ଟୁ ଟକ୍‌’ ଫିଲ୍ମ ପାଇଁ ଅଭିଷେକ ସମ୍ମାନିତ ହୋଇଥିବାବେଳେ କବିର ଖାନ୍‌ଙ୍କ ନିର୍ଦ୍ଦେଶିତ ‘ଚନ୍ଦୁ ଚାମ୍ପିୟନ’ ଫିଲ୍ମ ପାଇଁ କାର୍ତ୍ତିକ ପୁରସ୍କୃତ ହୋଇଛନ୍ତି। ଭାସନ ବାଲାଙ୍କ ନିର୍ଦ୍ଦେଶିତ ‘ଜିଗ୍‌ରା’ ଫିଲ୍ମ ପାଇଁ ଅଭିନେତ୍ରୀ ଆଲିଆ ଭଟ୍ଟ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହି ଫିଲ୍ମ ଫେୟାର ଆଓ୍ବାଡର୍‌ସ ସମାରୋହରେ କିରନ୍‌ ରାଓଙ୍କ ନିର୍ଦ୍ଦେଶିତ ‘ଲାପତା ଲେଡିଜ୍‌’ ଫିଲ୍ମକୁ ବିଭିନ୍ନ ବର୍ଗରେ ୧୩ ପୁରସ୍କାର ମିଳିଛି। ଏହି ଫିଲ୍ମ ପାଇଁ କିରନ ଶ୍ରେଷ୍ଠ ନିର୍ଦ୍ଦେଶିକା ଭାବେ ସମ୍ମାନିତ ହୋଇଛନ୍ତି। ସେହିପରି ଶ୍ରେଷ୍ଠ ଫିଲ୍ମ ଭାବେ ‘ଲାପତା ଲେଡିଜ୍‌’ ପୁରସ୍କୃତ ହୋଇଛି। ‘ଲାପତା ଲେଡିଜ୍‌’ ପାଇଁ ଅଭିନେତ୍ରୀ ନିତାଂଶୀ ଗୋୟଲ ଶ୍ରେଷ୍ଠ ନବାଗତ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି। ଅଭିନେତ୍ରୀ ପ୍ରତିଭା ରାଣ୍ଟା ଶ୍ରେଷ୍ଠ ଅଭିନେତ୍ରୀ କ୍ରିଟିକ୍ସ ଆଓ୍ବାର୍ଡ ଶ୍ରେଣୀରେ ପୁରସ୍କୃତ ହୋଇଛନ୍ତି। ‘ଶ୍ରୀକାନ୍ତ’ ଫିଲ୍ମ ପାଇଁ ଅଭିନେତା ରାଜକୁମାର ରାଓଙ୍କୁ ଶ୍ରେଷ୍ଠ ଅଭିନେତା କ୍ରିଟିକ୍ସ ଆଓ୍ବାର୍ଡ ଶ୍ରେଣୀରେ ପୁରସ୍କୃତ କରାଯାଇଛି। ଆକ୍ସନ ଥ୍ରୀଲର ଫିଲ୍ମ ‘କିଲ୍‌’ ପାଇଁ ଅଭିନେତା ଲକ୍ଷ ଲାଲ୍‌ଓ୍ବାନି ଶ୍ରେଷ୍ଠ ନବାଗତ ଅଭିନେତା ଭାବେ ପୁରସ୍କୃତ ହୋଇଛନ୍ତି। ଅଭିନେତ୍ରୀ ଜିନତ ଅମାନ ଏବଂ ସ୍ବର୍ଗତ ନିର୍ଦ୍ଦେଶକ ଶ୍ୟାମ ବେନେଗଲଙ୍କୁ ଲାଇଫ୍‌ଟାଇମ୍‌ ଆଚିଭ୍‌ମେଣ୍ଟ ଆଓ୍ବାର୍ଡ ସମ୍ମାନ ପ୍ରଦାନ କରାଯାଇଛି। ପ୍ରକାଶ ଯେ, ହିନ୍ଦୀ ସିନେମା କ୍ଷେତ୍ରରେ ଫିଲ୍ମଫେୟାର ଆଓ୍ବାର୍ଡ ହେଉଛି ଏକ ବାର୍ଷିକ ପୁରସ୍କାର, ଯାହା କଳାତ୍ମକ ଏବଂ ବୈଷୟିକ ଉତ୍କର୍ଷକୁ ସମ୍ମାନିତ କରିଥାଏ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା, ମହିଳାମାନଙ୍କୁ ମିଳିବ ସ୍ବର୍ଣ୍ଣମୁଦ୍ରା

ଚେନ୍ନାଇ,୫।୮: ତାମିଲନାଡୁର ବିଜୟ ସରକାର 2026-27 ବଜେଟରେ ମହିଳାମାନଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ଟିଭିକେ ସରକାର ମହିଳାମାନଙ୍କୁ ସୁନା ମୁଦ୍ରା ବା ଗୋଲ୍ଡ…

ଜୁକରବର୍ଗଙ୍କୁ ଅଲ୍ଟିମେଟମ ଦେଲେ ସରକାର: କ୍ଷମା ମାଗ ନଚେତ୍‌…

ନୂଆଦିଲ୍ଲୀ,୫।୮: ଫେସବୁକରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ଡିଲିଟ କରିବା ସମ୍ପର୍କରେ ସଂସଦୀୟ କମିଟି କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସୂତ୍ର ଅନୁଯାୟୀ, ଯୋଗାଯୋଗ ଏବଂ ସୂଚନା…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

ଭାଙ୍ଗିଲା କେନାଲ: ଉଜୁଡିଲା ଚାଷୀଙ୍କ ଫସଲ

ରିଷିଡା,୫।୮(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା ଉତେଇ ଜଳସେଚନ ବିଭାଗ ପକ୍ଷରୁ କର୍ଲାମୁଣ୍ଡା ବ୍ଲକ ରାଜପୁର ଗ୍ରାମର ଭୋରପଡା( ଆର ୧) ସବମାଇନର କେନାଲ ବିଭିନ୍ନ ସ୍ଥାନରେ ନୂତନ…

ଆନାଲଗ ପନିର ବ୍ୟାନ୍‌: ଜାଣନ୍ତୁ ଏହା କ’ଣ

ମୁମ୍ବାଇ,୫।୮: ଜନସ୍ବାସ୍ଥ୍ୟକୁ ପ୍ରାଥମିକତା ଦେଇ ମହାରାଷ୍ଟ୍ର ସରକାର ରାଜ୍ୟ ମଧ୍ୟରେ ଆନାଲଗ ପନିର(ନକଲି କିମ୍ବା ନନ୍‌-ଡାୟରୀ ପନିର) ଉତ୍ପାଦନ, ବିକ୍ରୟ, ରଖିବା, ପରିବହନ ଏବଂ ବଣ୍ଟନ ଉପରେ…

ଅଗରକରଙ୍କ ହେବ ଛୁଟି! ତାଙ୍କୁ ସ୍ଥାନ ନେଇପାରନ୍ତି ଏହି ମହାନ ଖେଳାଳି

ନୂଆଦିଲ୍ଲୀ,୫।୮: ଅଜିତ ଅଗରକରଙ୍କୁ ଟିମ ଇଣ୍ଡିଆର ମୁଖ୍ୟ ଚୟନକର୍ତ୍ତା ପଦରୁ ହଟାଯାଇପାରେ। ବିସିସିଆଇ ଏହି ଦାୟିତ୍ୱ ସେଣ୍ଟର ଅଫ ଏକ୍ସଲେନ୍ସ (ସିଓଇ)ର ମୁଖ୍ୟ ଭିଭିଏସ ଲକ୍ଷ୍ମଣଙ୍କୁ ଦେଇପାରେ।…

ମୋବାଇଲ୍‌ ନ ଦେବାକୁ ଚରମ ନିଷ୍ପତ୍ତି ନେଲେ ସପ୍ତମ ଶ୍ରେଣୀ ଛାତ୍ର: ଘରେ ଖେଳିଗଲା…

ସୁରତ,୫।୮:ଗୁଜରାଟର ସୁରତରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ମୋବାଇଲ ଫୋନ ନିଶା ପିଲାମାନଙ୍କ ଜୀବନ ଉପରେ କେତେ ପ୍ରଭାବ ପକାଇପାରେ ତାହାର ଏକ ହୃଦୟ ବିଦାରକ…

ଆଜିଠୁ ଚମକିବ ଏହି ୬ ରାଶିର ଭାଗ୍ୟ: ବୁଧ କର୍କଟ ରାଶିରେ ପ୍ରବେଶ….

ଆଜି ବୁଧ ମିଥୁନ ରାଶିରୁ କର୍କଟ ରାଶିକୁ ପ୍ରବେଶ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ବୁଧକୁ ବୁଦ୍ଧି, ଯୋଗାଯୋଗ, ଶିକ୍ଷା, ବ୍ୟବସାୟ, ଧନ ଏବଂ ଚିନ୍ତା ପ୍ରକ୍ରିୟାର ମୁଖ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri