Posted inଜାତୀୟ

୪ ବର୍ଷରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି ୭୦୦ ଯୁବକ…

ଶ୍ରୀନଗର,୧୧।୭ : ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ସଂଗଠନ ଗତ ଚାରି ବର୍ଷ ମଧ୍ୟରେ ୭୦୦ ଯୁବକଙ୍କୁ ନିଯୁକ୍ତି ଦିଆଯାଇଛି। ସମ୍ପ୍ରତି ଜମ୍ମୁ-କଶ୍ମୀରରେ ୧୪୧ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ସେମାନଙ୍କ ମଧ୍ୟରୁ ଅଧିକାଂଶ ବିଦେଶୀ। ଅଧିକାରୀମାନେ ଏସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।  ବହୁ ସଂଖ୍ୟକ ଆତଙ୍କବାଦୀଙ୍କ ଉପସ୍ଥିତି ସୀମା ପାର୍‌ ଆତଙ୍କବାଦୀ ଶିବିରରୁ ଅନୁପ୍ରବେଶ ଜାରି ରହିଥିବା ଘଟଣାକୁ ସ୍ପଷ୍ଟ କରିଛି। କେନ୍ଦ୍ରୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ୫ ଜୁଲାଇ ୨୦୨୨ ପର୍ଯ୍ୟନ୍ତ ଜମ୍ମୁ -କଶ୍ମୀରରେ ସମୁଦାୟ ୮୨ ବିଦେଶୀ ଆତଙ୍କବାଦୀ ଏବଂ ୫୯ ସ୍ଥାନୀୟ ଆତଙ୍କବାଦୀ ସକ୍ରିୟ ଥିଲେ।

ଏହି ଆତଙ୍କବାଦୀମାନେ ମୁଖ୍ୟତଃ ଜୈଶ-ଇ-ମହମ୍ମଦ ଏବଂ ହିଜବୁଲ ମୁଜାହିଦ୍ଦିନ ବ୍ୟତୀତ ଲଶ୍କର-ଇ-ତୋଏବା, ଏହାର ଅନୁବନ୍ଧିତ ସଂଗଠନ ଦି ରେଜିଷ୍ଟାନ୍ସ ଫ୍ରଣ୍ଟ ଭଳି ସଂଗଠନରୁ ଆସିଛନ୍ତି। ବିଭିନ୍ନ ଆତଙ୍କବାଦୀ ସଂଗଠନ ଗତ ଚାରି ବର୍ଷ ମଧ୍ୟରେ ଜମ୍ମୁ-କଶ୍ମୀରରେ ୭୦୦ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେଇଛନ୍ତି। ସେଥିମଧ୍ୟରୁ ୧୮୭ ଜଣଙ୍କୁ ୨୦୨୮ ରେ, ୨୦୧୯ ରେ ୧୨୧ ଜଣ , ୨୦୨୦ ରେ ୧୮୧ ଜଣ ଏବଂ ୨୦୨୧ରେ ୧୪୨ ଜଣଙ୍କୁ ନିଯୁକ୍ତି ଦିଆଯାଇଛି।
ଚଳିତ ବର୍ଷ ଜୁନ ଶେଷ ପର୍ଯ୍ୟନ୍ତ ୬୯ ଜଣ ଯୁବକ ଆତଙ୍କବାଦୀ ସଂଗଠନ ଦ୍ୱାରା ନିଯୁକ୍ତ ହୋଇଛନ୍ତି। ଏଥି ସହିତ ଚଳିତ ବର୍ଷ ୫୫ଟି ଏନକାଉଣ୍ଟରରେ ସୁରକ୍ଷା ବାହିନୀ ୧୨୫ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି।

ଚଳିତ ବର୍ଷ ଆତଙ୍କବାଦୀ ଘଟଣାରେ ଦୁଇଜଣ ସୁରକ୍ଷା କର୍ମୀ ପ୍ରାଣ ହରାଇଛନ୍ତି ଏବଂ ୨୩ ଜଣ ଆହତ ହୋଇଛନ୍ତି। ଚଳିତ ବର୍ଷ ଜମ୍ମୁ-କଶ୍ମୀରରେ ୨୦ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଚଳିତ ବର୍ଷ ଆଠଟି ଗ୍ରେନେଡ ଆକ୍ରମଣ ହୋଇଛି। ତଥ୍ୟ ଅନୁଯାୟୀ, ୨୦୨୧ରେ ଜମ୍ମୁ-କଶ୍ମୀରରେ ହୋଇଥିବା ଆତଙ୍କବାଦୀ ଘଟଣାରେ ୧୪୬ ଆତଙ୍କବାଦୀ ଏବଂ ୪୧ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ସେହିପରି ତିନିଜଣ ସୁରକ୍ଷା କର୍ମୀ ଶହୀଦ୍‌ ହୋଇଛନ୍ତି। ଗତ ବର୍ଷ ଆତଙ୍କବାଦୀ ଘଟଣାରେ ମୋଟ ୬୩ ଜଣ ସୁରକ୍ଷା କର୍ମୀ ଆହତ ହୋଇଥିବା ରିପୋର୍ଟରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିନା କାଗଜପତ୍ରରେ ଖୁଲମଖୁଲା ଚାଲାଣ ହେଉଥିଲା ବାଲି-ପଥର, ୧୧ ହାଇୱା ଜବତ ପରେ…

ମହାକାଳପଡ଼ା,୩ା୪ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳର ସାମୁଦ୍ରିକ ଝଡ଼, ସୁନାମି, ଭୂକମ୍ପ ପ୍ରବଣରୁ ସୁରକ୍ଷା ପାଇଁ ଜନବସତି ପାର୍ଶ୍ୱରେ ସୁଉଚ୍ଚ…

ଦସ୍ତଖତ କରିଥିଲେ ୯, ଗଲେ ୮: କଂଗ୍ରେସରେ ତେଜୁଛି ଗୋଷ୍ଠୀକନ୍ଦଳ

ଭୁବନେଶ୍ୱର, ୩।୪(ସୁନିତ୍‌ ମିଶ୍ର):୨୦୨୪ ସାଧାରଣ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସର ମୋଟ୍‌ ୧୪ ଜଣ ବିଧାୟକ ବିଜୟୀ ହୋଇଥିଲେ। ସେଥିରୁ ଗତ ମାର୍ଚ୍ଚ ୧୬ ତାରିଖରେ ଅନୁଷ୍ଠିତ ରାଜ୍ୟ…

ପାକିସ୍ତାନ ଉପରେ ସର୍ଜିକାଲ ଷ୍ଟ୍ରାଇକ୍‌ କଲା ଆଫଗାନିସ୍ତାନ: ସୈନ୍ୟ ଆଡ୍ଡା ଧ୍ୱଂସ

କାବୁଲ,୩।୪: ଆଫଗାନ ସେନା ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଡୁରାଣ୍ଡ ରେଖା ପାର କରି ଖୋଷ୍ଟ-ଖୁରମ ସୀମା ନିକଟରେ ପାକିସ୍ତାନୀ ସାମରିକ ସ୍ଥାନ ଉପରେ ଏକ ବଡ଼ ଆକ୍ରମଣ କରିଛି।…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri