ଆଦାୟ ହୋଇପାରେ ୭ଶହ କୋଟି

ଯାଜପୁର ଅଫିସ/ଧର୍ମଶାଳା/ ଚଢ଼େଇଧରା,୧୦ା୧୧ (ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବହୁଚର୍ଚ୍ଚିତ ରାହାଡ଼ପୁର ପାହାଡ଼ରୁ ଅନୁମୋଦନଠାରୁ ଢେର ଗୁଣ ଅଧିକ କଳାପଥର ଲୁଟ ଅଭିଯୋଗ ଉପରେ ସାଟେଲାଇଟ ମାପଚୁପ ସମ୍ପନ୍ନ ହୋଇଛି। ବୁଧବାର ଯାଜପୁର ଅତିରିକ୍ତ ଜିଲାପାଳ(ରାଜସ୍ବ) ଅକ୍ଷୟ କୁମାର ମଲ୍ଲିକ, ତହସିଲଦାର ସ୍ବାଗତ କୁମାର ଦାସଙ୍କ ସମେତ ଅନ୍ୟ କର୍ମଚାରୀଙ୍କ ଉପସ୍ଥିତିରେ ମାପଚୁପ ସଂସ୍ଥା ମାଇଁ ୱାର୍ଲଡ କନ୍ସଲଟେନ୍ସି ଡ୍ରୋନ କ୍ୟାମେରା ଲଗାଇ କଳାପଥର ଲୁଟ୍‌ ଉପରେ ଆକଳନ କରିଛି। ଆସନ୍ତା ୭ ଦିନ ମଧ୍ୟରେ ଆକଳନ ରିପୋର୍ଟ ମିଳିବା ପରେ ପ୍ରଶାସନ ପକ୍ଷରୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।
୨୦୧୬-୧୭ରୁ ରାହାଡପୁର ଖାଦାନରୁ ଅନୁମୋଦନଠାରୁ ପ୍ରାୟ ୩୫୦ କୋଟି ଟଙ୍କାର କଳାପଥର ଅଧିକ ଉତ୍ତୋଳନ କରାଯାଇଥିବା ଅଭିଯୋଗ ହୋଇଛି। ତେବେ ଆଇନ ଅନୁସାରେ ଏହାର ଦୁଇ ଗୁଣ ପ୍ରାୟ ୭୦୦ କୋଟି ଟଙ୍କା ଜରିମାନା ଆଦାୟର ସମ୍ଭାବନା ରହିଛି। ତେବେ ଉକ୍ତ କଳା କାରବାରକୁ ଚପାଇ ଦେବାକୁ କେତେଜଣ ପ୍ରଶାସନିକ ଅଧିକାରୀ, ମାପଚୁପ ସଂସ୍ଥା ଏବଂ ଲିଜ୍‌ଧାରୀଙ୍କ ମଧ୍ୟରେ ପ୍ରାୟ ୨୦ କୋଟି ଟଙ୍କାର ଭିତିରି ବୁଝାମଣା ହୋଇଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ କଳାପଥର ଲୁଟ ଅଭିଯୋଗରେ ସଂପୃକ୍ତ ଥିବା ୧୦ ତହସିଲଦାର ଓ ରାଜସ୍ବ ନିରୀକ୍ଷକ ଏବଂ ୬ ଉପଜିଲାପାଳଙ୍କ ନାମରେ ହୋଇଥିବା ମାମଲା ଯେପରି ଚାପି ଦିଆଗଲା, ଏହା ମଧ୍ୟ ଫାଇଲ ଭିତରେ ରହିଯିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ା
ଗତ ଅଗଷ୍ଟରେ ସାଟେ ଲାଇଟ୍‌ ତଦନ୍ତ କରି ୪ ଲିଜ୍‌ଧାରୀଙ୍କଠାରୁ ୧୦୫ କୋଟି ୮୭ ଲକ୍ଷ ଟଙ୍କା ଜରିମାନା ଆଦାୟ କରିବାକୁ ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ତହସିଲଦାର ଡିମାଣ୍ଡ ନୋଟିସ ଜାରି କରିଥିଲେ। ଏଥିରେ ଲୁଣିବର ପଥର ଖାଦାନରୁ ଲିଜ୍‌ଧାରୀ ଚନ୍ଦ୍ରମଣି ପରିଡ଼ାଙ୍କଠାରୁ ୧ କୋଟି ୮୭ ଲକ୍ଷ ଓ ସାବିତ୍ରୀ ପରିଡ଼ାଙ୍କଠାରୁ ୧୬ କୋଟି ୫୭ ଲକ୍ଷ, ଡଙ୍କାରୀ ପଥର ଖାଦାନରୁ ରଞ୍ଜନ ଜେନାଙ୍କଠାରୁ ୨୩ କୋଟି ୩୨ ଲକ୍ଷ ଓ ଲୁଣିବର ଖାଦାନରୁ ଶରତ ରାଉତଙ୍କଠାରୁ ୬୩ କୋଟି ୩୭ ଲକ୍ଷ ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ରହିଛି। ଆକଳନ ଅନୁଯାୟୀ ଯେତେ ପରିମାଣର କଳାପଥର ଅଧିକ ଲୁଟ୍‌ ହୋଇଛି ସେଥିରୁ ୨ ଗୁଣ ଜରିମାନା ଆଦାୟ କରାଯାଉଛି। ଏହି କ୍ରମରେ ୨୦୧୬-୧୭ରେ ରାହାଡ଼ପୁର ପାହାଡ଼ର ୨୫ ଏକର ଅଞ୍ଚଳରୁ ୫ ବର୍ଷ ପାଇଁ ୨ ଲକ୍ଷ ୩୫ ହଜାର ଘନମିଟର କଳାପଥର ଉତ୍ତୋଳନ କରିବାକୁ ପ୍ରହ୍ଲାଦ ଲେଙ୍କାଙ୍କୁ ଲିଜ୍‌ ଦିଆଯାଇଥିଲା। କିନ୍ତୁ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ଦେଢ କୋଟି ଘନମିଟର କଳାପଥର ଉତ୍ତୋଳନ ହୋଇଥିବା ଅଭିଯୋଗ ହୋଇଛି। ସରକାରୀ ହିସାବରେ ଘନମିଟର ପିଛା ୨୪୫ ଟଙ୍କା ଦରରେ ଏହା ୩୬୭ କୋଟି ଟଙ୍କା ହେଉଛି। ଅନ୍ୟପକ୍ଷେ ପୂର୍ବ ମାମଲାଗୁଡିକ ଭଳି ଯଦି ଭିତିରି ବୁଝାମଣା କରି ଆପୋସ ସମାଧାନ କରାଯାଏ ତେବେ ରାଜ୍ୟ ସରକାର ଉପରୋକ୍ତ ପରିମାଣର ରାଜସ୍ବ ହରାଇବେ ବୋଲି ମତପ୍ରକାଶ ପାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଧର୍ମଶାଳା ତହସିଲ ଅଧୀନ ବିଭିନ୍ନ ପାହାଡ଼ରୁ କଳାପଥର ଲୁଟରେ ସହଯୋଗ କରିଥିବା ୧୦ ରାଜସ୍ବ ନିରୀକ୍ଷକ ଓ ଧର୍ମଶାଳା ତହସିଲଦାରଙ୍କ ସମେତ ୧୦ ଜଣ ତହସିଲଦାର ଓ ୬ ଜଣ ଯାଜପୁର ଉପଜିଲାପାଳଙ୍କ ନାମରେ ୨୩ା୮ା୨୦୧୬ରେ ଓଡିଶା ସିଭିଲ ସର୍ଭିସ ଧାରା-୧୫ ଅନୁଯାୟୀ ତଦନ୍ତ କରିବାକୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରିନ୍ସିପାଲ ସେକ୍ରେଟାରୀ ବିଜ୍ଞପ୍ତି ପ୍ରକାଶ କରିଥିଲେ। ଏଥିରେ ରାଜସ୍ବ ନିରୀକ୍ଷକ ଭାବେ ଶଙ୍କର୍ଷଣ ଶତପଥୀ, ମହେଶ୍ୱର ପଣ୍ଡା, ଦାଶରଥି ରାଉତ, ପଦ୍ମନାଭ ପଣ୍ଡା, ଉସତ୍ବ ଚରଣ ଜେନା, ସୁଶାନ୍ତ କୁମାର ସ୍ବାଇଁ, ସୁନୀଲ କୁମାର ନାୟକ, ବୀରକିଶୋର ମହାପାତ୍ର, ନୀଳଲୋହିତ ନାଥ ଓ ବସନ୍ତ ଦେହୁରୀଙ୍କ ନାମ ଉଲ୍ଲେଖ ଥିଲା। ସେହିପରି ତହସିଲଦାର ପଦବୀରେ ଥିବା ଶରତଚନ୍ଦ୍ର ପଣ୍ଡା, ନିରାକାର ସାମଲ, ବ୍ରଜକିଶୋର ପଟ୍ଟନାୟକ, ହରିଶ ଚନ୍ଦ୍ର ନାୟକ, ଅଜୟ କୁମାର ଦାସ, ଅଶୋକ କୁମାର ବେହୁରା, ଦିଲୀପ କୁମାର ବଳ, ରବୀନ୍ଦ୍ର କୁମାର ସାବତ, ଅରୁଣ କୁମାର ବେହେରା ଓ ରଞ୍ଜନ କୁମାର ଜେନା ରହିଥିଲେ। ଗତ ୨ା୯ା୨୦୧୬ରୁ ୩୧ା୮ା୨୦୧୮ ପର୍ଯ୍ୟନ୍ତ ରହିଥିବା ଧର୍ମଶାଳା ତହସିଲଦାର ପ୍ରଭାସ ବେହୁରା ଏଥିରେ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଅନ୍ୟପକ୍ଷେ ଯାଜପୁର ଉପଜିଲାପାଳ ଭାବେ ଗୌତମ ଚନ୍ଦ୍ର ନାୟକ, ଅମରେନ୍ଦ୍ର କୁମାର ରଥ, ସୁଶାନ୍ତ କୁମାର ମହାନ୍ତି, ବିନୋଦ ଚନ୍ଦ୍ର ମିଶ୍ର, ଧନଞ୍ଜୟ ସ୍ବାଇଁ ଓ ମହେଶ୍ୱର ପାଣିଗ୍ରାହୀଙ୍କ ନାମ ରହିଥିଲା। ୩୦ ଦିନ ମଧ୍ୟରେ ନିଜର ପକ୍ଷ ରଖିବାକୁ ସେତେବେଳେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ୬ବର୍ଷ ଅତିକ୍ରାନ୍ତ ହୋଇ ସାରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। ଏ ସଂକ୍ରାନ୍ତରେ ଧର୍ମଶାଳା ତହସିଲଦାର ଦାସଙ୍କୁ ଯୋଗାଯୋଗ କରାଯାଇଥିଲା। ହେଲେ ସେ ଫୋନ କଲ ଗ୍ରହଣ ନ କରିବାରୁ ତାଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri