ଏମ୍‌ପି ଚନ୍ଦ୍ରଶେଖରଙ୍କ ସୂଚନା:ବ୍ରହ୍ମପୁର-ସମ୍ବଲପୁର ନୂଆ ରେଳପଥ

ବ୍ରହ୍ମପୁର ଅଫିସ,୨୪ା୮-ବହୁ ପ୍ରତୀକ୍ଷିତ ବ୍ରହ୍ମପୁର-ସମ୍ବଲପୁର ନୂଆ ରେଳପଥ ନିର୍ମାଣ ପାଇଁ ଭାରତୀୟ ରେଲୱେ ବୋର୍ଡ ମଞ୍ଜୁର କରିଛନ୍ତି। ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ ଶୁକ୍ରବାର ଧରିତ୍ରୀକୁ ଏହି ସୂଚନା ଦେଇଛନ୍ତି । ଏଥିପାଇଁ ଭଞ୍ଜନଗର ଓକିଲ ସଂଘର ନିରନ୍ତର ପ୍ରୟାସକୁ ସାହୁ ଉଚ୍ଚ ପ୍ରଶଂସା କରିଛନ୍ତି । ଏହାର ସର୍ଭେ ବହୁ ବର୍ଷ ତଳୁ ହୋଇଥିଲେ ମଧ୍ୟ ସଂଶୋଧନ ପାଇଁ କେତେକ ଅଞ୍ଚଳରେ ପୁଣି ସର୍ଭେ କରାଯିବ ଏବଂ ନିର୍ମାଣ ସୁନିଶ୍ଚିତ ହୋଇଥିବା ସେ ଦର୍ଶାଇଛନ୍ତି ।
ସୂଚନାଯୋଗ୍ୟ, ୧୯୭୭ ଲୋକ ସଭା ନିର୍ବାଚନରେ ତତ୍କାଳୀନ ଜାତୀୟ ଯୁବ କଂଗ୍ରେସ ସଭାପତି ରାମଚନ୍ଦ୍ର ରଥ ଗଞ୍ଜାମ ଜିଲା ଆସିକା ଆସନରୁ ନିର୍ବାଚିତ ହୋଇଥିଲେ। ନୂଆ ରେଳପଥ ନିମନ୍ତେ ସେ ଉଦ୍ୟମ କରି ଏହାର ସର୍ଭେ କାର୍ଯ୍ୟ ପାଇଁ ପଦକ୍ଷେପ ନେଇଥିଲେ। ପରବର୍ତ୍ତୀ ପର୍ଯ୍ୟାୟରେ ରଥ ୧୯୮୦ ଓ ୧୯୯୧ ନିର୍ବାଚନରେ ମଧ୍ୟ ଆସିକା ଏମ୍‌ପି ହୋଇଥିଲେ ।
ଦୀର୍ଘ ୪୦ ବର୍ଷ ପରେ ବି ଏହି ରେଳପଥ କେବଳ ସର୍ଭେରେ ଅଟକି ଯାଇଥିଲା। ଭଞ୍ଜନଗର ଓକିଲ ସଂଘ ଏହି ପ୍ରସଙ୍ଗ ଉତ୍‌ଥାନ କରି ନିର୍ମାଣ କାର୍ଯ୍ୟ ତ୍ୱରାନ୍ବିତ କରିବା ପାଇଁ ତୀବ୍ର ସ୍ବର ଉଠାଇ ଥିଲା। ବିଭିନ୍ନ ସ୍ଥାନର ଓକିଲ ସଂଘକୁ ଏକାଠି କରାଇ ଦାବି ହାସଲର ପଦକ୍ଷେପ ନେଇଥିଲା। ସଂଘ ପକ୍ଷରୁ ବ୍ରହ୍ମପୁର, ଆସିକା ଓ ଫୁଲବାଣୀ ଏମ୍‌ପିଙ୍କୁ ମଧ୍ୟ ଅନୁରୋଧ କରାଯାଇଥିଲା । ଫଳରେ ଏହି ଯୋଜନା ସାକାର ହେବାକୁ ଯାଉଛି। ବ୍ରହ୍ମପୁର-ସମ୍ବଲପୁର ସମେତ ସର୍ଭେ କାର୍ଯ୍ୟ ସରିଥିବା ଗୋପାଳପୁର-ରାୟଗଡ଼ା ନୂଆ ରେଳପଥ ନିର୍ମାଣ ଲାଗି ରେଳମନ୍ତ୍ରୀଙ୍କୁ ଦାବି କରାଯାଇଥିବା ଚନ୍ଦ୍ରଶେଖର ସୂଚନା ଦେଇଛନ୍ତି ।
ମିଳିଥିବା ସୂଚନାନୁସାରେ, ବ୍ରହ୍ମପୁର ନିକଟ ଜଗନ୍ନାଥପୁରଠାରୁ ସମ୍ବଲପୁର ନିକଟ ରେଢ଼ାଖୋଲ ପର୍ଯ୍ୟନ୍ତ ୨୪୦ କି.ମି. ଦୈର୍ଘ୍ୟ ଏହି ରେଳ ଲାଇନ ପାଇଁ ୭୩୪.୯୨ ହେକ୍ଟର ଚାଷଜମି ଏବଂ ୩୨୪.୬୩ ହେକ୍ଟର ଜଙ୍ଗଲ ଜମି ଆବଶ୍ୟକ। ଅପରପକ୍ଷରେ ୨୦୦୯ରେ ବ୍ୟୟ ଅଟକଳ ୨୯୫୬.୪୫ କୋଟି ଟଙ୍କା ହିସାବ କରାଯାଇଥିଲା। ତେବେ ଆଗାମୀ ଦିନରେ ସଂଶୋଧିତ ଅଟକଳ ଯଥେଷ୍ଟ ବଢ଼ିବାର ସମ୍ଭାବନା ରହିଛି। ନିର୍ମାଣ କାର୍ଯ୍ୟ ଜଗନ୍ନାଥପୁରରୁ ଆରମ୍ଭ ହୋଇ କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ, ଆସିକା, ଭଞ୍ଜନଗର ଓ ମୁଜାଗଡ଼ ଦେଇ ଫୁଲବାଣୀ ଓ ସେଠାରୁ ବୌଦ୍ଧ ଦେଇ ରେଢ଼ାଖୋଲ ପର୍ଯ୍ୟନ୍ତ ହେବ। ଫଳରେ ରେଳପଥ ନ ଥିବା ଉପରୋକ୍ତ ଅଞ୍ଚଳବାସୀ ଉପକୃତ ହେବେ ଏବଂ ଅନେକ ଆଦିବାସୀ ଅଧ୍ୟୁଷିତ ବାସିନ୍ଦା ରେଳ ସୁବିଧା ପାଇବେ। ଜମି ଅଧିଗ୍ରହଣରେ ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri