୭୦୦ ବର୍ଷ ପୁରୁଣା ଗଜସିଂହ ମଣ୍ଡପ ଚିହ୍ନଟ

ଭୁବନେଶ୍ୱର,୨୦।୪(ବ୍ୟୁରୋ): ଖୋର୍ଦ୍ଧା ଜିଲା ଜଙ୍କିଆ ତହସିଲ ଅନ୍ତର୍ଗତ ଭୋଗପୁର ଗ୍ରାମରୁ ଏକ ପ୍ରାଚୀନ ପ୍ରସ୍ତର ମଣ୍ଡପର ସନ୍ଧାନ ମିଳିଛି। ଇନ୍‌ଟାକ ଓଡ଼ିଶା ଶାଖା, ହେରିଟେଜ ଆଣ୍ଡ୍‌ କଲଚର କ୍ଲବ ଅଫ୍‌ ଆଇଆଇଟିଟିଏମ୍‌, ଭୁବନେଶ୍ୱର ତଥା ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପର ସଦସ୍ୟମାନଙ୍କ ମିଳିତ ଐତିହ୍ୟ ଅନୁସନ୍ଧାନକାରୀ ଦଳ ଏହି ପୁରାତନ କାରୁକାର୍ଯ୍ୟପୂର୍ଣ୍ଣ ମଣ୍ଡପଟିକୁ ଖୋଜି ବାହାର କରିଛନ୍ତି। ବିଶ୍ୱ ଐତିହ୍ୟ ଦିବସ ତଥା ଜି୨୦ ଜନ ଭାଗୀଦାରି କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଆଇଆଇଟିଟିଏମ୍‌ ସଂସ୍ଥାର ୨୦ ଜଣ ଛାତ୍ରୀଛାତ୍ରଙ୍କ ସମେତ ଅନେକ ଐତିହାସିକ, ସଂସ୍କୃତିପ୍ରେମୀ ତଥା ସ୍ଥାନୀୟ ଅଧିବାସୀ ଯୋଗଦେଇଥିଲେ। ‘ପବନଖିଆ ମଣ୍ଡପ’ ବା ‘ଗଜସିଂହ ମଣ୍ଡପ’ ରୂପେ ଏହି ମଣ୍ଡପ ଜଣାଶୁଣା। ଏହି ମଣ୍ଡପରେ ବସି ଗଙ୍ଗବଂଶୀୟ ସମ୍ରାଟ ଲାଙ୍ଗୁଳା ନରସିଂହ ଦେବ ବିଶ୍ରାମ କରିଥିବା ଲୋକକଥା ରହିଛି।
ଏ ସମ୍ପର୍କରେ ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପର ପ୍ରତିଷ୍ଠାତା ସଦସ୍ୟ ତଥା ଐତିହ୍ୟ ଗବେଷକ ଦୀପକ କୁମାର ନାୟକ କହିଛନ୍ତି, ପ୍ରାୟ ୧୫ ଫୁଟ ଉଚ୍ଚତା ଓ ୧୫ ଫୁଟ ଦୈର୍ଘ୍ୟ ବିଶିଷ୍ଟ ଏହି ବର୍ଗାକାର ମଣ୍ଡପଟି ମାଙ୍କଡ଼ା ପଥର ଓ ଖୋଣ୍ଡାଲାଇଟ ପ୍ରସ୍ତର ଦ୍ୱାରା ନିର୍ମିତ। ଏହି ମଣ୍ଡପ ଉପରକୁ ଯିବା ପାଇଁ କୋଣସି ପାହାଚ କିମ୍ବା ରାସ୍ତା ନାହିଁ। ତେଣୁ ସ୍ଥାନୀୟ ଲୋକକଥା ଅନୁଯାୟୀ, ରାଜା ହାତୀପିଠିରେ ବସି ମଣ୍ଡପ ଉପରେ ଓଲ୍ହାଇ ସେଠି ବସୁଥିଲେ। ଏହି ମଣ୍ଡପ ନିକଟରେ ଥିବା ଦକ୍ଷିଣଚଣ୍ଡୀଙ୍କ ମନ୍ଦିରରେ ଏକ ପ୍ରସ୍ତର ଅଭିଲେଖରୁ ନରସିଂହ ଦେବଙ୍କ ନାମ ଉତ୍ତୀର୍ଣ୍ଣ ହୋଇଥିବା ଜଣାଯାଏ। ଗଙ୍ଗବଂଶ ଓ ଭୋଇବଂଶରେ ଏକାଧିକ ନରସିଂହ ଦେବ ନାମଧାରୀ ରାଜା ଶାସନ କରିଥିବାରୁ ଏହି ଅଭିଲେଖ ଉପରେ ଅଧିକ ଗବେଷଣା ଆବଶ୍ୟକ। ତେବେ ମଣ୍ଡପର ସୂକ୍ଷ୍ମ ପ୍ରସ୍ତର କାରୁକାର୍ଯ୍ୟ, ଗଜାକ୍ରାନ୍ତ ସିଂହ, ମୈଥୁନ ମୂର୍ତ୍ତି ତଥା ପୁଷ୍ପଲତାର ଚିତ୍ରଣରୁ ଏହା ପ୍ରାୟ ୬୦୦ରୁ ୭୦୦ ବର୍ଷ ତଳେ ନିର୍ମିତ ହୋଇଥିବା ନାୟକ ଅନୁମାନ କରିଛନ୍ତି।
ସେହିପରି ଇନ୍‌ଟାକ ଓଡ଼ିଶାର ସହ-ଆବାହକ ତଥା ଐତିହାସିକ ଅନିଲ ଧୀରଙ୍କ କହିବା ଅନୁଯାୟୀ, ଏପରି ଏକ ଐତିହ୍ୟ ଓଡ଼ିଶାରେ ବିରଳ। ଜଣେ ରାଜାଙ୍କ ବସିବା ପାଇଁ ଏପରି ମୁକ୍ତାକାଶ ମଣ୍ଡପ ବା ସିଂହାସନ ଓଡ଼ିଶାରେ ଅନ୍ୟ କେଉଁଠି ଆମେ ଦେଖିନାହୁଁ। ତେବେ ଏହି ମଣ୍ଡପଟି ବର୍ତ୍ତମାନ ଅବହେଳିତ ଅବସ୍ଥାରେ ରହିଛି। ମଣ୍ଡପର ବିଭିନ୍ନ ଅଂଶରୁ କାରୁକାର୍ଯ୍ୟପୂର୍ଣ୍ଣ ପଥର ଖସିପଡୁଛି, କିଛି ମୂର୍ତ୍ତି ମଧ୍ୟ ଗାଏବ ହୋଇଗଲାଣି। ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ତୁରନ୍ତ ଏହାକୁ ଐତିହାସିକ ସ୍ଥାନର ମାନ୍ୟତା ଦେବାର ଆବଶ୍ୟକ ରହିଛି। ଆଇଆଇଟିଟିଏମ୍‌ର ସହକାରୀ ପ୍ରଫେସର ଡ.ଆଦ୍ୟାଶା ଦାସ କହିଛନ୍ତି, ଛାତ୍ରୀଛାତ୍ର ଓ ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଇତିହାସ ଓ ଐତିହ୍ୟ ପାଇଁ ସଚେତନତା କରିବା ଆବଶ୍ୟକ। ଭାରତର ପ୍ରତ୍ୟେକ ଗ୍ରାମରେ ଏପରି ଲୁକ୍କାୟିତ ଐତିହ୍ୟ ରହିଛି। ସ୍ଥାନୀୟ ଅଧିବାସୀ ନିଜ ଅଞ୍ଚଳର ଐତିହାସିକ ବିଭବ ପାଇଁ ଗର୍ବିତ ହେବା ସହ ସେସବୁର ସୁରକ୍ଷା ଓ ପ୍ରଚାର ପ୍ରସାର କରିବା ଦିଗରେ ଯତ୍ନବାନ ହେବା ଜରୁରୀ। ପ୍ରାଚୀନ ଗଜସିଂହ ମଣ୍ଡପର ପୁନରୁଦ୍ଧାର ପାଇଁ ପ୍ରଚେଷ୍ଟା ଜାରି ରଖିବୁ ବୋଲି ଦାସ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri