ଜଙ୍ଗଲ ବିବାଦରେ ୭ ରେଳ ପ୍ରକଳ୍ପ

ଯାଜପୁର ଅଫିସ, ୨୨।୧୧: ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ, ଗଛ ସଂଖ୍ୟା ନିରୂପଣ, ଗଛକଟା ବାବଦ କ୍ଷତିପୂରଣ, ଫରେଷ୍ଟ ରାଇଟ୍‌ ଆକ୍ଟ (ଏଫ୍‌ଆର୍‌ଏ) ସାର୍ଟିଫିକେଟ, ବନ୍ୟଜନ୍ତୁ ଇତ୍ୟାଦି ଷ୍ଟେଜ-୧ ଜଙ୍ଗଲ ବିବାଦ ଯୋଗୁ ଓଡ଼ିଶାର ୭ଟି ରେଳ ପ୍ରକଳ୍ପର ଅଗ୍ରଗତି ନୈରାଶ୍ୟଜନକ ରହିଛି। ସେଥିମଧ୍ୟରୁ ଖୋର୍ଦ୍ଧାରୋଡ୍‌-ବଲାଙ୍ଗୀର ରେଳଲାଇନ୍‌, ତାଳଚେର-ବିମଳାଗଡ଼ ନୂତନ ଲାଇନ୍‌, ସମ୍ବଲପୁର-ତାଳଚେରରୋଡ୍‌ ରେଳଲାଇନ ଦୋହରୀକରଣ, ଭଦ୍ରକ-ନିର୍ଗୁୁଣ୍ଡି ୩ୟ ଲାଇନ୍‌, ଯାଜପୁର ଜିଲାର ଯଖପୁରା-ଜରୋଲି ରେଳଲାଇନ ଦୋହରୀକରଣ, ବିଜୟନଗରମ୍‌-ଟିଟିଲାଗଡ଼ ୩ୟ ଲାଇନ୍‌ ଏବଂ ସାଲେଗାଓଁ-ବୁଢାପଙ୍କ ମଧ୍ୟରେ ୩ୟ ଓ ୪ର୍ଥ ଲାଇନ୍‌ ପ୍ରକଳ୍ପ ରହିଛି।

ଜଙ୍ଗଲ ଜମି ବିବାଦର ସମାଧାନ ପାଇଁ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଭିନ୍ନ ସମୟରେ ବୈଠକ କରି ସମୀକ୍ଷା ହେଉଥିଲେ ମଧ୍ୟ ସୁଫଳ ମିଳୁନି। ଜଙ୍ଗଲ ଜମିକୁ ଅଣ ଜଙ୍ଗଲ ଜମିରେ ପରିବର୍ତ୍ତନ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ୧୦ ବର୍ଷ ହେଲା ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟରେ ପଡ଼ି ରହିଛି। କେବଳ କେନ୍ଦ୍ର ସରକାର ନୁହେଁ, ରାଜ୍ୟ ସରକାରଙ୍କ ଅଧୀନ ବନ ବିଭାଗ ଅଧିକାରୀଙ୍କ ଅବହେଳା ଯୋଗୁ ଉପରୋକ୍ତ ରେଳ ପ୍ରକଳ୍ପଗୁଡିକର ସଫଳତା ହାର ପରାହତ ହେଉଛି।
୧୯୯୪-୯୫ ଆର୍ଥିକ ବର୍ଷରେ ଖୋର୍ଦ୍ଧାରୋଡ-ବଲାଙ୍ଗୀର ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିଥିଲା। ଦୀର୍ଘ ୨୫ ବର୍ଷ ହେବ ଏହି ପ୍ରକଳ୍ପ ଜମି ଅଧିଗ୍ରହଣ ଓ ଜଙ୍ଗଲ ଜମି ବିବାଦ ଯୋଗୁ ପୂର୍ଣ୍ଣତା ଲାଭ କରି ପାରିନାହିଁ। ସମ୍ପ୍ରତି ଏହି ପ୍ରକଳ୍ପରେ ୩ଟି ପର୍ଯ୍ୟାୟରେ ୧୭୭ କି.ମି. ଜଙ୍ଗଲ ଜମି ବିବାଦ ଲାଗି ରହିଛି। ପ୍ରକଳ୍ପର ୧୧୨ରୁ ୧୮୦ କି.ମି. ମଧ୍ୟରେ ଥିବା ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ କରିବାକୁ ୧୫ା୬ା୨୦୧୦ରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ପ୍ରସ୍ତାବ ଦିଆଯାଇଥିଲା। ତାହାକୁ ମନ୍ତ୍ରଣାଳୟ ପକ୍ଷରୁ ଝୁଲାଇ ରଖାଯାଇଛି। ସେହିପରି ପ୍ରକଳ୍ପ ଆଗରେ ପ୍ରତିବନ୍ଧକ ଥିବା ଅନ୍ୟ ଜଙ୍ଗଲ ବିବାଦ ନୟାଗଡ଼ ଓ ବୌଦ୍ଧ ଡିଏଫ୍‌ଓ ଅଧୀନରେ ଅସମାହିତ ରହିଛି। ଗଛ ସଂଖ୍ୟା ନିରୂପଣ ହୋଇସାରିଥିବାବେଳେ ୮ା୨ା୨୦୨୦ରେ ନୟାଗଡ଼ ଡିଏଫ୍‌ଓଙ୍କ ନିକଟରେ ଏବଂ ୧୮ା୬ା୨୦୨୦ରେ ବୌଦ୍ଧ ଡିଏଫ୍‌ଓଙ୍କ ନିକଟରେ ଦସ୍ତଖତ ପାଇଁ ଦାଖଲ କରାଯାଇଛି। ଗଛକଟା ଅଟକଳ ସଂକ୍ରାନ୍ତ ବିଷୟ ବୌଦ୍ଧ ଓ ନୟାଗଡ଼ ଜିଲାପାଳଙ୍କ ମଞ୍ଜୁରୀ ଅପେକ୍ଷାରେ ରହିଛି। କମ୍ପେନସେଟୋରି ଆଫରେଷ୍ଟେସନ(ସିଏ) ବା ବନୀକରଣ କ୍ଷତିପୂରଣ ପାଇଁ ଜମି ଚିହ୍ନଟ ପ୍ରସ୍ତାବ ମଧ୍ୟ ନୟାଗଡ଼ ଡିଏଫ୍‌ଓଙ୍କ ନିକଟରେ ୨ା୯ା୨୦୨୦ ଓ ବୌଦ୍ଧ ଡିଏଫ୍‌ଓଙ୍କ ନିକଟରେ ୨୮ା୮ା୨୦୨୦ରୁ ପଡ଼ିରହିଛି। ବନ୍ୟଜନ୍ତୁ ଅନୁମୋଦନ ପ୍ରସ୍ତାବ (ୱାଇଲ୍ଡଲାଇଫ୍‌ କ୍ଲିୟରାନ୍ସ ପ୍ରପୋଜାଲ) ମଧ୍ୟ ବୌଦ୍ଧ ଓ ନୟାଗଡ଼ ଡିଏଫ୍‌ଓଙ୍କ ନିକଟରେ ୧୯ା୨ା୨୦୨୦ରେ ଦାଖଲ ହୋଇସାରିଛି। ଅନୁରୂପ ଭାବେ ଏହି ପ୍ରକଳ୍ପର ୧୮୦ରୁ ୨୩୮ କିମି ପର୍ଯ୍ୟନ୍ତ ଷ୍ଟେଜ-୧ କ୍ଲିୟରାନ୍ସ ଓ କାର୍ଯ୍ୟ ଅନୁମତି ଅଟକି ରହିଛି। ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ ପ୍ରସ୍ତାବ ୨୪ା୩ା୨୦୧୮ରେ ଦାଖଲ ହୋଇଥିବାବେଳେ ଗଛ ସଂଖ୍ୟା ନିରୂପଣ ବୌଦ୍ଧ ଡିଏଫ୍‌ଓଙ୍କ ନିକଟରେ ପଡ଼ିଛି। ଏହାସହ ଗଛକଟା ବାବଦ ଅଟକଳ ବୌଦ୍ଧ ଜିଲାପାଳଙ୍କ ମଞ୍ଜୁରୀ ଅପକ୍ଷାରେ ରହିଛି। ଏହି ପ୍ରକଳ୍ପର ୨୩୮ରୁ ୨୮୯ କିମି ମଧ୍ୟରେ ବନ୍ୟଜନ୍ତୁ ଅନୁମୋଦନ ପ୍ରସ୍ତାବ ଓ ଷ୍ଟେଜ-୨ର ଅନୁମୋଦନ ଅପେକ୍ଷାରେ ରହିଛି। ଉପରୋକ୍ତ ଅବସ୍ଥାକୁ ଅବଲୋକନ କଲେ ବଲାଙ୍ଗୀର-ଖୋର୍ଦ୍ଧା ରେଳପ୍ରକଳ୍ପ କାର୍ଯ୍ୟକାରୀ ହେବାରେ ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତା ନ ଥିବା ଜଳଜଳ ହୋଇ ଦିଶୁଛି। ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଏଭଳି କାର୍ଯ୍ୟକୁ ଉଚ୍ଚ କର୍ତ୍ତୃପକ୍ଷ ହାଲୁକାରେ ନେଉଥିବାରୁ ପ୍ରକଳ୍ପ ଉପରେ ନିର୍ଭର କରୁଥିବା ଲକ୍ଷାଧିକ ଲୋକଙ୍କ ସ୍ବପ୍ନ ମଉଳି ଯାଉଛି ବୋଲି କୁହାଯାଉଛି।
ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ ଗଛକଟା ଏବଂ ଏହାର କ୍ଷତିପୂରଣକୁ ନେଇ ଅଟକିଛି। ଅନୁଗୋଳ ଡିଏଫ୍‌ଓଙ୍କ ଅଧୀନରେ ୫୫୧୦, ଦେବଗଡ଼ ଡିଏଫ୍‌ଓଙ୍କ ଅଧୀନରେ ୨୦,୫୯୩, ବଣାଇ ଡିଏଫଓଙ୍କ ଅଧୀନରେ ୩୩୭୫, ରାଉରକେଲା ଡିଏଫ୍‌ଓଙ୍କ ଅଧୀନରେ ୧୨୫୬ ଗଛ କଟାଯାଇଛି। ଏନେଇ କ୍ଷତିପୂରଣ ଦାବିରେ ଅନୁଗୋଳ ଜିଲା ଗାହମ ଗ୍ରାମର ବନ ସୁରକ୍ଷା ସମିତି ୩୩.୭୦୦-୩୪.୪୫୦ କି.ମି. ମଧ୍ୟରେ ଉନ୍ନୟନ ଓ ବ୍ରିଜ୍‌ କାର୍ଯ୍ୟକୁ ବିରୋଧ କରି ଆସୁଛନ୍ତି। ଏନେଇ ଅନୁଗୋଳ ଜିଲାପାଳଙ୍କ ସହିତ ଆଲୋଚନ ହୋଇଛି। କିନ୍ତୁ ଗାହାମ ଗ୍ରାମବାସୀଙ୍କୁ କ୍ଷତିପୂରଣ ପ୍ରଦାନରେ ବିଳମ୍ବ ହେଉଥିବାରୁ ଏହି ପ୍ରକଳ୍ପ ଅଧାପନ୍ତରିଆ ହୋଇପଡ଼ିଛି।
ସମ୍ବଲପୁର-ତାଳଚେରରୋଡ୍‌ ରେଳଲାଇନ ଦୋହରୀକରଣ ପ୍ରସ୍ତାବ ଷ୍ଟେଜ-୧ କ୍ଲିୟରାନ୍ସ ପ୍ରକ୍ରିୟାରେ ଅଟକିଛି। ୨ା୧୨ା୨୦୧୬ରୁ ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ କରିବାକୁ ଆବେଦନ ହୋଇଛି। ଆଠମଲ୍ଲିକ ଡିଏଫ୍‌ଓଙ୍କ ଅଧୀନରେ ୪୭ ହେକ୍ଟର ଡିଗ୍ରେଡେଡ୍‌ ଜଙ୍ଗଲ ଜମି ଓ ୨୯ ହେକ୍ଟର ସରକାରୀ, ଗୋଚର, ରାଜସ୍ବ ଜଙ୍ଗଲ ଜମି ଚିହ୍ନଟ ହୋଇଛି। ହେଲେ ଏଯାଏ ସିଏ ପ୍ରକ୍ରିୟା ଆରମ୍ଭ ହୋଇ ନଥିବାରୁ ଏହି ପ୍ରକଳ୍ପ କାର୍ଯ୍ୟ ମଧ୍ୟ ଅଟକିଛି।
ଭଦ୍ରକ-ନିର୍ଗୁଣ୍ଡି ୩ୟ ଲାଇନ ପ୍ରକଳ୍ପ ୨୦ା୨ା୨୦୨୦ରେ ଷ୍ଟେଜ-୧ ଗ୍ରହଣ କରାଯାଇ ୨ା୬ା୨୦୨୦ ତାରିଖରେ କାର୍ଯ୍ୟ ଅନୁମତି ପାଇଁ ଆବେଦନ ହୋଇଛି, ଯାହାକି ଅପେକ୍ଷାରେ ରହିଛି। ବନ୍ୟଜନ୍ତୁ ପରିଚାଳନା ପାଇଁ ୧୯ା୫ା୨୦୨୦ରେ ପିସିସିଏଫ୍‌ କାର୍ଯ୍ୟାଳୟରେ ଦାଖଲ ହୋଇଛି। ଅନୁଗୋଳ ଆର୍‌ସିସିଏଫ୍‌ଙ୍କ ଦ୍ୱାରା ୪ା୯ା୨୦୨୦ରେ ତଦନ୍ତ କାର୍ଯ୍ୟ ଶେଷ ହୋଇଛି।
ସାଲେଗାଓଁ ଏବଂ ବୁଢାପଙ୍କ ରେଳଲାଇନ ମଧ୍ୟରେ ୩ୟ ଓ ୪ର୍ଥ ଲାଇନର ଷ୍ଟେଜ-୧ ଅନୁମୋଦନ ପାଇଁ ୧୯ା୬ା୨୦୧୮ରେ ପ୍ରସ୍ତାବ ଦାଖଲ ହୋଇଥିଲା। ତେବେ ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ କରିବାକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟକୁ ୪ା୩ା୨୦୨୦ରେ ଆବେଦନ ହୋଇଥିଲା। ତେବେ ପ୍ରସ୍ତାବକୁ ଅସମ୍ପୂର୍ଣ୍ଣ ଦର୍ଶାଇ ଅନେକ ସ୍ପଷ୍ଟୀକରଣ ରାଜ୍ୟ ବନ ବିଭାଗ ନିକଟରେ ଦେବାକୁ ୧୬ା୪ା୨୦୨୦ରେ ରିଜିଓନାଲ ଏମ୍‌ପାୱାର କମିଟି(ଆର୍‌ଇସି) ଫେରାଇ ଦେଇଥିଲା। ରେଲଓ୍ବେ ୫ା୬ା୨୦୨୦ରେ ଆବଶ୍ୟକ ସ୍ପଷ୍ଟୀକରଣ ଦେଇ ପ୍ରସ୍ତାବକୁ ଡିଏଫ୍‌ଓଙ୍କ ନିକଟରେ ଦାଖଲ କରିଥିଲା। ପୁଣି କେତେକ ପ୍ରଶ୍ନ ସହ ପ୍ରସ୍ତାବ ଫେରି ଆସିବାରୁ ୩ା୯ା୨୦୨୦ରେ ରେଲଓ୍ବେ ଚୂଡାନ୍ତ ପ୍ରସ୍ତାବ ଦାଖଲ କରିଛି। ଏହି ପ୍ରସ୍ତାବକୁ ପିସିସିଏଫ୍‌ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟରେ ଦାଖଲ କରିବା କଥା। କିନ୍ତୁ ତାହା ହୋଇନାହିଁ। ଅନ୍ୟପକ୍ଷେ ବନ୍ୟଜନ୍ତୁ ଅନୁମୋଦନ ପ୍ରସ୍ତାବ ଢେଙ୍କାନାଳ ଡିଏଫଓଙ୍କ ନିକଟରେ ୨୦୧୮ ସେପ୍ଟେମ୍ବରରେ ଦାଖଲ ହୋଇଛି। ଅଣଜଙ୍ଗଲ ଜମିରେ ଗଛ କଟିବା ପ୍ରସ୍ତାବ ମଧ୍ୟ ଢେଙ୍କାନାଳ ଡିଏଫ୍‌ଓଙ୍କ ନିକଟରେ ୧୪ା୩ା୨୦୨୦ ଏବଂ ୧ା୬ା୨୦୨୦ ଏବଂ ଆଠଗଡ ଡିଏଫଓଙ୍କ ନିକଟରେ ୧୬ା୧ା୨୦୨୦ ଓ ୧ା୬ା୨୦୨୦ରେ ଦାଖଲ ହୋଇଛି।
ଯଖପୁରା-ଜରୋଲି ରେଳଲାଇନ ଦୋହରୀକରଣ ପ୍ରସ୍ତାବ ଷ୍ଟେଜ-୧ ଅନୁମୋଦନରେ ଅଟକିଛି। ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ ପ୍ରସ୍ତାବ ୧୯ା୧୧ା୨୦୨୯ରେ ଅନ୍‌ଲାଇନରେ ଦାଖଲ ହୋଇଥିବାବେଳେ ତାହା ୧୫ା୭ା୨୦୨୦ରେ ଫେରି ଆସିଛି। ପୁଣି ଏହି ପ୍ରସ୍ତାବକୁ ଦାଖଲ ପ୍ରକ୍ରିୟା ଚାଲିଛି।
ଟିଟିଲାଗଡ-ବିଜୟନଗରମ ରେଳ ପ୍ରକଳ୍ପରେ ୩ୟ ଲାଇନ ପ୍ରସ୍ତାବ ମଧ୍ୟ ଷ୍ଟେଜ-୧ରେ ରହିଛି। ୧୪.୩୬୪ ହେକ୍ଟର ଜଙ୍ଗଲ ଜମିକୁ ଅଣଜଙ୍ଗଲ ଜମିରେ ପରିବର୍ତ୍ତନ କରିବାକୁ ୨୪ା୮ା୨୦୧୮ରେ ପ୍ରସ୍ତାବ ଦିଆଯାଇଛି। ଓଡ଼ିଶା ଭିତରୁ ୩୮୬୯ ଗଛରୁ ୩୧୫୧ ଗଛ କଟାଯାଇଛି। ବାକି ୭୧୮ଟି ଗଛ କାଟିବାକୁ ରହିଛି। ସେହିପରି ଆନ୍ଧ୍ରପ୍ରଦେଶରୁ ୨୭୩ଟି ଗଛ କଟାଯାଇଥିବାବେଳେ ୭୧୩ ଗଛ ରହିଛି। ଏହି ସ୍ଥିତିରେ ଏହି ପ୍ରକଳ୍ପ ଅଟକିଥିବା ସୂଚନା ମିଳିଛି।
ଆସନ୍ତା ୨୩ ତାରିଖରେ ଉପରୋକ୍ତ ଜଙ୍ଗଲ ବିବାଦଗୁଡିକର ସମାଧାନ ପାଇଁ ଏକ ସମୀକ୍ଷା ବୈଠକର ଆୟୋଜନ କରାଯାଉଛି। ଏଥିରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅଧ୍ୟକ୍ଷତା କରି ପୂର୍ବତଟ ରେଲୱେ ଡିଭିଜନ ଏବଂ ଆରଭିଏନ୍‌ଏଲ(ରେଳ ବିକାଶ ନିଗମ ଲିଃ) ଅଧୀନ ପ୍ରକଳ୍ପଗୁଡିକର ସମୀକ୍ଷା କରିବେ। ଫଳରେ ଦୀର୍ଘଦିନ ଧରି ଲାଗି ରହିଥିବା ଜଙ୍ଗଲ ଜମି ବିବାଦର ସ୍ଥାୟୀ ସମାଧାନ ବାଟ ଫିଟିବ ବୋଲି ଆଶା କରାଯାଉଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଫାଇନାଲ ପରୀକ୍ଷା ଦେବାକୁ ଯାଇ ଯୁକ୍ତ ୨ ଛାତ୍ରୀ ନିଖୋଜ, ଜଣେ ଯୁବକ ଅପହରଣ କରିନେଇଥିବା ନେଇ…

ଗଜପତି,୧୦।୨ (ଗିରିଧାରୀ ପରିଛା)-ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡି ସହରର ଆଦର୍ଶ ଥାନା ସମ୍ମୁଖ ମାଧିକା ସାହିର ଜଣେ ଯୁକ୍ତ ଦୁଇ ଛାତ୍ରୀ ନିଖୋଜ ଥିବା ବେଳେ ତାଙ୍କୁ…

ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ବିବାଦ ଘନେଇଲା,ତହସିଲଦାରଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୧୦। ୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମରେ ଥିବା ଇଣ୍ଡିଆନ୍ ଓଭରସିଜ ବ୍ୟାଙ୍କ ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତରକୁ ନେଇ ଗ୍ରାମର ଦୁଇ…

ଝଡାଫୁଙ୍କା ବାହାନାରେ ନାବାଳିକାଙ୍କୁ ବଳାତ୍କାର, ସୋନପୁର ଜେଲକୁ ଗଲେ…

ଡୁଙ୍ଗୁରିପାଲି, ୧୦ା୨(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ରାମପୁର ଥାନା ଅଞ୍ଚଳରେ ଝଡାଫୁଙ୍କା ବାହାନା କରି ଜଣେ ମାନସିକ ବିକାରଗ୍ରସ୍ତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ ହୋଇଛି। ପୀଡିତା…

ଖୁଣ୍ଟାପୁର ଗ୍ରାମରେ ଡକାୟତି: ଫେରାର ହେବାକୁ ଉଦ୍ୟମ ବେଳେ ଜଣଙ୍କୁ ମାଡ଼ି ବସି ନିର୍ଧୁମ ଛେଚିଲେ ଗ୍ରାମବାସୀ, ପୋଲିସ…

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଥାନା ଅର୍ନ୍ତଗତ ଖୁଣ୍ଟାପୁର ଗ୍ରାମରେ ମଙ୍ଗଳବାର ସା ୭.୩୦ ସମୟରେ ୬ ଜଣ ଦୁର୍ବୃତ୍ତ ଡକାୟତି ଉଦ୍ଦେଶ୍ୟରେ ଚିନ୍ମୟ ମିଶ୍ରଙ୍କ…

୧୭ରେ ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘ ନିର୍ବାଚନ: ନାମାଙ୍କନ କଲେ ୩୬ ପ୍ରାର୍ଥୀ…

ଛତ୍ରପୁର,୧୦ା୧୦ (ଦିଲୀପ ସାମଲ)-ଗଞ୍ଜାମ ପୋଲିସ ଜିଲା ହାବିଲଦାର ଓ କନଷ୍ଟେବଲ ସଂଘର କର୍ମକର୍ତ୍ତା ନିର୍ବାଚନ ଫେବୃଆରୀ ୧୭ ତାରିଖରେ ଅନୁଷ୍ଠିତ ହେବ। ସଂଘର ବିଭିନ୍ନ ପଦ ପଦବୀ…

ଶକ୍ତି ଉତ୍ତୋଳନରେ ରାୟଗଡ଼ା ଜିଲା କ୍ରୀଡ଼ାବିତ୍‌ଙ୍କ ବାଜିମାତ୍‌: ୩ଦିନରେ ୫ ସ୍ୱର୍ଣ୍ଣ, ୪ ରୌପ୍ୟ ଏବଂ ଗୋଟିଏ କାଂସ୍ୟ ପଦକ…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)- ଓଡ଼ିଶା ଶକ୍ତି ଉତ୍ତୋଳନ ସଂଘ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ବିଦ୍ୟାଳୟଠାରେ ୬ରୁ ୮ ତାରିଖ ତିନିଦିନିଆ ୩୨ତମ ରାଜ୍ୟ ଶକ୍ତି…

ରାୟଗଡ଼ା କୋର୍ଟରେ ହାଜର ହେଲେ ମାଓବାଦୀ ନେତା ଆଜାଦ୍‌: ବନ୍ଧୁକ ମୁନରେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର…

ରାୟଗଡ଼ା,୧୦।୨(ଆଶିଷ ରଞ୍ଜନ ପଣ୍ଡା)-ନାବାଳିକାଙ୍କୁ ବଳାତ୍କାର ଓ ନିର୍ଯାତନା ଅଭିଯୋଗ ମାମଲାରେ ମାଓବାଦୀ ନେତା ଆଜାଦ୍‌ ଓରଫ୍‌ ଦୁନା କେଶବ ରାଓ ମଙ୍ଗଳବାର ରାୟଗଡ଼ା ପୋକ୍‌ସୋ କୋର୍ଟରେ ହାଜର…

ଯାଜପୁରରେ କୃମି ଔଷଧ ଖାଇ ୩୮ ଛାତ୍ରୀଛାତ୍ର ଅସୁସ୍ଥ

କଳିଙ୍ଗନଗର,୧୦।୨(ଶୁଭାଶିଷ ରାଉତ): ଯାଜପୁର ଜିଲା କୋରେଇ ବ୍ଲକ ଅନ୍ତର୍ଗତ ପଥରପଦା ପଞ୍ଚାୟତର ଓଚିନ୍ଦା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜାତୀୟ କୃମି ନାଶକ ଦିବସ ଅବସରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri