ରୋମାଞ୍ଚ ବଢ଼ାଇବ ୭ ରେଳ ସୁଡ଼ଙ୍ଗ

ରାଜ୍ୟର ଉପକୂଳ ଅଞ୍ଚଳରୁ ପଶ୍ଚିମାଞ୍ଚଳକୁ ସଂଯୋଗ କରିବ ୩୦୧ କିଲୋମିଟର ବିଶିଷ୍ଟ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ଲାଇନ। ଏହି ପ୍ରକଳ୍ପ ରାଜଧାନୀ ଭୁବନେଶ୍ୱରର ଅନତି ଦୂରରେ ଖୋର୍ଦ୍ଧାରୋଡ୍‌ ଜଙ୍କଶନ ସହ ନୟାଗଡ଼, ବୌଦ୍ଧ, ସୁବର୍ଣ୍ଣପୁର ଆଦି ଜିଲାକୁ ଏହି ପ୍ରକଳ୍ପ ସଂଯୋଗ କରିବାକୁ ଥିବାବେଳେ ଏହା ମଧ୍ୟରେ ୨୧ଟି ରେଳଷ୍ଟେଶନ ଅନ୍ତର୍ଭୁକ୍ତ। ଏହି ପ୍ରକଳ୍ପରେ ୭୫ କିମି ମଧ୍ୟରେ ୭ଟି ସୁଡ଼ଙ୍ଗ ରହିଛି। ଦଶପଲ୍ଲା ଓ ପୁରୁଣାକଟକ ମଧ୍ୟରେ ନିର୍ମାଣାଧୀନ ଥିବା ୭ଟି ସୁଡ଼ଙ୍ଗର ମୋଟ ଲମ୍ବ ୧୨.୭୬ କିଲୋମିଟର। ବିଭିନ୍ନ ମାଟି ଘନତା ଓ ପଥର ଗଠନ ସମେତ ଜଟିଳ ଭୌଗୋଳିକ ପରିସ୍ଥିତି ପରିଚାଳନା ପାଇଁ ନୂ୍ୟନତମ କୌଶଳ ବ୍ୟବହାର କରି ସୁଡ଼ଙ୍ଗଗୁଡ଼ିକ ନିର୍ମାଣ ହେଉଛି। ଏହି ରେଳ ଲାଇନ ୨୦୨୬ ଶେଷସୁଦ୍ଧା ସରିବାର ଲକ୍ଷ୍ୟ ରଖାଯାଇଛି। ପ୍ରକଳ୍ପରେ ସୁଡ଼ଙ୍ଗ ନିର୍ମାଣ ସମୟରେ ଅନେକ ଇଞ୍ଜିନିୟରିଂ ଓ ଲଜିଷ୍ଟିକ ଆହ୍ବାନର ସାମ୍ନା କରିବାକୁ ପଡ଼ିଛି। ଶନିବାର ପୂର୍ବତଟ ରେଳପଥ ପକ୍ଷରୁ ଆୟୋଜିତ ମିଡିଆ ଟୁର୍‌ରେ ବରିଷ୍ଠ ଜନସମ୍ପର୍କ ଅଧିକାରୀ ନିହାର ରଞ୍ଜନ ମହାନ୍ତି, ନୟାଗଡ଼ର ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ନିର୍ମାଣ) ରାଜେଶ ଦାସ ଏବଂ ବୌଦ୍ଧର ଅତିରିକ୍ତ ମୁଖ୍ୟଯନ୍ତ୍ରୀ (ନିର୍ମାଣ) ରବି ପ୍ରସାଦ ଯାଦବ ସୁଡ଼ଙ୍ଗ ଖନନଠାରୁ ଆରମ୍ଭ କରି ଟ୍ରାକ୍‌ ବିଛାଇବା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟପ୍ରଣାଳୀର ବିସ୍ତୃତ ସୂଚନା ଦେଇଛନ୍ତି।

ଦୀର୍ଘତମ ଟନେଲ-୪
ସମଗ୍ର ୩୦୧ କିଲୋମିଟର ରେଳ ପ୍ରକଳ୍ପ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୨୨୬ କିଲୋମିଟର ନିର୍ମାଣ ସରିଛି। ପୁରୁଣା କଟକରୁ ଚାରିଛକ ମଧ୍ୟରେ ନିର୍ମାଣାଧୀନ ଥିବା ରେଳଲାଇନ୍‌ର ୧୩.୩୫ କିଲୋମିଟର ଚଳିତବର୍ଷ ଶେଷ ସୁଦ୍ଧା ସମାପ୍ତ ହେବ ବୋଲି ଆଶା କରାଯାଉଥିବାବେଳେ ଦଶପଲ୍ଲା- ପୁରୁଣାକଟକ ମଧ୍ୟରେ ୬୧.୬୫ କିଲୋମିଟର ୨୦୨୬ ପ୍ରଥମାର୍ଦ୍ଧରେ ସମାପ୍ତ ହୋଇପାରେ। ତେବେ ଏହି ପ୍ରକଳ୍ପ ମଧ୍ୟରେ ଥିବା ୭ ସୁଡ଼ଙ୍ଗ ରେଳଯାତ୍ରୀଙ୍କୁ ବେଶ୍‌ ରୋମାଞ୍ଚକର ଅନୁଭୂତି ପ୍ରଦାନ କରିବ। ଏହି ସବୁ ଟନେଲ ଘଞ୍ଚ ଜଙ୍ଗଲ ମଧ୍ୟରେ ପାହାଡ଼ ଭିତର ଦେଇଯାଇଛି। ବର୍ତ୍ତମାନ ସୁଦ୍ଧା ୮୦୦ ମିଟର ଦୀର୍ଘ ଟନେଲ-୧ର ଖନନ କାର୍ଯ୍ୟ ସହ ୫୧୭ ମିଟର ଲାଇନିଙ୍ଗ କାର୍ଯ୍ୟ ସରିଛି। ୧୭୭୫ ମିଟର ଦୀର୍ଘ ଟନେଲ-୨ର ମଧ୍ୟ ଖନନ ସରିଛି। ୨୭୧୮ ମିଟର ଦୀର୍ଘ ଟନେଲର ଖନନ କାର୍ଯ୍ୟ ସରିଥିବାବେଳେ ଲାଇନିଙ୍ଗ କାର୍ଯ୍ୟ ୭୪୮ ମିଟର ପର୍ଯ୍ୟନ୍ତ ଆଗେଇଛି। ୪୧୮୩ ମିଟରବିଶିଷ୍ଟ ଦୀର୍ଘତମ ଟନେଲ-୪ର ଖନନ କାର୍ଯ୍ୟ ସହ ୧୫୨୨ ମିଟର ଲାଇନିଙ୍ଗ କାର୍ଯ୍ୟ ଶେଷ ହୋଇଛି। ଏହି ଟନେଲର ଠିକ୍‌ ମଧ୍ୟସ୍ଥଳରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ଏକ ଏସ୍‌କେପ୍‌ ଟନେଲ ନିର୍ମାଣ କରାଯାଉଛି, ଯାହାର ଲମ୍ବ ୭୦୦ ମିଟର। ସେହିପରି ୩୧୭ ମିଟର ଦୀର୍ଘ ଟନେଲ- ୫ ଏବଂ ୨୯୦.୭୫ ମିଟର ବିଶିଷ୍ଟ ଟନେଲ-୬ର ଖନନ, ଲାଇନିଙ୍ଗ ସହ ବିଏଲ୍‌ଟି ସମ୍ପୂର୍ଣ୍ଣ ହୋଇଛି। ଟନେଲ-୭ର ୧୯୭୫ ମିଟର ଦୂରତା ମଧ୍ୟରୁ ୧୬୭୮ ମିଟର ଲାଇନିଙ୍ଗ କାର୍ଯ୍ୟ ସରିଛି।
ପ୍ରାକୃତିକ ସୌନ୍ଦର୍ଯ୍ୟ ଘେରରେ ଦେଶର ଦ୍ୱିତୀୟ ଦୀର୍ଘତମ ଭାୟାଡକ୍ଟ
ଘଞ୍ଚ ଜଙ୍ଗଲ ମଧ୍ୟରେ ବୃତଙ୍ଗ ଜଳସେଚନ ପ୍ରକଳ୍ପ। ଏହାକୁ ଅତିକ୍ରମ କରି ଗଡ଼ିବ ରେଳ। ଏଥିପାଇଁ ଜାମୁସାହିରୁ ଗୁରାହ ଗାଁ ପର୍ଯ୍ୟନ୍ତ ନିର୍ମାଣ ହୋଇଛି ୪.୭୭ କିଲୋମିଟର ଦୀର୍ଘ ଭାୟାଡକ୍ଟ। ଏହା ଦେଶର ଦ୍ୱିତୀୟ ଦୀର୍ଘତମ ରେଳବ୍ରିଜ ହେବ। ଏଥିରେ ୧୮୨ଟି ଫାଉଣ୍ଡେଶନ ମଧ୍ୟରୁ ୯୮ଟିର କାର୍ଯ୍ୟ ସରିଥିବାବେଳେ ୬୨ଟି ବ୍ଲକ୍‌ ବେଡ୍‌ ଏବଂ ୪୧ ସ୍ପାନ ଗର୍ଡର ବିଛାଯାଇଛି। ୨୦୨୬ ଅଗଷ୍ଟ ସୁଦ୍ଧା ଏହି ଭାୟାଡକ୍ଟନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ତଳେ ବିସ୍ତୃତ ଜଳରାଶି ଉପରେ ନୀଳ ଆକାଶ ଏବଂ ଉଭୟ ପାର୍ଶ୍ୱରେ ସବୁଜିମା ଘେରା ପରିବେଶ ଭିତରେ ରେଳଯାତ୍ରା କରି ଯାତ୍ରୀ ନିଆରା ଅନୁଭୂତି ସାଉଁଟିବେ। ତେବେ ଖୋର୍ଦ୍ଧାରୋଡ୍‌- ବଲାଙ୍ଗୀର ରେଳ ପ୍ରକଳ୍ପ ମଧ୍ୟରେ ସମୁଦାୟ ୫ଟି ଭାୟାଡକ୍ଟ ରହିଛି।
ଆହ୍ବାନକୁ ସରଳ କରିଛି ଅତ୍ୟାଧୁନିକ ଜ୍ଞାନ କୌଶଳ
ସୁଡ଼ଙ୍ଗ ଖନନ ଠାରୁ ଆରମ୍ଭ କରି ଟ୍ରାକ୍‌ ବିଛାଇବା ପର୍ଯ୍ୟନ୍ତ ଇଞ୍ଜିନିୟରିଂ ଟିମ୍‌ ଓ କର୍ମଚାରୀଙ୍କୁ ବିଭିନ୍ନ ଆହ୍ବାନ ଦେଇ ଗତି କରିବାକୁ ପଡ଼ିଥିଲା। ମାତ୍ର ବିଭିନ୍ନ ବିଦେଶୀ ଜ୍ଞାନକୌଶଳର ପ୍ରୟୋଗ ଆହ୍ବାନକୁ ସରଳ କରିଥିବା ସୁଡ଼ଙ୍ଗ ଇଞ୍ଜିନିୟରିଂ, ନିର୍ମାଣ, ଅପରେଶନ ଏବଂ ମେଣ୍ଟେନାନ୍ସ ଦାୟିତ୍ୱ ନେଇଥିବା ଛତିଶଗଡ଼ର ରାଏପୁରସ୍ଥିତ ମୋଶ୍‌ ବରାୟା କମ୍ପାନୀର ଅଧିକାରୀ କହିଛନ୍ତି। ପ୍ରଥମେ ଭୂତତ୍ତ୍ୱ ବିଜ୍ଞାନୀଙ୍କ ଦ୍ୱାରା ମାଟି ପରୀକ୍ଷଣ କରାଯାଇ କ୍ଲାସ୍‌-୧, କ୍ଲାସ୍‌-୨, କ୍ଲାସ୍‌-୩ ଓ କ୍ଲାସ୍‌-୪ ଭାବେ ଏଭଳି ବିଭକ୍ତ କରାଯାଏ। ମାଟି ଅଂଶ ଥିବା ପାହାଡ଼ ଧସେଇଯିବାର ଆଶଙ୍କା ରହୁଥିବାବେଳେ କେବଳ ପଥରଯୁକ୍ତ ପାହାଡ଼ ବ୍ଲାଷ୍ଟିଂ ଦ୍ୱାରା ଖନନ ସହଜ ହୋଇଥାଏ। ନ୍ୟୁ ଅଷ୍ଟ୍ରେଲିଆନ୍‌ ଟନେଲିଂ ମେଥଡ୍‌ (ଏନ୍‌ଏଟିଏମ୍‌) ଏବଂ କଟ୍‌ ଆଣ୍ଡ୍‌ କଭର ମେଥଡରେ ଖନନ କରାଯାଇଛି। ଜଳଜନିତ ସମସ୍ୟାରୁ ମୁକ୍ତି ପାଇଁ କଂକ୍ରିଟ୍‌ ପଛରେ ସ୍ବତନ୍ତ୍ର ମେମ୍ବ୍ରେନ୍‌ ବ୍ୟବହାର କରାଯାଉଛି। ବିଭିନ୍ନ ବିଦେଶୀ ମେଶିନ୍‌ ସାହାଯ୍ୟରେ ଅନ୍ୟାନ୍ୟ କାର୍ଯ୍ୟ କରାଯାଉଛି। ତେବେ ଟ୍ରାକ୍‌କୁ ବାଲାଷ୍ଟ ବିହୀନ କରି ନୂଆ ଜ୍ଞାନକୌଶଳ ଯୁକ୍ତ ଟ୍ରାକ୍‌ ଲଗାଯାଇଛି। ସୁଡ଼ଙ୍ଗ ନିର୍ମାଣ ପାଇଁ କିଲୋମିଟର ପିଛା ହାରାହାରି ୭୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ସୂଚନା ରହିଛି।
ପରିବେଶ ଓ ଜୀବଜନ୍ତୁଙ୍କୁ ଗୁରୁତ୍ୱ
୧୯୯୪-୯୫ରେ ଏହି ରେଳ ଲାଇନକୁ ଆର୍ଥିକ ଅନୁଦାନ ମିଳିଥିଲେ ମଧ୍ୟ ବିଭିନ୍ନ କାରଣରୁ କାର୍ଯ୍ୟ ଅଟକି ରହିଥିଲା। ତେବେ ଜଙ୍ଗଲ ଜମି ଅଧିଗ୍ରହଣ ପ୍ରକଳ୍ପ ବିଳମ୍ବର ପ୍ରମୁଖ କାରଣ ଥିଲା। ବର୍ତ୍ତମାନ ଘଞ୍ଚଜଙ୍ଗଲ ଦେଇ ପାହାଡ଼ କାଟି ସୁଡ଼ଙ୍ଗ ନିର୍ମାଣ ହୋଇଛି। ମାତ୍ର ଜୀବଜନ୍ତୁୁଙ୍କ ଚଳାଚଳ ଯେପରି ବାଧାପ୍ରାପ୍ତ ନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି। ଯେଉଁଠି ନଦୀ ଅଛି, ତାହା ଉପରେ ବ୍ରିଜ୍‌ ନିର୍ମାଣ କରାଯାଇଛି, ଯାହାଦ୍ୱାରା ଜଳଚର ଜୀବ କିମ୍ବା ସ୍ଥାନୀୟ ବାସିନ୍ଦା ପ୍ରଭାବିତ ହେବେ ନାହିଁ। ସେହିପରି ବନ୍ୟପ୍ରାଣୀ ଚଳାଚଳ କରୁଥିବା ପାହାଡ଼ିଆ ଅଞ୍ଚଳର ମାଟି ତଳେ ଟ୍ରେନ୍‌ ଗଡ଼ିବ।

– ରିପୋର୍ଟ: ଅନୁରାଧା ମହାରଣା, ଭୁବନେଶ୍ୱର


Enter your email to get our daily news in your inbox.

All Right Reserved By Dharitri.Com

ଯୋଗାଣ ମନ୍ତ୍ରୀଙ୍କ ବଡ଼ ସୂଚନା: ଏତିକି ଯାଏ ବଢିଲା ଧାନକିଣା ଅବଧି

ଭୁବନେଶ୍ୱର,୧।୪: ଖରିଫ ଧାନକିଣା ଅବଧି ୭ ଦିନ ବୃଦ୍ଧି କଲେ ରାଜ୍ୟ ସରକାର। ଏନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ସୂଚନା ଦେଇ କହିଛନ୍ତି, ଯେପରି…

ବ୍ରାହ୍ମଣୀଗାଁରେ ବିଏସ୍‌ଏନ୍‌ଏଲ୍‌ ନେଟ୍‌ଓ୍ବର୍କ ଅଚଳ: ଗ୍ରାମବାସୀ ଥାନାରେ ଲିଖିତ ଅଭିଯୋଗ କରି…

ଦାରିଙ୍ଗବାଡ଼ି,୧ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁଠାରେ ବିଏସ୍‌ଏନ୍‌ଏଲ ନେଟ୍‌ଓ୍ବର୍କ ବାରମ୍ବାର ଅଚଳ ହେଉଥିବା ବେଳେ ଗତ ୩୦ ମଧ୍ୟ ରାତ୍ରରୁ ସମ୍ପୂର୍ଣ୍ଣ ଅଚଳ ହୋଇଥିଲେ…

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri