Posted inଫୁରସତ

ମଙ୍ଗଳରେ ଜମା ହେଲାଣି ୭ ଟନ୍‌ ବର୍ଜ୍ୟ

ଓ୍ବାଶିଂଟନ: ମଙ୍ଗଳ ଗ୍ରହରେ ମଣିଷ ଜାଗା କିଣିଛି ସତ କିନ୍ତୁ ସେଠାରେ କେବେ ବସତିସ୍ଥାପନ କରିବ ତାହା ଏବେ ଆଶା, ଆଶଙ୍କା ଭିତରେ ରହିଛି। ମଙ୍ଗଳରେ ଜୀବଜଗତ ବାସଉପଯୋଗୀ କି ନୁହେଁ ସେ ନେଇ ବୈଜ୍ଞାନିକମାନଙ୍କ ତର୍ଜମା ଜାରି ରହିଛି। କିନ୍ତୁ ଏ ପରୀକ୍ଷାରେ ମହାକାଶବିଜ୍ଞାନୀମାନେ ମଙ୍ଗଳରେ ଅଳିଆ ଜମାଇବାରେ ଲାଗିଛନ୍ତି। ମଙ୍ଗଳ ଗ୍ରହରେ ୧୫, ୬୯୪ ପାଉଣ୍ଡ ଅର୍ଥାତ୍‌ ୭୧୧୮.୬ କିଲୋଗ୍ରାମ (୭ ଟନ୍‌) ଓଜନର ବର୍ଜ୍ୟ ଜମା ହୋଇ ରହିଛି। ଆମେରିକା ଓ୍ବେଷ୍ଟ ଭର୍ଜିନିଆ ୟୁନିଭର୍ସିଟିର କାଗରି କିଲିକଙ୍କ ଦ୍ୱାରା ରୋବୋଟ୍‌ ଜରିଆରେ କରାଯାଇଥିବା ରିସର୍ଚ୍ଚରୁ ଏହା ଜଣାପଡ଼ିଛି।
ଡୋରମାଣ୍ଟ ରକେଟ୍‌, ମଙ୍ଗଳ ସହ ପିଟି ହୋଇ ଥିବା ମହାକାଶ ଯାନରୁ ବିଭିନ୍ନ ପ୍ରକାର ପରିତ୍ୟକ୍ତ ବର୍ଜ୍ୟବସ୍ତୁ ଏବେ ମଙ୍ଗଳ ଗ୍ରହର ଲୋହିତ ମୃତ୍ତିକାରେ ଜମା ହୋଇ ରହିଛି । ୧୯୭୧ରେ ସୋଭିଏଟ୍‌ ସଂଘର ମାର୍ସ ଅର୍‌ବିଟ୍‌ ୨, ଯାହା ମଙ୍ଗଳରେ କ୍ରାସ୍‌ ଲାଣ୍ଡିଙ୍ଗ କରିଥିଲା ତା’ଣ ଅବଶେଷ ମଧ୍ୟ ମଙ୍ଗଳରେ ଦେଖିବାକୁ ମିଳିଛି। ଚନ୍ଦ୍ର ମିଶନରେ ନାସା କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି। ଏହି ମିଶନ କାରଣରୁ ମଙ୍ଗଳରେ ବର୍ଜ୍ୟବସ୍ତୁ ଜମା ହେବା ଆରମ୍ଭ ହୋଇଛି। ପୃଥିବୀ ପୃଷ୍ଠରେ ବର୍ଜ୍ୟବସ୍ତୁର ମାତ୍ରା କ୍ରମାଗତ ବଢ଼ିବାରେ ଲାଗିଛି, ଏହାଦ୍ୱାରା ଜୀବଜଗତର ବିକାଶରେ ବାଧା ସୃଷ୍ଟି ହେବା ଆରମ୍ଭ ହୋଇସାରିଛି। ମଣିଷ ବାସ କରୁଥିବା ପୃଥିବୀ ଗ୍ରହର ପାରିପାର୍ଶ୍ୱିକ ସ୍ଥିତି ଶୋଚନୀୟ ହୋଇପଡ଼ିଥିବାବେଳେ ମଙ୍ଗଳ ଗ୍ରହରେ ମଧ୍ୟ ଭବିଷ୍ୟତରେ ସମାନ ଦୃଶ୍ୟ ଦେଖାଯିବାର ଆଶଙ୍କା କରାଯାଉଛି।
ୟୁରୋପ୍‌ ସ୍ପେସ୍‌ ଏଜେନ୍ସିର ମାର୍ସ ୩ ଓ ମାର୍ସ ୬ ସମେତ ୯ଟି ଡୋରମାଣ୍ଟ ସ୍ପେସ୍‌ କ୍ରାଫ୍ଟ୍‌ , ବିକିଙ୍ଗ୍‌ ୧, ବିକିଙ୍ଗ ୨ ଲାଣ୍ଡରର୍ସ, ସୋଜର୍ନର ରୋଭର୍‌, ସଚିଆପାରେଲି ଲ୍ୟାଣ୍ଡର ସାଙ୍ଗକୁ ପୋନିକ୍ସ ଲ୍ୟାଣ୍ଡର, ସ୍ପିରିଟ ରୋଭର ଏବଂ ଦ ଅପରଚୁନିଟି ରୋଭର ମଙ୍ଗଳ ଗ୍ରହରେ ପଡ଼ି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri