କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ଠକେଇ ମାମଲା: ମାଷ୍ଟରମାଇଣ୍ଡ ପିଛାରେ ପୋଲିସ

ସୋନପୁର,୧୧।୬(ନି.ପ୍ର.): ନକଲି ଚେକ୍‌ ଜରିଆରେ ସୋନପୁର କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ହରିଲୁଟ ହୋଇଛି । ଏନେଇ କଲେଜ ଅଧ୍ୟକ୍ଷ ରାଜୀବଲୋଚନ ଆଚାର୍ଯ୍ୟ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୧୧୮/୨୨) ରୁଜୁ କରିଛି। ପୋଲିସ ଅଭିଯୁକ୍ତ ଏବଂ ମାଷ୍ଟାରମାଇଣ୍ଡକୁ ଧରିବାକୁ ତନାଘନା ଜାରି ରଖିଛି । ଏହି ଘଟଣାରେ ବ୍ୟାଙ୍କ ଅଧିକାରୀ ସମ୍ପୃକ୍ତ ଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।

ସମ୍ପୃକ୍ତ କଲେଜ ଭିତ୍ତିଭୂମିର ବିକାଶ ପାଇଁ ଆଇଡିପି ବିଶ୍ୱବ୍ୟାଙ୍କ ସହାୟତାରେ କାମ ଚାଲିଛି। ମିଳିଥିବା ଅନୁଦାନକୁ ବ୍ୟାଙ୍କ ଅଫ ବରୋଦା ସୋନପୁର ଶାଖାରେ କଲେଜ କର୍ତ୍ତୃପକ୍ଷ ଜମା କରିଥିଲେ। ଗତ ୭ ତାରିଖରେ ଏକ ନକଲି ଚେକ୍‌ ଜରିଆରେ ଉକ୍ତ ଜମାଖାତାରୁ ଟଙ୍କା ଉଠାଯାଇଛି । ଗୁରୁବାର କଲେଜର ଜମାଖାତା ଅପଡେଟ୍‌ କରିବା ସମୟରେ ଏହି ଘଟଣା ପଦାକୁ ଆସିଛି।

କଲେଜ ଅଧ୍ୟକ୍ଷ ଆଚାର୍ଯ୍ୟ ଏ ସମ୍ପର୍କରେ କଲେଜ ପରିଚାଳନା କମିଟି ସଭାପତି ତଥା ସୁବର୍ଣ୍ଣପୁରର ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ କରିଛନ୍ତି । କଲେଜର ପ୍ରାକ୍ତନ ଅଧ୍ୟକ୍ଷଙ୍କ ମୋବାଇଲ ନମ୍ବର ହ୍ୟାକ୍‌ କରି ଏହି ଟଙ୍କା ଉଠାଯାଇଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି । ଚେକ୍‌ରେ କଲେଜର ଅଧ୍ୟକ୍ଷ ଦସ୍ତଖତ କରି ନ ଥିବା ବେଳେ ଯେଉଁ ଚେକ୍‌ରେ ଟଙ୍କା ଉଠିଛି, ସେଥିରେ ଓଭର ରାଇଟିଂ ହୋଇଛି। ତେଣୁ କେଉଁ ପରିସ୍ଥିତିରେ ଏଭଳି ଚେକ୍‌ରେ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଦେଲେ ତାହା ତଦନ୍ତକାରୀ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । ଅନ୍ୟପକ୍ଷେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସ୍‌ପି ଅମରେଶ କୁମାର ପଣ୍ଡା ନିଜେ ତଦନ୍ତକୁ ତ୍ୱରାନ୍ବିତ କରିବା ସହ ଏକ ଟିମ୍‌ ଗଠନ କରିଛନ୍ତି। ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିବା ସହ ବ୍ୟାଙ୍କ ଅଫ୍‌ ବରୋଦାର ଶାଖା ପରିଚାଳକଙ୍କ ସମେତ ଅନ୍ୟ ୨ ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା ପରେ ପୋଲିସ ଛାଡି ଦେଇଛି। ଅନ୍ୟପକ୍ଷେ ଉକ୍ତ ଟଙ୍କା ପଶ୍ଚିମବଙ୍ଗର କୁଚ୍‌ବିହାରସ୍ଥିତ ଏକ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ଜଣାପଡିଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଓ ମାଷ୍ଟରମାଇଣ୍ଡଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ୬ ଘଣ୍ଟା ବନ୍ଦ ରହିବ ଶ୍ରୀଜିଉଙ୍କ ଦର୍ଶନ

ପୁରୀ,୮।୫: ଆଜି ଶ୍ରୀଜିଉଙ୍କ ବନକଲାଗି ନୀତି। ଏଥିପାଇଁ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ସା ୬ଟାରୁ ରାତି ୧୨ଟା ଯାଏ ସାଧାରଣ ଦର୍ଶନ...

ନିଶା ଦେଇ +୨ ଛାତ୍ରୀଙ୍କୁ ଗଣବଳାତ୍କାର କଲେ ୮ ସହାପାଠୀ

ବ୍ରହ୍ମପୁର,୮ା୫(ସୁବାସ ଚନ୍ଦ୍ର ପାଢ଼ୀ):ବ୍ରହ୍ମପୁର ସହରରେ ଜଣେ କଲେଜ ଛାତ୍ରୀଙ୍କୁ ଗଣବଳାତ୍କାର କରାଯିବା ଘଟଣା ଆଲୋଡନ ସୃଷ୍ଟି କରିଛି। ଯୁକ୍ତ ୨ ପଢ଼ୁଥିବା ନାବାଳିକା ଛାତ୍ରୀ ଜଣଙ୍କୁ...

ଦମ୍‌ ଅଛି ଯଦି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କର

ଭୁବନେଶ୍ୱର/ହିଞ୍ଜିଳିକାଟୁ/ଶେରଗଡ଼/ଖଲ୍ଲିକୋଟ,୮ା୫(ଅନିଲ ଦାସ/ ଦ୍ୱିତୀକୃଷ୍ଣ ପଣ୍ଡା/ସୂର୍ଯ୍ୟନାରାୟଣ ଦାଶ/ପ୍ରଶାନ୍ତ ମିଶ୍ର):କିଛିଲୋକ ଦିନରେ ସ୍ବପ୍ନ ଦେଖୁଛନ୍ତି, ଭାବୁଛନ୍ତି ନବୀନବାବୁ ଆଉ ମୁଖ୍ୟମନ୍ତ୍ରୀ ହେବେ ନାହିଁ, କିନ୍ତୁ ଭାଜପାକୁ ଯଦି ପଚାରିବେ...

ପ୍ରଣବଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ ଉଠାଇଲା ଭାଜପା

ସମ୍ବଲପୁର, ୮।୫ (ପ୍ରମୋଦ ବହିଦାର):ବିଜେଡି ସାଙ୍ଗଠନିକ ସମ୍ପାଦକ ତଥା ଦଳର ସମ୍ବଲପୁର ଲୋକ ସଭା ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ପ୍ରଶ୍ନ...

ବିଧାୟକ ପ୍ରାର୍ଥୀଙ୍କ ଫଟୋରେ ଜୋତାମାଳ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ପାଟଣା(ବୀର କିଶୋର ଦାଶ),୮ା୫:କେନ୍ଦୁଝର ଜିଲା ପାଟଣା ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ଜଗନ୍ନାଥ ନାୟକଙ୍କ ଫଟୋରେ କେହି ଜୋତାମାଳ ଝୁଲାଇବା...

ତାଣ୍ଡବ ରଚିଲା କାଳବୈଶାଖୀ

କୋକସରା,୭।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କାଳବୈଶାଖୀ ଆଣିଛି ତାତିରୁ ଶାନ୍ତି, ହେଲେ ଏହାର ପ୍ରଭାବରେ ବଡ ବଡ ଗଛ ସହ ବିଦ୍ୟୁତ ଖୁଣ୍ଟ ଉପୁଡି ପଡି ଉପାନ୍ତ...

ଫୁଲ ଛାଡି ଶଙ୍ଖ ଫୁଙ୍ଖିଲେ ଭାଜପାର ବଡ଼ ନେତା

ଗଞ୍ଜାମ,୭।୫(ବିଦ୍ୟାଧର ସାହୁ ): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ। ଆସନ୍ତା ମେ ୧୩ ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହେବାକୁ ଯାଉଛି l...

ଆସନ୍ତାକାଲି ମହାପ୍ରଭୁଙ୍କ ୬ଘଣ୍ଟା ଦର୍ଶନ ବନ୍ଦ

ପୁରୀ,୭।୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବୁଧବାର ବନକ ଲାଗି ନୀତି ଅନୁଷ୍ଠିତ ହେବ। ବନକ ଲାଗି ପାଇଁ ପ୍ରାୟ ୬ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri