ଆଜି ରାଜ୍ୟରୁ ୭୦୦୨ କରୋନା ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୬।୬(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଏହି କିଛିଦିନ ହେବ କମିବାରେ ଲାଗିଛି। ତେବେ ରବିବାର ରାଜ୍ୟରୁ ୭,୦୦୨ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮,୧୩,୦୯୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୯୨୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୦୮୧ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୧୬୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୭୧ ଏବଂ ଯାଜପୁରରୁ ୪୮୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୩୮୮, ବାଲେଶ୍ୱର ୩୩୧, ବରଗଡ଼ ୧୧୭, ଭଦ୍ରକ ୨୬୭, ବଲାଙ୍ଗୀର ୮୯, ବୌଦ୍ଧ ୧୩୪, ଦେବଗଡ଼ ୬୪, ଢେଙ୍କାନାଳ ୧୦୬, ଗଜପତି ୪୮, ଗଞ୍ଜାମ ୭୪, ଜଗତସିଂହପୁର ୨୩୨, ଝାରସୁଗୁଡ଼ା ୯୭, କଳାହାଣ୍ଡି ୧୦୩, କନ୍ଧମାଳ ୩, କେନ୍ଦ୍ରାପଡ଼ା ୧୮୮, କେନ୍ଦୁଝର ୧୪୮, କୋରାପୁଟ ୧୫୮, ମାଲକାନଗିରି ୯୫, ମୟୂରଭଞ୍ଜ ୩୭୦, ନବରଙ୍ଗପୁର ୧୯୮, ନୟାଗଡ଼ ୧୯୬, ନୂଆପଡ଼ା ୨୮, ପୁରୀ ୩୦୬, ରାୟଗଡ଼ା ୨୨୨, ସମ୍ବଲପୁରରୁ ୧୦୭, ସୋନପୁର ୫୯ ଏବଂ ସୁନ୍ଦରଗଡ଼ରୁ ୨୪୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨୦୭।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୮,୧୩,୦୯୬ରେ ପହଞ୍ଚିଥିବା ବେଳେ ୭,୩୨,୦୧୮ଜଣ ସୁସ୍ଥ ହୋଇଛନ୍ତି। ୭୮,୦୩୧ ଜଣ ଚିକିିତ୍ସିତ ହେଉଛନ୍ତି।