ଭୁବନେଶ୍ୱର,୨୩ା୪(ଅନୁରାଧା ମହାରଣା)- ‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ ପକ୍ଷରୁ ‘ବିଜନେଶ୍ ଏମିନେନ୍ସ ଆଓ୍ବାର୍ଡ’ର ୬ଷ୍ଠ ସଂସ୍କରଣ ଗୁରୁବାର ସ୍ବସ୍ତି ପ୍ରିମିୟମ୍ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇଥିଲେ। ‘ଧରିତ୍ରୀ’ ହେଉଛି ଆଧୁନିକ ଓଡିଶାର ଚିନ୍ତାଧାରାର ପରିଚୟ। ଧରିତ୍ରୀ ସବୁବେଳେ ଯୁବ ବର୍ଗର ଆକାଂକ୍ଷାକୁ ପ୍ରତିଫଳିତ କରିଆସିଛି ବୋଲି ସେ କହିବା ସହ ଓଡ଼ିଶାର ବ୍ୟବସାୟ ଓ ଶିଳ୍ପଜଗତରେ ନିଜ ଦୃଢ଼ ସଂକଳ୍ପ, ପରିଶ୍ରମ, ନବଚିନ୍ତନ ଓ ସମାଜପ୍ରତି ଅଙ୍ଗୀକାର ଦ୍ୱାରା ନୂଆ ଅଧ୍ୟାୟ ରଚନା କରୁଥିବା ବ୍ୟକ୍ତିତ୍ୱମାନଙ୍କୁ ଧରିତ୍ରୀ ଏବଂ ଓଡିଶା ପୋଷ୍ଟ ସମ୍ମାନିତ କରୁଥିବାରୁ ଅଭିନନ୍ଦନ ଜଣାଇଥିଲେ।
ପ୍ରାକୃତିକ ସମ୍ପଦରେ ସମୃଦ୍ଧ ଆମ ରାଜ୍ୟର ଲମ୍ବା ସମୁଦ୍ରତଟ, ଉତ୍କୃଷ୍ଟ ଭୌଗୋଳିକ ସ୍ଥିତି, ଦକ୍ଷ ଯୁବଶକ୍ତି, ସ୍ଥିର ଶାସନ ବ୍ୟବସ୍ଥା ଏବଂ ଲୋକଙ୍କ ଅଦମ୍ୟ ସାହସକୁ ନେଇ ସମୃଦ୍ଧ ଓଡିଶା ଗଠନର ଲକ୍ଷ୍ୟ ରଖି ଆଗକୁ ବଢୁଛୁ। ୨୦୩୬ ସୁଦ୍ଧା ଆମର ଅର୍ଥନୀତି ୫୦୦ ବିଲିଅନ ଡଲାର ହେବ। ୨୦୪୭ ସୁଦ୍ଧା ଆମେ ୧୫୦୦ ବିଲିଅନ ଡଲାର ଅର୍ଥନୀତିରେ ପହଞ୍ଚି ବିକଶିତ ଭାରତର ଗ୍ରୋଥ ଇଞ୍ଜିନ ହେବାର ଲକ୍ଷ୍ୟ ରଖିଛୁ। କଳିଙ୍ଗନଗର, ପାରାଦୀପ, ରାଉରକେଲା, ଅନୁଗୁଳ, ଝାରସୁଗୁଡ଼ା, ଢେଙ୍କାନାଳ ଭଳି ଶିଳ୍ପ କେନ୍ଦ୍ରଗୁଡ଼ିକ ଆଜି ନୂଆ ସମୃଦ୍ଧିର ପରିଚୟ ଦେଉଛନ୍ତି। ଏବେ ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋ ଢେଙ୍କାନାଳ ଓ କେନ୍ଦୁଝରରେ ମେଗା ଷ୍ଟିଲପ୍ଲାଣ୍ଟ ସ୍ଥାପନ କରିବାକୁ ଯାଉଛନ୍ତି। ଓଡିଶାରେ ଅନେକ ଇସ୍ପାତ ନଗରୀ ହେବାକୁ ଯାଉଛି। ଆଗାମୀ ୧୦ ବର୍ଷ ଆମ ଓଡିଶାର ଯୁବବର୍ଗ ପାଇଁ ଏକ ସୁବର୍ଣ୍ଣ ଦଶକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭୁବନେଶ୍ୱରସ୍ଥିତ ସ୍ବସ୍ତି ପ୍ରିମିୟମରେ ଗୁରୁବାର ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଶିଳ୍ପ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦଚନ୍ଦ୍ର ସ୍ବାଇଁ, ସମ୍ମାନିତ ଅତିଥି ଭାବେ ଧରିତ୍ରୀ ଓ ଓଡ଼ିଶାପୋଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏବଂ ସମ୍ପାଦକ ତଥାଗତ ସତପଥୀ ଯୋଗଦେଇଥିଲେ। ଚଳିତବର୍ଷ ମଧ୍ୟ ବିଭିନ୍ନ ଉଦ୍ୟୋଗରେ ସଫଳତା ହାସଲ କରିଥିବା ୧୮ଜଣଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସମ୍ବର୍ଦ୍ଧିତ ଉଦ୍ୟୋଗୀ
୧)ହର୍ଷିତ ଲୋଧା- ପରିଚାଳନା ନିର୍ଦ୍ଦେଶକ, ଜୟବାବା ଅଟୋମୋବାଇଲସ୍
୨)ଶୈଳେଶ ସରାଓ୍ବଗି- ପ୍ରତିଷ୍ଠାତା, ଓଡ଼ିଶୀ ଜୁଏଲର୍ସ
୩)ଶଶିକାନ୍ତ ବାରିକ- ସହପ୍ରତିଷ୍ଠାତା, ଏକରରାଇଜ୍
୪)ସୁମନ ଡାଲମିଆ- ଚେୟାର ପର୍ସନ, ଇଣ୍ଡିଆନ୍ ପବ୍ଲିକ୍ ସ୍କୁଲ
୫)ପ୍ରିୟଦର୍ଶୀ ମହାପାତ୍ର- ପ୍ରତିଷ୍ଠାତା, କ୍ୟୁଅର୍ବେ
୬)ନିଗମଜ୍ୟୋତି ପାଠି- ପ୍ରତିଷ୍ଠାତା, ନମସ୍ତେ ବାରିପଦା
୭) ଜୀବନ କୁମାର ବଡ଼ୁ- ଓଟିପିଏଲ୍, ପରିଚାଳନା ନିର୍ଦ୍ଦେଶକ
୮) ଦୁର୍ଗା ପ୍ରିୟଦର୍ଶିନୀ- ପ୍ରତିଷ୍ଠାତା- ଗୋମାୟା ପେଣ୍ଟସ୍
୯)ଇଂ ମନୋଜ ନାୟକ-ପ୍ରତିଷ୍ଠାତା, ନମସ୍ତେ ବାରିପଦା
୧୦) ସୋମଦତ୍ତ ବେହୁରା-ପ୍ରତିଷ୍ଠାତା, କେଟି ଗ୍ଲୋବାଲ୍ ସ୍କୁଲ
୧୧) ଆଲୋକ ଶ୍ରୀବାସ୍ତବ- ଚିଫ୍ ଅପରେଟିଂ ଅଫିସର, ଆପୋଲୋ ହସପିଟାଲ୍ସ, ଭୁବନେଶ୍ୱର
୧୨)ଚନ୍ଦ୍ର ପ୍ରକାଶ ଭରତ୍ତିଆ- ପରିଚାଳନା ନିର୍ଦ୍ଦେଶକ, ଜଗଦମ୍ବା ପଲିମର୍ସ
୧୩)ଭାଲଚନ୍ଦ୍ର ମହାନ୍ତି- ପରିଚାଳନା ନିର୍ଦ୍ଦେଶକ, ଓରିକ୍ଲିନ୍ ପ୍ରା. ଲି
୧୪)ଦୀପ୍ତିମୟୀ ମହାନ୍ତି- ପ୍ରିନ୍ସିପାଲ, ଆର୍ଯ୍ୟବର୍ତ୍ତ ଆନସିଏଣ୍ଟ ଏକାଡେମୀ
୧୫) ସମ୍ବିତ ରଞ୍ଜନ ସାହୁ- ପରିଚାଳନା ନିର୍ଦ୍ଦେଶକ, ଅର୍ଗାନିକ ମା-
୧୬)ସଞ୍ଜୀବ ହଂସ- ପ୍ରତିଷ୍ଠାତା, ଶୁଭଲାଭ ଜୁଏଲର୍ସ
୧୭) କରିମ୍ କବିରୁଦ୍ଦିନ- ଏକ୍ଜିକ୍ୟୁଟିଭ୍ ଡାଇରେକ୍ଟର, ହେଲଥ୍ ଫୁଡ୍ ପ୍ରଡକ୍ଟ ପ୍ରା. ଲି.
୧୮) ପ୍ରୀତି ପଲ୍ଲବୀ ପଟ୍ଟନାୟକ- ପ୍ରତିଷ୍ଠାତା, ଓଡ଼ିଶା କଫି
Dharitri – Odisha’s No.1 Odia Daily