ସଡ଼କ ପାଇଁ ୭ ଦଶନ୍ଧିର ସଂଘର୍ଷ

ପରଜଙ୍ଗ, ୨୭।୭(ଡି.ଏନ୍‌.ଏ.) – ବନ ବିଭାଗର କଟକଣା ଓ କଡ଼ା ନିୟମ ଆଗରେ ଆଣ୍ଠେଇ ପଡ଼ିଛି ବିକାଶ। ଜଟିଳ ଆଇନଗତ ପ୍ରକ୍ରିୟା ପାଇଁ ଦୀର୍ଘ ୬୯ବର୍ଷ ହେଲା ଗଁାକୁ ନିର୍ମାଣ ହୋଇପାରୁନି ସାମାନ୍ୟ ସଡ଼କଟିଏ। ଏଥିପାଇଁ ପ୍ରତିବାଦ କି ଆନ୍ଦୋଳନ ହୋଇନି ତାହା ନୁହେଁ। ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି। ସମସ୍ୟା ସମ୍ପର୍କରେ ପ୍ରଶାସନଠାରୁ ଆରମ୍ଭ କରି ଜନପ୍ରତିନିଧିଙ୍କୁ ଗୁହାରି ମଧ୍ୟ କରିଛନ୍ତି। ହେଲେ ସବୁଥର କେବଳ ପ୍ରତିଶ୍ରୁତିରେ ସେମାନଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଛି। ଧୈର୍ଯ୍ୟର ସବୁ ସୀମା ଟପିଯିବା ପରେ ଦୀର୍ଘ ୭ ଦଶନ୍ଧି ହେଲା ସାଧାରଣ ଏକ ରାସ୍ତା ପାଇଁ ସଂଘର୍ଷ ଚଳାଇଥିବା ବାଘମୁଣ୍ଡା ଗ୍ରାମବାସୀ ଶେଷରେ ବନ ବିଭାଗ ଉପରେ ଝାଡ଼ିଛନ୍ତି ରୋଷ। ମଙ୍ଗଳବାର ଶତାଧିକ ମହିଳାପୁରୁଷ ଏକାଠି ହୋଇ ବନ କର୍ମଚାରୀଙ୍କୁ ଅଟକ ରଖିବା ସହ ଦାବି ଦୋହରାଇଛନ୍ତି ସେମାନେ।
ହାତଗଣତି ଆଦିବାସୀ ପରିବାରକୁ ନେଇ ୧୯୫୭ରେ ଗଠିତ ହୋଇଥିଲା ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କୁଟୁରିଆ ପଞ୍ଚାୟତର ବାଘମୁଣ୍ଡା ଗଁା। ଏବେ ପରିବାର ସଂଖ୍ୟା ବଢ଼ି ୧୦୦ରେ ପହଞ୍ଚତ୍ଛି। ଗ୍ରାମ ପ୍ରତିଷ୍ଠା ହେବାର ୬୯ ବର୍ଷ ଅତିକ୍ରାନ୍ତ ହୋଇଯାଇଥିବାବେଳେ ଗ୍ରାମକୁ ଭଲ ରାସ୍ତାଟିଏ ନାହିଁ। ଆଜି ବି ପାଦଚଲା ରାସ୍ତାରେ ଲୋକେ ଯାତାୟାତ କରୁଥିବାବେଳେ ଜରୁରୀ ସମୟରେ ପହଞ୍ଚତ୍ ପାରୁନାହିଁ ଆମ୍ବୁଲାନ୍ସ କି ଅଗ୍ନିଶମ ଗାଡ଼ି। ଖରା, ଶୀତଦିନେ ଯେନତେନ ପ୍ରକାରେ ଚଳି ଯାଉଥିବାବେଳେ ବର୍ଷା ହେଲେ ସୃଷ୍ଟି ହେଉଛି ସଙ୍ଗିନ ସ୍ଥିତି। ଲୋକମାନେ ବିଚ୍ଛିନ୍ନାଞ୍ଚଳର କଷ୍ଟ ଭୋଗୁଛନ୍ତି। ପିଲାମାନଙ୍କ ପାଠପଢ଼ା ବ୍ୟାହତ ହେଉଛି। ମରଣଯନ୍ତା ପାଲଟିଥିବା ରାସ୍ତାରେ ପଡ଼ି ଅନେକେ ଖଣ୍ଡିଆ ଖାବରା ହେଉଛନ୍ତି। ଉକ୍ତ ରାସ୍ତା ବନ ବିଭାଗ ଅଧୀନରେ ଆସୁଥିବାରୁ ଜିଲା ପ୍ରଶାସନ ହସ୍ତକ୍ଷେପ କରିପାରୁନାହିଁ। ଅନ୍ୟପଟେ ଅନୁଦାନ ଅଭାବ କହି ବନ ବିଭାଗ ଦିନ ଗଡ଼ାଇ ଚାଲିଥିବାରୁ ସମସ୍ୟା ସୀମା ଟପିଲାଣି। ଏହାର ପ୍ରତିବାଦରେ ମଙ୍ଗଳବାର ବାଘମୁଣ୍ଡା ଗ୍ରାମବାସୀ ମୁକ୍ତାପଶି ବନ ବିଭାଗର ପାଟ୍ରୋଲିଂ ଗାଡ଼ିକୁ ଅଟକ ରଖିଥିଲେ। ଏଥିସହ ବାଘମୁଣ୍ଡା-ଶୁଣ୍ଢିକାଟେଣୀ ରାସ୍ତା ଅବରୋଧ କରିଥିଲେ ଶତାଧିକ ମହିଳାପୁରୁଷ। ଗ୍ରାମକୁ ସବୁଦିନିଆ ପକ୍କା ସଡ଼କ ନ ହେଲେ ପରିସ୍ଥିତି ଭୟାବହ ହେବ। ଏଥିପାଇଁ ବନ ବିଭାଗ, ଜିଲା ପ୍ରଶାସନ ଏବଂ ଜନପ୍ରତିନିଧି ଦାୟୀ ରହିବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।
ସୂଚନା ପାଇ ମୁକ୍ତାପଶି ଫରେଷ୍ଟର ପ୍ରଦୀପ କୁମାର ଭଞ୍ଜ ପହଞ୍ଚତ୍ ଆନ୍ଦୋଳନକାରୀଙ୍କୁ ବୁଝାଶୁଝା କରିଥିଲେ। ବର୍ତ୍ତମାନ ସମୟରେ ରାସ୍ତାରେ ଯେପରି ଯାତାୟାତ କରିହେବ ତାହାକୁ ନଜରରେ ରଖି ମୋରମ ବିଛାଯିବ। ବର୍ଷାଦିନ ପରେ ସ୍ଥାୟୀ ରାସ୍ତା ନିର୍ମାଣ ଲାଗି ପଦକ୍ଷେପ ନିଆଯିବ। ଲୋକଙ୍କ ସମସ୍ୟାକୁ ବନ ବିଭାଗ ଗୁରୁତ୍ୱର ସହ ନେଇଛି। ଏ ସଂକ୍ରାନ୍ତର ଉଚ୍ଚ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଛି ବୋଲି ଫରେଷ୍ଟର କହିଥିଲେ। ପ୍ରତିଶ୍ରୁତି ପାଇବା ପରେ ଗ୍ରାମବାସୀ ବନ ବିଭାଗ ଗାଡ଼ିକୁ ଛାଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri