ସଡ଼କ ପାଇଁ ୭ ଦଶନ୍ଧିର ସଂଘର୍ଷ

ପରଜଙ୍ଗ, ୨୭।୭(ଡି.ଏନ୍‌.ଏ.) – ବନ ବିଭାଗର କଟକଣା ଓ କଡ଼ା ନିୟମ ଆଗରେ ଆଣ୍ଠେଇ ପଡ଼ିଛି ବିକାଶ। ଜଟିଳ ଆଇନଗତ ପ୍ରକ୍ରିୟା ପାଇଁ ଦୀର୍ଘ ୬୯ବର୍ଷ ହେଲା ଗଁାକୁ ନିର୍ମାଣ ହୋଇପାରୁନି ସାମାନ୍ୟ ସଡ଼କଟିଏ। ଏଥିପାଇଁ ପ୍ରତିବାଦ କି ଆନ୍ଦୋଳନ ହୋଇନି ତାହା ନୁହେଁ। ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ସମସ୍ୟା ସମ୍ପର୍କରେ ପ୍ରଶାସନଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ଗୁହାରି ମଧ୍ୟ କରିଛନ୍ତି। ହେଲେ ସବୁଥର କେବଳ ପ୍ରତିଶ୍ରୁତିରେ ସେମାନଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଧୈର୍ଯ୍ୟର ସବୁ ସୀମା ଟପିଯିବା ପରେ ଦୀର୍ଘ ୭ ଦଶନ୍ଧି ହେଲା ସାଧାରଣ ଏକ ରାସ୍ତା ପାଇଁ ସଂଘର୍ଷ ଚଳାଇଥିବା ବାଘମୁଣ୍ଡା ଗ୍ରାମବାସୀ ଶେଷରେ ବନ ବିଭାଗ ଉପରେ ଝାଡ଼ିଛନ୍ତି ରୋଷ। ମଙ୍ଗଳବାର ଶତାଧିକ ମହିଳାପୁରୁଷ ଏକାଠି ହୋଇ ବନ କର୍ମଚାରୀଙ୍କୁ ଅଟକ ରଖିବା ସହ ଦାବି ଦୋହରାଇଛନ୍ତି ସେମାନେ।
ହାତଗଣତି ଆଦିବାସୀ ପରିବାରକୁ ନେଇ ୧୯୫୭ରେ ଗଠିତ ହୋଇଥିଲା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଟୁରିଆ ପଞ୍ଚାୟତର ବାଘମୁଣ୍ଡା ଗଁା। ଏବେ ପରିବାର ସଂଖ୍ୟା ବଢ଼ି ୧୦୦ରେ ପହଞ୍ଚତ୍ଛି। ଗ୍ରାମ ପ୍ରତିଷ୍ଠା ହେବାର ୬୯ ବର୍ଷ ଅତିକ୍ରାନ୍ତ ହୋଇଯାଇଥିବାବେଳେ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ଆଜି ବି ପାଦଚଲା ରାସ୍ତାରେ ଲୋକେ ଯାତାୟାତ କରୁଥିବାବେଳେ ଜରୁରୀ ସମୟରେ ପହଞ୍ଚତ୍ ପାରୁନାହିଁ ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡ଼ି। ଖରା, ଶୀତଦିନେ ଯେନତେନ ପ୍ରକାରେ ଚଳି ଯାଉଥିବାବେଳେ ବର୍ଷା ହେଲେ ସୃଷ୍ଟି ହେଉଛି ସଙ୍ଗିନ ସ୍ଥିତି। ଲୋକମାନେ ବିଚ୍ଛିନ୍ନାଞ୍ଚଳର କଷ୍ଟ ଭୋଗୁଛନ୍ତି। ପିଲାମାନଙ୍କ ପାଠପଢ଼ା ବ୍ୟାହତ ହେଉଛି। ମରଣଯନ୍ତା ପାଲଟିଥିବା ରାସ୍ତାରେ ପଡ଼ି ଅନେକେ ଖଣ୍ଡିଆ ଖାବରା ହେଉଛନ୍ତି। ଉକ୍ତ ରାସ୍ତା ବନ ବିଭାଗ ଅଧୀନରେ ଆସୁଥିବାରୁ ଜିଲା ପ୍ରଶାସନ ହସ୍ତକ୍ଷେପ କରିପାରୁନାହିଁ। ଅନ୍ୟପଟେ ଅନୁଦାନ ଅଭାବ କହି ବନ ବିଭାଗ ଦିନ ଗଡ଼ାଇ ଚାଲିଥିବାରୁ ସମସ୍ୟା ସୀମା ଟପିଲାଣି। ଏହାର ପ୍ରତିବାଦରେ ମଙ୍ଗଳବାର ବାଘମୁଣ୍ଡା ଗ୍ରାମବାସୀ ମୁକ୍ତାପଶି ବନ ବିଭାଗର ପାଟ୍ରୋଲିଂ ଗାଡ଼ିକୁ ଅଟକ ରଖିଥିଲେ। ଏଥିସହ ବାଘମୁଣ୍ଡା-ଶୁଣ୍ଢିକାଟେଣୀ ରାସ୍ତା ଅବରୋଧ କରିଥିଲେ ଶତାଧିକ ମହିଳାପୁରୁଷ। ଗ୍ରାମକୁ ସବୁଦିନିଆ ପକ୍କା ସଡ଼କ ନ ହେଲେ ପରିସ୍ଥିତି ଭୟାବହ ହେବ। ଏଥିପାଇଁ ବନ ବିଭାଗ, ଜିଲା ପ୍ରଶାସନ ଏବଂ ଜନପ୍ରତିନିଧି ଦାୟୀ ରହିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ସୂଚନା ପାଇ ମୁକ୍ତାପଶି ଫରେଷ୍ଟର ପ୍ରଦୀପ କୁମାର ଭଞ୍ଜ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ବର୍ତ୍ତମାନ ସମୟରେ ରାସ୍ତାରେ ଯେପରି ଯାତାୟାତ କରିହେବ ତାହାକୁ ନଜରରେ ରଖି ମୋରମ ବିଛାଯିବ। ବର୍ଷାଦିନ ପରେ ସ୍ଥାୟୀ ରାସ୍ତା ନିର୍ମାଣ ଲାଗି ପଦକ୍ଷେପ ନିଆଯିବ। ଲୋକଙ୍କ ସମସ୍ୟାକୁ ବନ ବିଭାଗ ଗୁରୁତ୍ୱର ସହ ନେଇଛି। ଏ ସଂକ୍ରାନ୍ତର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି ବୋଲି ଫରେଷ୍ଟର କହିଥିଲେ। ପ୍ରତିଶ୍ରୁତି ପାଇବା ପରେ ଗ୍ରାମବାସୀ ବନ ବିଭାଗ ଗାଡ଼ିକୁ ଛାଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ହେବେ ସଶକ୍ତ: ମିଶନ ଶକ୍ତି କାଫେ ଉଦଘାଟିତ

ତୁମୁଡିବନ୍ଧ,୨୬।୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ପରିସରରେ ଥିବା ମିଶନ ଶକ୍ତି କାଫେକୁ କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ଆଜି ଶୁକ୍ରବାର...

ଘର ନିର୍ମାଣ କରିବାକୁ କହି ମହିଳାଙ୍କଠାରୁ ଟଙ୍କା ଠକେଇ

ବ୍ରହ୍ମପୁର,୨୬।୧୨(ସୁବାସ ଚନ୍ଦ୍ର ପାଢ଼ୀ): ଘର ନିର୍ମାଣ କରିବାକୁ କହି ଜଣେ ଠିକାଦାର ସୌନ୍ଦର୍ଯ୍ୟନଗର ଅଞ୍ଚଳର ଜଣେ ମହିଳାଙ୍କଠାରୁ ୮୦ ହଜାର ଟଙ୍କା ଠକି ନେଇଛନ୍ତି। ଏ...

ପ୍ରତିଶ୍ରୁତି ଭୁଲିଯାଇଛି ଭାଜପା: ପ୍ରତିଷ୍ଠା ଦିବସରେ ଗର୍ଜିଲା ବିଜେଡି

ଭଞ୍ଜନଗର,୨୬।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବ୍ଲକ ବାଉଁଶଲୁଣ୍ଡି ବିଜୁ ସ୍ମୃତି ଭବନ ଠାରେ ଶୁକ୍ରବାର ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏଥିରେ ବିଜେଡି ବ୍ଲକ...

ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ: ଯୋଗଦେବେ ୫୦ ହଜାରରୁ ଉର୍ଦ୍ଧ୍ୱ କର୍ମକର୍ତ୍ତା

ଭଞ୍ଜନଗର,୨୬/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗୀ ଠାରେ ଶୁକ୍ରବାର ନିଖିଳ ଉତ୍କଳ କୁର୍ମିକ୍ଷତ୍ରିୟ ପ୍ରଦେଶ ମହାସଭା ଉଦଘାଟିତ ହୋଇଯାଇଛି । ଏହା ରବିବାର ପର୍ଯ୍ୟନ୍ତ...

ଓମ୍‌ସା ଆନ୍ଦୋଳନ: ଘଣ୍ଟାଏ ବନ୍ଦ ରହିବ ରୋଗୀ ସେବା

ଛତ୍ରପୁର,୨୬ା୧୨(ଦିଲୀପ ସାମଲ): ରାଜ୍ୟରେ ମଞ୍ଜୁରୀପ୍ରାପ୍ତ ପଦ ଅପେକ୍ଷା ପାଖାପାଖି ଅଧାରୁ ଅଧିକ ଡାକ୍ତର ପଦବୀ ଖାଲି ରହିଛି। ଖାଲି ପଡିଥିବା ପଦବୀ ପୂରଣ ସହ ଡାକ୍ତରଙ୍କ...

୯ ଦିନ ହେବ ନିଖୋଜ ଥିଲେ ସ୍କୁଲ ପିଅନ: ଆଜି ମିଳିଲା…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ/ଦୂର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ନିକଟରେ ଥିବା ଏକ ପୋଖରୀରୁ ଶୁକ୍ରବାର ଜଣେ ପିଅନଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ...

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ମାରଓ୍ବାଡି ମହିଳାଙ୍କ ସେବା କାର୍ଯ୍ୟକୁ ପ୍ରଶଂସା କଲେ ଏମ୍‌ପି

ବଲାଙ୍ଗୀର,୨୬।୧୨(ସୁନିଲ କୁମାର ମହାନ୍ତି):ଅଖିଳ ଭାରତୀୟ ମାରଓ୍ବାଡି ମହିଳା ସମ୍ମେଳନ ଓଡିଶା ପ୍ରଦେଶର ସପ୍ତଦଶ ପ୍ରାନ୍ତୀୟ ସମ୍ମେଳନ ସ୍ଥାନୀୟ ବିଦ୍ୟା ହେଭନ୍ସ ଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri