ଶେଷ ଦିନରେ ନିବେଶକ ଯୋଡ଼ିଲେ ୭ ଲକ୍ଷ କୋଟି

ମୁମ୍ବାଇ,୨୩।୧୧: ଅନ୍ତରାଷ୍ଟ୍ରୀୟ ସମସ୍ୟା ଓ ଭୂ-ରାଜନୈତିକ ଘଟଣାବଳୀ ମଧ୍ୟରେ ଭାରତୀୟ ପୁଞ୍ଜି ବଜାର କାରବାର ବେଶ ଉତ୍ସାହଜନକ ରହିଛି। ଏପରିକି ଘରୋଇ ଶେୟାର ବଜାରର ନିବେଶକ ଚଳିତ ସପ୍ତାହର ଶେଷ କାରବାର ଦିବସରେ ୭ ଲକ୍ଷ କୋଟିରୁ ଅଧିକ ଟଙ୍କାର ନିବେଶ ଯୋଗ କରିଛନ୍ତି। ପୂର୍ବ କାର୍ଯ୍ୟ ଦିବସର କାରବାର ଶେଷ ସୁଦ୍ଧା ଭାରତୀୟ ପୁଞ୍ଜି ବଜାରର ପରିମାଣ ପ୍ରାୟ ୪୨୫.୪ ଲକ୍ଷ କୋଟି ଥିଲା। ଶୁକ୍ରବାରର କାରବାର ଶେଷ ସୁଦ୍ଧା ଶେୟାର ବଜାରର ନିବେଶକମାନେ ୭.୩ ଲକ୍ଷ କୋଟି ଯୋଗ କରିବାରୁ ଚଳିତ ସପ୍ତାହର ଶେଷ କାରବାର ଦିବସ ଶେଷ ସୁଦ୍ଧା ବଜାର ପୁଞ୍ଜି ୪୩୨.୭ ଲକ୍ଷ କୋଟିରେ ପହଞ୍ଚତ୍ଛି।
ଉଲ୍ଲେଖଯୋଗ୍ୟ, ଚଳିତ ସପ୍ତାହର ଶେଷ କାରବାର ଦିବସରେ ଉଭୟ ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ) ଏବଂ ନ୍ୟାଶନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ର କାରବାର ବେଶ ଉତ୍ସାହଜନକ ରହିଛି। ଫଳରେ ୩୦ ଶେୟାର ବିଶିଷ୍ଟ ବିଏସଇ ସେନସେକ୍ସର କାରବାର ୨.୫୪% ବୃଦ୍ଧି ସହ ୭୯,୦୦୦ ଅଙ୍କ ଅତିକ୍ରମ କରିଥିଲାବେଳେ ନିଫ୍ଟି ୫୦ କାରବାରରେ ୫୫୭.୩୫ ପଏଣ୍ଟ ବଢି ୨୪,୦୦୦ଅଙ୍କର ନିକଟବର୍ତ୍ତୀ ହୋଇଛି।
ଅପରପକ୍ଷରେ ବିଏସଇ ମିଡକ୍ୟାପର କାରବାରରେ ୧.୨୬% ବୃଦ୍ଧି ଘଟିଥିଲାବେଳେ ସ୍କଲକ୍ୟାପର କାରବାର ୦.୯୦% ବଢିଛି। ଏପରିକି ନିଫ୍ଟି ମିଡକ୍ୟାପ କାରବାରରେ ୧.୧୬% ବୃଦ୍ଧି ଘଟି ୫୫,୦୧୬.୮୫ ଅଙ୍କରେ ରହିଥିଲାବେଳେ ସ୍ମଲକ୍ୟାପର କାରବାର ୦.୯୦% ବଢି ୮୫୮୯.୭୦ ଅଙ୍କ ଏବଂ ବ୍ୟାଙ୍କିଙ୍ଗ କାରବାରରେ ୭୬୨.୫୦ ପଏଣ୍ଟ ବଢି ୫୧,୧୩୫.୪୦ ଅଙ୍କରେ ରହିଛି। ସେହିଭଳି ସେକ୍ଟରିଆଲ କାରବାରରେ ଉଭୟ ରାଷ୍ଟ୍ରାୟତ ଏବଂ ଘରୋଇ ବ୍ୟାଙ୍କ ସମେତ ଆଇଟି, ମେଟାଲ, ଅଟୋ,ଏଫଏମସିଜି ଏବଂ ଫାଇନାନ୍ସ ଶିଳ୍ପର ନିବେଶକମାନେ ପ୍ରାୟ ୨ରୁ ୪%ର ନିବେଶ ବୃଦ୍ଧି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

ବିଧାୟକଙ୍କ ସ୍ବୀକାର, ସରକାର ନିର୍ବିକାର: ବିକ୍ରି ହୋଇପାରିନି ପଞ୍ଜୀକରଣରୁ ବାଦ୍‌ ପଡ଼ିଥିବା ଚାଷୀଙ୍କ ଧାନ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଆଉ ମାସକ ପରେ ରବିଧାନ ଅମଳ ହେବ। ଫଳରେ ରବି ଧାନବିକ୍ରି ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଛି। କିନ୍ତୁ ଗତ…

ଦେଶୀ ବନ୍ଧୁକ ଜବତ, ଜଣେ ଗିରଫ

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ତଥା କୁଣ୍ଢେଇଗୋଳା ଥାନା ପୋଲିସ ରବିବାର ଉକ୍ତ ଥାନା ଅନ୍ତର୍ଗତ ଧଉରାଖମଣ ଗ୍ରାମର କେଶବ ହେମ୍ରମ (୩୦)…

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri