୭ହଜାର ଶିକ୍ଷକ ପଦବୀ ପୂରଣ ହେବ

ଭୁବନେଶ୍ୱର, ୬ା୯(ବ୍ୟୁରୋ): ରାଜ୍ୟରେ ଖୁବ୍‌ଶୀଘ୍ର ପୂରଣ ହେବ ଆଉ ୭ହଜାର ଶିକ୍ଷକ ପଦବୀ। ଆସନ୍ତା ମାସରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇବ। ଏ ନେଇ ସୋମବାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇ କହିଛନ୍ତି, ଗୁଣାତ୍ମକ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି। ପୂର୍ବରୁ ଦୁଇଟି ପର୍ଯ୍ୟାୟେରେ ୧୩ହଜାର ଶିକ୍ଷକ ନିଯୁକ୍ତି ପାଇସାରିଛନ୍ତି। ଏବେ ଆଉ ୭ହଜାର ଶିକ୍ଷକ ପଦବୀ ପୂରଣ ହେବ। ସେପଟେ ଗୁରୁଦିବସ ଉପଲକ୍ଷେ ଶିକ୍ଷକଙ୍କୁ ପ୍ରଣାମ ଜଣାଇବା ସହ ଆଶୀର୍ବାଦ ଭିକ୍ଷା କରିଛନ୍ତି ମନ୍ତ୍ରୀ। ସେ କହିଛନ୍ତି, ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଗଠନରେ ଶିକ୍ଷକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ। ଶିକ୍ଷକମାନେ ତାଙ୍କ ଗୁରୁଦାୟିତ୍ୱ ଠିକ୍‌ ଭାବେ ନିର୍ବାହ କରିଛନ୍ତି। କୋଭିଡ୍‌ ସମୟରେ ପାଠପଢ଼ା ଅବଦାନ ଅତୁଳନୀୟ। ଦଶମ ଓ ଦ୍ୱାଦଶ ପାଠପଢ଼ା ସହ ପରୀକ୍ଷା କରି ରେଜଲ୍ଟ ପ୍ରକାଶ କରାଇବାରେ ଆମେ ସକ୍ଷମ ହୋଇପାରିଛୁ। ଗୁରୁଦିବସକୁ ସଙ୍କଳ୍ପ ଦିବସ ଭାବେ ଗ୍ରହଣ କରିବାକୁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ରାଷ୍ଟ୍ରପତି ପୁରସ୍କାର ପାଇଥିବା ରାଜ୍ୟର ଏକମାତ୍ର ଶିକ୍ଷକ ଈଶ୍ୱର ନାୟକଙ୍କୁ ମନ୍ତ୍ରୀ ଦାଶ ଅଭିନନ୍ଦନ ଜଣାଇଛନ୍ତି।