Posted inଜାତୀୟ

ପାଣିପାଗ ବିଭାଗର ପୂର୍ବାନୁମାନରେ ତ୍ରୁଟି, ମୌସୁମୀ ଫେରିଯାଇଥିବା ସୂଚନା ପରେ ବି ଦେଶରେ ୭୦୦ ପ୍ରତିଶତ ଅଧିକ ବର୍ଷା…

ନୂଆଦିଲ୍ଲୀ,୧୨।୧୦ : ସେପ୍ଟେମ୍ବର ୩୦ରେ ପାଣିପାଗ ବିଭାଗ ଦ୍ୱାରା ମୌସୁମୀ ଫେରିଯାଇଥିବା ଘୋଷଣା କରାଯାଇଥିଲା। କିନ୍ତୁ ଏହା ପରେ ଉତ୍ତର ଭାରତର ଅନେକ ରାଜ୍ୟରେ ଅକ୍ଟୋବର ୧୦ ମଧ୍ୟରେ ପ୍ରବଳ ବର୍ଷା ହୋଇଥିଲା। ଯଦିଓ ପାଣିପାଗ ବିଭାଗ ଏହାକୁ ମୌସୁମୀ ପରବର୍ତ୍ତୀ ବର୍ଷା ବୋଲି କହୁଛି, କିନ୍ତୁ ତାହା ସେପରି ମନେ ହେଉନାହିଁ।

ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି ଯେ, ମୌସୁମୀ ଫେରି ଯାଇଥିବା ଘୋଷଣା କରିବା ପାଇଁ ପାଣିପାଗ ବିଭାଗର ଟିକେ ତତ୍ପର ଥିଲା। ବାସ୍ତବରେ, ଅକ୍ଟୋବରର ୧୦ ତାରିଖ ମଧ୍ୟରେ ଉତ୍ତର-ପଶ୍ଚିମ ଭାରତରେ ହାରାହାରି ୪୦୫ ପ୍ରତିଶତ ଅଧିକ ବର୍ଷା ହୋଇଛି। ଦିଲ୍ଲୀରେ ୬୨୫ ପ୍ରତିଶତ ଅଧିକ ବର୍ଷା ହୋଇଛି। ସେହିପରି ହରିୟାଣା ୫୭୭ ପ୍ରତିଶତ ଏବଂ ଉତ୍ତରାଖଣ୍ଡରେ ହାରାହାରି ତୁଳନାରେ ୫୩୮ ପ୍ରତିଶତ ଅଧିକ ବର୍ଷା ହୋଇଛି।

ଉତ୍ତରପ୍ରଦେଶର ପୂର୍ବ ଏବଂ ପଶ୍ଚିମ ଭାଗ ସମେତ ସମସ୍ତ ଜିଲାରେ ୬୯୮ ପ୍ରତିଶତ ଅଧିକ ବର୍ଷା ହୋଇଛି। ପାଣିପାଗ ବିଭାଗ ଦ୍ୱାରା ଘୋଷଣା କରାଯାଇଥିଲା ଯେ ୩୦ ସେପ୍ଟେମ୍ବରରୁ ପଞ୍ଜାବ, ଚଣ୍ଡିଗଡ଼, ଦିଲ୍ଲୀ, ଜମ୍ମୁ-କଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରପ୍ରଦେଶ, ହରିୟାଣା ଏବଂ ରାଜସ୍ଥାନରୁ ମୌସୁମୀ ବିଦାୟ ନେଇଛି। ତେବେ ଏହାପରେ ସେହି ଅଞ୍ଚଳରେ ପ୍ରବଳ ବର୍ଷା ପରେ ଏବେ ପାଣିପାଗ ବିଭାଗର ଆକଳନ ଉପରେ ପ୍ରଶ୍ନ ଉଠିଛି। ଅପରପକ୍ଷରେ ମଙ୍ଗଳବାର ପାଣିପାଗ ବିଭାଗ କହିଛି ଯେ ମୌସୁମୀ ବର୍ତ୍ତମାନ ଫେରିବା ଆରମ୍ଭ କରିଛି। ଉତ୍ତରକାଶୀ, ନଜୀବବାଦ, ଆଗ୍ରା, ଗ୍ବାଲିଅର୍‌, ରତଲାମ ଏବଂ ଭାରୁଚରୁ ମୌସୁମୀ ବିଦାୟ ନେବାରେ ଲାଗିଛି।

ପାଣିପାଗ ବିଭାଗର ନୂତନ ପୂର୍ବାନୁମାନରେ କୁହାଯାଇଛି ଯେ ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ଉତ୍ତର-ପଶ୍ଚିମ ଏବଂ ମଧ୍ୟ ଭାରତର ବିଭିନ୍ନ ରାଜ୍ୟରୁ ମୌସୁମୀ ପ୍ରସ୍ଥାନ କରିବ। ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଏମ. ମହାପାତ୍ର କହିଛନ୍ତି, ଅକ୍ଟୋବରର ପ୍ରଥମ ୧୦ ଦିନରେ ଅଧିକ ବୃଷ୍ଟିପାତର ହାର ବହୁତ ଅଧିକ। ଏହାର କାରଣ ହେଉଛି ଏହି ଋତୁରେ ବର୍ଷା ସାଧାରଣତଃ ବହୁତ କମ ହୋଇଛି। ବଙ୍ଗୋପସାଗରରେ ଲଘୁଚାପ ପରିସ୍ଥିତି ଯୋଗୁଁ ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ପ୍ରବଳ ବର୍ଷା ହୋଇଛି। ପଶ୍ଚିମ ସହିତ ଦକ୍ଷିଣ ପୂର୍ବ ପବନର ଧକ୍କା ହେତୁ ସମଗ୍ର ଉତ୍ତର ଭାରତରେ ପ୍ରବଳ ବର୍ଷା ହୋଇଛି।

ପାଣିପାଗ ବିଭାଗ ପକ୍ଷରୁ ମୌସୁମୀ ବିଦାୟ ନେବା ଘୋଷଣା ପରେ ମଧ୍ୟ ପ୍ରବଳ ବର୍ଷା ପ୍ରସଙ୍ଗରେ ମହାପାତ୍ର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଏହା ସତ୍ୟ ଯେ ଆମେ ଦିଲ୍ଲୀରୁ ମୌସୁମୀ ପ୍ରତ୍ୟାହାର ବିଷୟରେ ଆଲୋଚନା କରିଥିଲୁ। କିନ୍ତୁ ତା’ପରେ ମୌସୁମୀ ବିଦାୟ ନେଇଥିଲା ଏବଂ ଏହା ଚାଲିଯିବା ବେଳକୁ ବହୁତ ବର୍ଷା ହୋଇଥିଲା। ତେଣୁ ଏହା ଏକ ପ୍ରକାର ବର୍ଡର ମାମଲା। ତେବେ ସେ କହିଛନ୍ତି ଯେ ଆମେ କେବଳ ବର୍ଷା ବିଷୟରେ ସଠିକ ପୂର୍ବାନୁମାନ କରିଛୁ ଏବଂ ୭ ଦିନର ପୂର୍ବାନୁମାନ ମଧ୍ୟ କରିସାରିଛୁ। ସେ କହିଛନ୍ତି ଯେ ଏହା ପୂର୍ବରୁ ୧୯୮୮ରେ ଏଭଳି ଘଟିଥିଲା। ସେତେବେଳେ ମୌସୁମୀ ଯିବାବେଳେ ପ୍ରବଳ ବର୍ଷା ହୋଇଥିଲା। ତା’ପରେ ସେପ୍ଟେମ୍ବରର ଶେଷ ସପ୍ତାହରେ ପ୍ରବଳ ବର୍ଷା ହୋଇଥିଲା ଏବଂ ଅନେକ ନଦୀ ଜଳମଗ୍ନ ହୋଇଥିଲା। ଏହା ବ୍ୟତୀତ ଅକ୍ଟୋବର ମାସରେ ମଧ୍ୟ ଉତ୍ତରାଖଣ୍ଡରେ ବହୁତ ବର୍ଷା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଯୋଜନାରେ ଖର୍ଚ୍ଚ ହୋଇଛି ବଜେଟର ୪୦%

ନୂଆଦିଲ୍ଲୀ,୯ା୨: ଚଳିତ ଆର୍ଥତ୍କ ବର୍ଷ ପାଇଁ କେନ୍ଦ୍ର ବଜେଟରେ ସର୍ବବୃହତ୍‌ ଯୋଜନାଗୁଡ଼ିକ ନିମନ୍ତେ ଯେଉଁ ଅର୍ଥ ବ୍ୟୟବରାଦ ହୋଇଥିଲା, ସରକାର ୯ ମାସ ମଧ୍ୟରେ ତାହାର ମାତ୍ର…

ଦୋଳି ଦୁର୍ଘଟଣା

ପ୍ରମୋଦ ଉଦ୍ୟାନ କିମ୍ବା ମନୋରଞ୍ଜନର ଖୋରାକ ଯୋଗାଉଥିବା କୌଣସି ମେଳାକୁ ବୁଲିଯିବା ବେଳେ ଆନନ୍ଦ ଲାଭ କରିବା ଥାଏ ମୂଳ ଲକ୍ଷ୍ୟ। କିନ୍ତୁ ତାହା ନିରାନନ୍ଦ ବା…

ଜାପାନ ନିର୍ବାଚନ: ପ୍ରଧାନମନ୍ତ୍ରୀଙ୍କ ଦଳ ବିଜୟୀ

ଟୋକିଓ,୯ା୨: ଜାପାନ ପାର୍ଲାମେଣ୍ଟର ନିମ୍ନ ସଦନ ପାଇଁ ରବିବାର ଅନୁଷ୍ଠିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ସାନାଏ ଟାକାଇଚିଙ୍କ ମେଣ୍ଟ ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତାର ସହ ବିଜୟୀ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ…

ପାକ୍‌ ଏଜେଣ୍ଟ ସହ ଗୌରବ, ତାଙ୍କ ସ୍ତ୍ରୀଙ୍କ ନିବିଡ଼ ସମ୍ପର୍କ: ହିମନ୍ତ

ଗୁଆହାଟୀ,୯ା୨(ପି.ଟି.): ଆସାମ କଂଗ୍ରେସ ସଭାପତି ତଥା ଏମ୍‌ପି ଗୌରବ ଗୋଗୋଇ ଏବଂ ତାଙ୍କ ସ୍ତ୍ରୀ ଏଲିଜାବେଥ କୋଲବର୍ନଙ୍କର ପାକିସ୍ତାନ ସହ ନିବିଡ଼ ସମ୍ପର୍କ ରହିଥିବା ଆସାମ ମୁଖ୍ୟମନ୍ତ୍ରୀ…

ଶତ୍ରୁ ସାଟେଲାଇଟ୍‌ ଉପରେ ନଜର ରଖିବ ଭାରତ

ପାଟନା,୯ା୨: ଭାରତର ଅଭିବୃଦ୍ଧିଶୀଳ ଘରୋଇ ମହାକାଶ କ୍ଷେତ୍ରକୁ ଏକ ବଡ଼ ସଫଳତା ମିଳିଛି। ଅହମଦାବାଦର ଆଜିସ୍ତା ଇଣ୍ଡଷ୍ଟ୍ରିଜ୍‌ ପ୍ରା.ଲିଃ ଏହାର ଏରୋସ୍ପେସ୍‌ ବିଭାଗ ଜରିଆରେ ଏକ ନୂଆ…

ମେଟ୍ରୋରେ ପ୍ରେମିକା ସହ ଧରାପଡ଼ିଲେ ପୁଅ; ସେଠାରେ ହିଁ ‘ନିର୍ବନ୍ଧ’ କରାଇଦେଲେ ମା’

ନୂଆଦିଲ୍ଲୀ,୮ା୨: ସୋସିଆଲ ମିଡିଆରେ ଏବେ ଏକ ଅଜବ ତଥା ମଜାଦାର ଭିଡିଓ ବେଶ୍ ଭାଇରାଲ ହେବାରେ ଲାଗିଛି। ଜଣେ ମା’ ନିଜ ପୁଅକୁ ତାଙ୍କ ପ୍ରେମିକାଙ୍କ ସହ…

ସଚିନ ତେନ୍ଦୁଲକରଙ୍କ ଫିଡର ସେଣ୍ଟର ନେଟ୍ସ ପାଇଁ ଆଦିଦେବ ମନୋନୀତ

କେନ୍ଦୁଝର,୮ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଓଡ଼ିଶା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ହେଉଥିବା ୧୪ବର୍ଷରୁ କମ୍‌ କ୍ରିକେଟରେ କେନ୍ଦୁଝର ଜିଲାର ଏକମାତ୍ର ଖେଳାଳି ଭାବେ ଆଦିଦେବ ସାହୁ ସଚିନ…

ପେଟ୍ରୋଲଠାରୁ କେତେ ଶସ୍ତା CNG କାର୍‌? ୧୦ ଲକ୍ଷ ମଧ୍ୟରେ କେଉଁଟି ଭଲ…ନୂଆ କାର୍‌ କିଣିବାକୁ ଥିଲେ…

ନୂଆଦିଲ୍ଲୀ,୮।୨: ଭାରତରେ ନୂଆ କାର୍‌ କିଣିବା ସମୟରେ ଅଧିକାଂଶ ଲୋକଙ୍କ ମନରେ ଏକ ପ୍ରଶ୍ନ ଆସେ ଯେ ପେଟ୍ରୋଲ କାର୍‌ ନେବେ ନା ସିଏନଜି (CNG) କାର୍‌?…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri