କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ଠକେଇ ମାମଲା: ମାଷ୍ଟରମାଇଣ୍ଡ ପିଛାରେ ପୋଲିସ

ସୋନପୁର,୧୧।୬(ନି.ପ୍ର.): ନକଲି ଚେକ୍‌ ଜରିଆରେ ସୋନପୁର କଲେଜ ଆକାଉଣ୍ଟରୁ ୭୦ ଲକ୍ଷ ୪୨ ହଜାର ୯୦୦ ଟଙ୍କା ହରିଲୁଟ ହୋଇଛି । ଏନେଇ କଲେଜ ଅଧ୍ୟକ୍ଷ ରାଜୀବଲୋଚନ ଆଚାର୍ଯ୍ୟ ସୋନପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା(ନଂ.୧୧୮/୨୨) ରୁଜୁ କରିଛି। ପୋଲିସ ଅଭିଯୁକ୍ତ ଏବଂ ମାଷ୍ଟାରମାଇଣ୍ଡକୁ ଧରିବାକୁ ତନାଘନା ଜାରି ରଖିଛି । ଏହି ଘଟଣାରେ ବ୍ୟାଙ୍କ ଅଧିକାରୀ ସମ୍ପୃକ୍ତ ଥିବା ପୋଲିସର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି।

ସମ୍ପୃକ୍ତ କଲେଜ ଭିତ୍ତିଭୂମିର ବିକାଶ ପାଇଁ ଆଇଡିପି ବିଶ୍ୱବ୍ୟାଙ୍କ ସହାୟତାରେ କାମ ଚାଲିଛି। ମିଳିଥିବା ଅନୁଦାନକୁ ବ୍ୟାଙ୍କ ଅଫ ବରୋଦା ସୋନପୁର ଶାଖାରେ କଲେଜ କର୍ତ୍ତୃପକ୍ଷ ଜମା କରିଥିଲେ। ଗତ ୭ ତାରିଖରେ ଏକ ନକଲି ଚେକ୍‌ ଜରିଆରେ ଉକ୍ତ ଜମାଖାତାରୁ ଟଙ୍କା ଉଠାଯାଇଛି । ଗୁରୁବାର କଲେଜର ଜମାଖାତା ଅପଡେଟ୍‌ କରିବା ସମୟରେ ଏହି ଘଟଣା ପଦାକୁ ଆସିଛି।

କଲେଜ ଅଧ୍ୟକ୍ଷ ଆଚାର୍ଯ୍ୟ ଏ ସମ୍ପର୍କରେ କଲେଜ ପରିଚାଳନା କମିଟି ସଭାପତି ତଥା ସୁବର୍ଣ୍ଣପୁରର ଅତିରିକ୍ତ ଜିଲାପାଳ ସୂର୍ଯ୍ୟନାରାୟଣ ଦାଶଙ୍କୁ ଜଣାଇବା ପରେ ଥାନାରେ ଅଭିଯୋଗ କରିଛନ୍ତି । କଲେଜର ପ୍ରାକ୍ତନ ଅଧ୍ୟକ୍ଷଙ୍କ ମୋବାଇଲ ନମ୍ବର ହ୍ୟାକ୍‌ କରି ଏହି ଟଙ୍କା ଉଠାଯାଇଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି । ଚେକ୍‌ରେ କଲେଜର ଅଧ୍ୟକ୍ଷ ଦସ୍ତଖତ କରି ନ ଥିବା ବେଳେ ଯେଉଁ ଚେକ୍‌ରେ ଟଙ୍କା ଉଠିଛି, ସେଥିରେ ଓଭର ରାଇଟିଂ ହୋଇଛି। ତେଣୁ କେଉଁ ପରିସ୍ଥିତିରେ ଏଭଳି ଚେକ୍‌ରେ ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଦେଲେ ତାହା ତଦନ୍ତକାରୀ ଅଧିକାରୀଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । ଅନ୍ୟପକ୍ଷେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଏସ୍‌ପି ଅମରେଶ କୁମାର ପଣ୍ଡା ନିଜେ ତଦନ୍ତକୁ ତ୍ୱରାନ୍ବିତ କରିବା ସହ ଏକ ଟିମ୍‌ ଗଠନ କରିଛନ୍ତି। ସିସିଟିଭି ଫୁଟେଜ୍‌କୁ ଯାଞ୍ଚ କରିବା ସହ ବ୍ୟାଙ୍କ ଅଫ୍‌ ବରୋଦାର ଶାଖା ପରିଚାଳକଙ୍କ ସମେତ ଅନ୍ୟ ୨ ଜଣ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚୁରା ପରେ ପୋଲିସ ଛାଡି ଦେଇଛି। ଅନ୍ୟପକ୍ଷେ ଉକ୍ତ ଟଙ୍କା ପଶ୍ଚିମବଙ୍ଗର କୁଚ୍‌ବିହାରସ୍ଥିତ ଏକ ଆଇସିଆଇସିଆଇ ବ୍ୟାଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଥିବା ଜଣାପଡିଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଓ ମାଷ୍ଟରମାଇଣ୍ଡଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ପି ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ: ଶତରୁଦ୍ର ମହାଯଜ୍ଞରେ ପୂଜାର୍ଚ୍ଚନା କଲେ ଖଣି ମନ୍ତ୍ରୀ

ଦିଗପହଣ୍ଡି,୨୬।୫(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା  ଦିଗପହଣ୍ଡି ସହର ଉପକଣ୍ଠ  କୁଶପଡ଼ା ଗ୍ରାମ ନିକଟ କମାପଡିଆ ସ୍ଥିତ ନୀଳକଣ୍ଠେଶ୍ଵର ଶୈବପୀଠ ଜିର୍ଣ୍ଣୋଦ୍ଧାର ମହୋତ୍ସବ ଓ ଶତରୁଦ୍ର ମହାଯଜ୍ଞର…

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖବର: ତତ୍କାଳ ଟିକେଟ୍ ପାଇଁ ଆସିଲା ନୂଆ ‘ଟୋକନ ନିୟମ’

ନୂଆଦିଲ୍ଲୀ,୨୬।୫: ରେଳଯାତ୍ରୀମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ତତ୍କାଳ ଟିକେଟ୍ କାଉଣ୍ଟରରେ ହେଉଥିବା ପ୍ରବଳ ଭିଡ଼ ଅନିୟମିତତାକୁ ରୋକିବା ପାଇଁ ଭାରତୀୟ ରେଳବାଇ ଏକ ବଡ଼ ପଦକ୍ଷେପ…

ଇଞ୍ଜିନିୟରରୁ OAS ଅଫିସର: ୯୮ ର଼୍ୟାଙ୍କ ରଖି ଗଞ୍ଜାମର ଗୌରବ ବଢ଼ାଇଲେ ଖଗେଶ୍ୱର, ଛୁଟୁଛି ଶୁଭେଚ୍ଛାର ସୁଅ

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଓଡ଼ିଶା ପ୍ରଶାସନିକ ସେବା (OAS) ପରୀକ୍ଷାରେ ପୁଣି ଚମକିଛନ୍ତି ଗଞ୍ଜାମ ଜିଲାର ପୁଅ। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପ୍ରକାଶିତ…

ଡିଏସ୍‌ପିରୁ OAS ଟପ୍ପର, ବୁବୁନ୍‌ଙ୍କ ସଫଳତାକୁ ନେଇ ଆନନ୍ଦପୁରରେ ଖୁସିର ଲହରୀ, ଯୁବପିଢ଼ୀଙ୍କ ପାଇଁ ସାଜିଲେ ପ୍ରେରଣା

ବଞ୍ଚୋ, ୨୬।୫(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ପାଇଁ ଆସିଛି ଏକ ବଡ଼ ଗୌରବର ଖବର। ଓଡ଼ିଶା ଲୋକସେବା ଆୟୋଗ (OPSC) ଦ୍ବାରା ପରିଚାଳିତ…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

କଣମଣା ମୁଖ୍ୟ ରାସ୍ତାରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା: ଘଟଣାସ୍ଥଳରେ ଚାଲିଗଲା ସୁରେଶଙ୍କ ଜୀବନ, ଅନ୍ୟ ଜଣେ…

ଛତ୍ରପୁର,୨୬।୬(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ଘଟଣାସ୍ଥଳରେ…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri