Posted inଜାତୀୟ

ଆଦାନୀ ଲାଞ୍ଚ: ତଦନ୍ତ ଆରମ୍ଭ କରିନି ସେବି

ମୁମ୍ବାଇ,୨୩ା୧୧:୬୨ ବର୍ଷୀୟ ବିଲିୟନେୟାର ଗୌତମ ଆଦାନୀ, ତାଙ୍କ ପୁତୁରା ସାଗର ଆଦାନୀ ଏବଂ କମ୍ପାନୀର ଏକ୍‌ଜିକ୍ୟୁଟିଭ୍‌ମାନେ ନିଜର ଆଦାନୀ ଗ୍ରୁପ୍‌ ଅଧୀନ ଏକ ଅକ୍ଷୟ ଶକ୍ତି କମ୍ପାନୀକୁ ସୌରଶକ୍ତି କଣ୍ଟ୍ରାକ୍ଟ କରାଇଦେବା ପାଇଁ ଓଡ଼ିଶା ସମେତ ୬ ରାଜ୍ୟର ଅଧିକାରୀମାନଙ୍କୁ ୨୬୫ ନିୟୁତ ଡଲାର (ପ୍ରାୟ ୨,୨୦୦ କୋଟି ଟଙ୍କା) ଲାଞ୍ଚ ଦେଇଥିଲେ। ଆମେରିକାରେ ଲାଞ୍ଚ ମାମଲାର ତଦନ୍ତ ବେଳେ ଆଦାନୀ ଗ୍ରୀନ୍‌ ଏନର୍ଜି ପକ୍ଷରୁ ପର୍ଯ୍ୟାପ୍ତ ତଥ୍ୟ ଦିଆଯାଇ ନ ଥିଲା ଏବଂ ସେଠାକାର ପୁଞ୍ଜିନିବେଶକାରୀଙ୍କୁ ବିଭ୍ରାନ୍ତ କରାଯାଇଥିଲା ବୋଲି ନ୍ୟାୟ ବିଭାଗ ଏବଂ ଇଷ୍ଟର୍ନ ଡିଷ୍ଟ୍ରିକ୍ଟ ଅଫ୍‌ ନ୍ୟୁୟର୍କ ପକ୍ଷରୁ ଦାଖଲ ଅଭିଯୋଗପତ୍ରରେ ଦର୍ଶାଯାଇଛି। ଏନେଇ ଗୌତମ, ସାଗର ଏବଂ ଅନ୍ୟ ୬ ଅଧିକାରୀଙ୍କ ବିରୋଧରେ ଆପରାଧିକ ମାମଲା ରୁଜୁହେବା ସହ ଗିରଫ ପରଓ୍ବାନା ଜାରି ହୋଇଛି। ଏହା ପରେ ଆଦାନୀ ଗ୍ରୀନ୍‌ ଏନର୍ଜି ଲିମିଟେଡ୍‌ର ବ୍ୟବସାୟିକ କାରବାର ଚର୍ଚ୍ଚାକୁ ଆସିଛି। ବମ୍ବେ ଷ୍ଟକ୍‌ ଏକ୍ସଚେଞ୍ଜ (ବିଏସ୍‌ଇ) ଏବଂ ନ୍ୟାଶନାଲ ଷ୍ଟକ୍ସ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ରେ ଆଦାନୀ ଗ୍ରୁପ୍‌ର ୧୦ କମ୍ପାନୀ ତାଲିକାଭୁକ୍ତ ହୋଇଥିବାରୁ ଦୁଇ ସଂସ୍ଥା ଏହା ଉପରେ ଚିନ୍ତା ପ୍ରକଟ କରିବା ସହ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଜରିଆରେ ଆଦାନୀ ଗ୍ରୁପ୍‌ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିବା କୁହାଯାଉଛି। ଆଦାନୀ ସମୂହ ସ୍ପଷ୍ଟୀକରଣ ଦେବା ପରେ ତାକୁ ସାର୍ବଜନୀନ କରାଯାଇପାରେ। ସେଥିରେ କୌଣସି ଅନିୟମିତାତା ଧରାପଡ଼ିଲେ ସେବି ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରିପାରେ ବୋଲି ସୂତ୍ରରୁ ଜଣାପଡ଼ିଛି।
ସୂତ୍ର ଆହୁରି ସ୍ପଷ୍ଟ କରିଛି ଯେ, କୌଣସି ତାଲିକାଭୁକ୍ତ କମ୍ପାନୀ ସିକ୍ୟୁରିଟି ଆଇନ ଉଲ୍ଳଂଘନ କଲେ ଆମେରିକୀୟ ବଜାର ନିୟନ୍ତ୍ରକ ସିକ୍ୟୁରିଟିଜ୍‌ ଆଣ୍ଡ୍‌ ଏକ୍ସଚେଞ୍ଚ କମିଶନ (ଏସ୍‌ଇସି)ର ଯେପରି କାର୍ଯ୍ୟାନୁଷ୍ଠାନ କ୍ଷମତା ରହିଛି, ଭାରତରେ ସେବିକୁ ସେଭଳି କ୍ଷମତା ଦିଆଯାଇନାହିଁ। ଏଠାରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଲାଞ୍ଚ କାରବାରର ତଦନ୍ତ କରିପାରିବ। ସେହିପରି ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତଦନ୍ତ କରୁଥିବାବେଳେ କମ୍ପାନୀ ଆଇନ ସମ୍ପର୍କିତ ପ୍ରସଙ୍ଗରେ ସିରିୟସ୍‌ ଫ୍ରଡ୍‌ ଇନ୍‌ଭେଷ୍ଟିଗେଶନ୍‌ ଅଫିସ (ଏସ୍‌ଏଫ୍‌ଆଇଓ) ତଦନ୍ତ କରିଥାଏ। ସିକ୍ୟୁରିଟିଜ୍‌ ଆଇନ ଉଲ୍ଲଂଘନ ହୋଇଥିବା ପ୍ରମାଣିତ ହେଲେ ସେବି ନିଜ ସୀମିତ ପରିଧି ଭିତରେ କାର୍ଯ୍ୟାନୁଷ୍ଠାନ ନେଇପାରିବ ବୋଲି ଜଣେ ବିଶେଷଜ୍ଞ ପ୍ରକାଶ କରିଛନ୍ତି। ତେବେ ବର୍ତ୍ତମାନ ଆମେରିକାରେ ବିଚାରାଧୀନ ଏକ ଲାଞ୍ଚ ମାମଲାରେ ସେବି କୌଣସି ନିୟାମକ ନିଷ୍କର୍ଷରେ ପହଞ୍ଚତ୍ପାରିବ ବୋଲି ଆଶା କରିବା ‘ଅପରିପକ୍ୱ’ ହେବ ବୋଲି ସେ କହିଛନ୍ତି।
ଆମେରିକାର ନ୍ୟାୟ ବିଭାଗ ଅଭିଯୋଗ ଆଣିଛି ଯେ, ଆଦାନୀ ଗ୍ରୀନ୍‌ ଏନର୍ଜି ସେଠାକାର ଏକ ତଦନ୍ତ ସମ୍ପର୍କିତ ବିଜ୍ଞପ୍ତିକୁ ଅଣଦେଖା କରି ବିଭ୍ରାନ୍ତିକର ବିବୃତି ଜାରି କରିଥିଲା। ଏହା ଆମେରିକାର ଦୁର୍ନୀତି ନିରୋଧୀ ଆଇନର ଉଲ୍ଲଂଘନ ହୋଇଥିବା ସତ୍ତ୍ୱେ ଆଦାନୀ ଗ୍ରୀନ୍‌ ଏନ୍‌ଏସ୍‌ଇ ଏବଂ ବିଏସ୍‌ଇରେ ଜାଲ୍‌ ଦସ୍ତାବିଜ ଦାଖଲ କରିଥିଲା। ଭାରତୀୟ ଷ୍ଟକ୍‌ ମାର୍କେଟରେ ଦାଖଲ ଲିଖିତ ଦସ୍ତାବିଜରେ ଦାବି କରାଯାଇଥିଲା ଯେ, ଆଦାନୀ ଗ୍ରୁପ୍‌ ଏବଂ ଇଣ୍ଡିଆନ୍‌ ଏନର୍ଜି କମ୍ପାନୀ ଆମେରିକା ସରକାରଙ୍କ ତଦନ୍ତ ନେଇ କୌଣସି ନୋଟିସ ପାଇନାହିଁ। ଅନ୍ୟପକ୍ଷେ ଏଭଳି ଅଭିଯୋଗକୁ ଆଦାନୀ ଗ୍ରୁପ୍‌ର ଜଣେ ପ୍ରତିନିଧି ଭିତ୍ତିହୀନ କହି ଖଣ୍ଡନ କରିଛନ୍ତି। ଅଭିଯୋଗ ପ୍ରମାଣିତ ନ ହେବା ଯାଏ କମ୍ପାନୀ ନିର୍ଦ୍ଦୋଷ। ସମସ୍ତ ସମ୍ଭାବ୍ୟ ଆଇନଗତ ବିକଳ୍ପର ସହାୟତା ନିଆଯିବ। ଅନ୍ୟପକ୍ଷେ ଲାଞ୍ଚ ଖବର ଆସିବା ପରେ ଗୁରୁବାର ଆଦାନୀ ଗ୍ରୁପ୍‌ର କମ୍ପାନୀଗୁଡ଼ିକର ଷ୍ଟକ୍ସ ମୂଲ୍ୟ ୨୩% ହ୍ରାସ ପାଇବାରୁ ଏହାର ପ୍ରଭାବରେ ଭାରତୀୟ ପୁଞ୍ଜିବଜାର ଧରାଶାୟୀ ହୋଇଯାଇଥିଲା। ଏହାସତ୍ତ୍ୱେ ଆଦାନୀ ଗ୍ରୁପ୍‌ ଷ୍ଟକ୍ସଗୁଡ଼ିକ ଶୁକ୍ରବାର ପୁନର୍ବାର ଉପରମୁହଁା ହେବାରୁ ବିଏସ୍‌ଇ ସେନ୍‌ସେକ୍ସ ପ୍ରାୟ ୨,୦୦୦ ପଏଣ୍ଟ ଉପରକୁ ଉଠିଛି ଏବଂ ନିଫ୍ଟି୫୦ ୨୩,୯୦୦ ମାର୍କକୁ ଛୁଇଁଛି। ଆଦାନୀ ଏଣ୍ଟରପ୍ରାଇଜେସ୍‌ର ପ୍ରଦର୍ଶନରେ ୨.୫% ଉନ୍ନତି ପରିଲକ୍ଷିତ ହୋଇଥିବାବେଳେ ଅମ୍ବୁଜା ସିମେଣ୍ଟ ୬% ଉଠିଛି। ଆଦାନୀ ଗ୍ରୀନ୍‌ ଏନର୍ଜି ୧% ଏବଂ ଆଦାନୀ ପୋଟର୍‌ସ ୨% ବଢ଼ିଛି।
ଉଲ୍ଲେଖଯୋଗ୍ୟ, ୨୦୨୩ ଜାନୁଆରୀ ୨୪ରେ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ନିଜ ଓ୍ବେବ୍‌ସାଇଟ୍‌ରେ ଏକ ଅନୁସନ୍ଧାନମୂଳକ ରିପୋର୍ଟ ପ୍ରକାଶକରି ଦର୍ଶାଇଥିଲା ଯେ, ଆଦାନୀ ଗ୍ରୁପ୍‌ ୧୭.୮ ଟ୍ରିଲିୟନ୍‌ ବା ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍‌ ଆମେରିକୀୟ ଡଲାର) ହେରଫେର କରିଛି।
ଉକ୍ତ କମ୍ପାନୀ ନିଜ ଷ୍ଟକ୍ସ ଏବଂ ଆକାଉଣ୍ଟରେ ଅନେକ ଦଶନ୍ଧି ଧରି ଏହି କାରସାଦି କରିଥିବା ନେଇ ୨ ବର୍ଷର ଯାଞ୍ଚ ଓ ଖୋଳତାଡ଼ ପରେ ପ୍ରମାଣ ମିଳିଥିବା ଏଥିରେ ଉଲ୍ଲେଖ କରାଯାଇଥିଲା। ଗୌତମ ଆଦାନୀ ଅସାଧୁ ଉପାୟରେ ଷ୍ଟକ୍‌ ମୂଲ୍ୟରେ ବୃଦ୍ଧି ଘଟାଇ ୩ ବର୍ଷ ମଧ୍ୟରେ ପ୍ରାୟ ୧୨୦ ବିଲିୟନ ଡଲାର ଠୁଳ କରିଥିବା ହିଣ୍ଡେନ୍‌ବର୍ଗ ନିଜ ପ୍ରଥମ ରିପୋର୍ଟରେ ଅଭିଯୋଗ ଆଣିଥିଲା। ଏହା ପରେ ୨୦୨୪ ଅଗଷ୍ଟ ୧୦ରେ ହିଣ୍ଡେନ୍‌ବର୍ଗ ୨.୦ ରିପୋର୍ଟ ପ୍ରଘଟ ହୋଇଥିଲା। ୨୦୧୭ ଏପ୍ରିଲରୁ ମାଧବୀ ସେବିର ପୂର୍ଣ୍ଣକାଳୀନ ସଦସ୍ୟା ଥିବାବେଳେ ୨୦୨୨ ମାର୍ଚ୍ଚ ୧୭ରେ ଏହାର ଅଧ୍ୟକ୍ଷା ନିଯୁକ୍ତ ହୋଇଥିଲେ। ଅଧ୍ୟକ୍ଷ ପଦ ଗ୍ରହଣ ପୂର୍ବରୁ ମାଧବୀ ତାଙ୍କ ସ୍ବାମୀ ଧବଳ ବୁଚ୍‌ ବିଦେଶରେ କେତେକ ଜାଲ୍‌ କମ୍ପାନୀ ଖୋଲିଥିଲେ। ଉକ୍ତ କମ୍ପାନୀଗୁଡ଼ିକ ଜରିଆରେ ବୁଚ୍‌ ଦମ୍ପତି ବିପୁଳ ଅର୍ଥ ଲାଭ କରିଥିଲେ। ମାଧବୀ ଧରା ନ ପଡ଼ିବା ପାଇଁ ନିଯୁକ୍ତିର ୨ ସପ୍ତାହ ପୂର୍ବରୁ ଉକ୍ତ କମ୍ପାନୀଗୁଡ଼ିକରେ ଥିବା ନିଜ ସମସ୍ତ ଶେୟାରକୁ ସ୍ବାମୀଙ୍କୁ ହସ୍ତାନ୍ତର କରିଥିଲେ। ଏହି କମ୍ପାନୀ ଆଦାନୀ ଗ୍ରୁପ୍‌ ସହ ସମ୍ପୃକ୍ତ ଥିବାରୁ ଗୌତମ ଆଦାନୀଙ୍କ ବିରୋଧରେ ମାଧବୀ କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲେ ବୋଲି ହିଣ୍ଡେନ୍‌ବର୍ଗ ନିଜ ଦ୍ୱିତୀୟ ରିପୋର୍ଟରେ ପ୍ରଘଟ କରିଥିଲା। ଦୁଇଟି ଯାକ ପ୍ରଘଟ ପରେ କଂଗ୍ରେସ ସମେତ ବିରୋଧୀ ଦଳଗୁଡ଼ିକ ଆଦାନୀ ଦୁର୍ନୀତିର ଯୁଗ୍ମ ସଂସଦୀୟ କମିଟି (ଜେପିସି) ତଦନ୍ତ ଦାବି କରିଥିଲେ ହେଁ ବର୍ତ୍ତମାନ ସୁଦ୍ଧା ଏଭଳି ତଦନ୍ତ କରାଯାଇ ନାହିଁ। ଅନ୍ୟପକ୍ଷେ ଆଦାନୀ ଦୁର୍ନୀତିର ତଦନ୍ତ ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ସେବି ଗୌତମ ଆଦାନୀଙ୍କ କମ୍ପାନୀକୁ କ୍ଲିନ୍‌ଚିଟ୍‌ ଦେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?