୬୮୬ ସ୍କୁଲ ବନ୍ଦ କାରଣରୁ ଛାତ୍ରୀଛାତ୍ରଙ୍କ ପାଠପଢାରେ ବାଧାସୃଷ୍ଟି: ଲୋକ ସଭାରେ ଉଦବେଗ ପ୍ରକାଶ କଲେ ଏମ୍‌ପି ସପ୍ତଗିରି

ରାୟଗଡା, ୧।୧୨(ଆଶିଷ ରଞ୍ଜନ ପଣ୍ଡା): ଅବିଭକ୍ତ କୋରାପୁଟ ଜିଲାର ରାୟଗଡା କୋରାପୁଟ, ନବରଙ୍ଗପୁର ଓ ମାଲକାନଗିରି ଭଳି ଆଦିବାସୀ ଅଧୁଷିତ ଜିଲାମାନଙ୍କରେ ବିଭିନ୍ନ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡକ ବନ୍ଦ ଓ ମିଶ୍ରଣ ନେଇ ସୋମବାର ଲୋକସଭାରେ ଉଦ୍‌ବେଗ ପ୍ରକାଶ କରିଛନ୍ତି କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲାକା । ଏନେଇ ସେ କେନ୍ଦ୍ର ଶିକ୍ଷା ବିଭାଗକୁ ପ୍ରଶ୍ନ କରି ବନ୍ଦ ହୋଇଥିବା ଓ ଅନ୍ୟ ସ୍କୁଲ ସହିତ ଯୋଡି ଦିଆଯାଇଥିବା ସ୍କୁଲଗୁଡିକର ତଥ୍ୟ ମାଗିଛନ୍ତି। ଏମ୍‌ପି ଉଲାକାଙ୍କ ଅଣତାରକା ପ୍ରଶ୍ନ ଆଧାରରେ କେନ୍ଦ୍ର ଶିକ୍ଷା ବିଭାଗ ଦେଇଥିବା ସୂଚନା ପ୍ରକାରେ, ଗତ ୫ବର୍ଷ ମଧ୍ୟରେ ରାଜ୍ୟ ସରକାର ୬୮୬ଟି ସାଟେଲାଇଟ ସ୍କୁଲ ବନ୍ଦ କରିଦେଇଥିବା ଜଣାପଡିଛି । ଯାହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଏମ୍‌ପି ଉଲାକା । ଏହି ସ୍କୁଲଗୁଡିକ ବନ୍ଦ କାରଣରୁ ଏହାର ସିଧାସଳଖ ପ୍ରଭାବ ଆଦିବାସୀ ସମ୍ପ୍ରଦାୟ ଓ ଗ୍ରାମୀଣ ସମ୍ପ୍ରଦାୟର ଛାତ୍ରୀଛାତ୍ରଙ୍କ ଉପରେ ପଡୁଛି । ପ୍ରାୟ ୮୮୫୪ଜଣ ଛାତ୍ରୀଛାତ୍ରଙ୍କ ପାଠପଢା ଉପରେ ଏହାର ପ୍ରଭାବ ଦେଖାଦେଇଛି । ଏହି ପିଲାଙ୍କ ମଧ୍ୟରୁ ଅଧିକାଂଶକୁ ଏବେ ଘର ନିକଟ ବଦଳରେ ଦୂରଦୂରାନ୍ତ ପାହା ଏବଂ ଜଙ୍ଗଲ ପାରି ହୋଇ ଦୁର୍ଗମ ଯାତ୍ରା କରିବାକୁ ପଡୁଥିବା କହିଛନ୍ତି ଏମପି ଉଲାକା । ମିଳିଥିବା ତଥ୍ୟ ଅନୁସାରେ ଆଦିବାସୀ ଜନସଂଖ୍ୟା ବିଶିଷ୍ଟ ଅନେକ ବ୍ଲକ ମଧ୍ୟରୁ ରାୟଗଡା ଜିଲାର ବିଷମକଟକ ବ୍ଲକର ୫, ଚନ୍ଦ୍ରପୁର ବ୍ଲକର ୯, ଗୁଡାରି ବ୍ଲକର ୧୨, ଗୁଡାରି ଏନଏସିର ୧, ଗୁଣପୁର ବ୍ଲକର ୪, ଗୁଣପୁର ଏନଏସିର ୨, କଲ୍ୟାଣସିଂହପୁର ବ୍ଲକର ୧୫, କାଶୀପୁର ବ୍ଲକର ୧୧, କୋଲନରା ବ୍ଲକ ଓ ମୁନିଗୁଡା ବ୍ଲକର ୧୩ଟି ଲେଖାଏଁ ସ୍କୁଲ, ପଦ୍ମପୁର ବ୍ଲକର ୪, ରାମନାଗୁଡା ବ୍ଳକ ଓ ରାୟଗଡା ବ୍ଲକର ୧୬ଟି ଲେଖାଏଁ ସ୍କୁଲକୁ ଅନ୍ୟ ସ୍କୁଲରେ ମିଶାଇ ଦିଆଯାଇଛି । ସେହିଭଳି କୋରାପୁଟ ଜିଲାର ଦଶମନ୍ତପୁର (୪୬ ସ୍କୁଲ), ଲମତାପୁଟ (୩୫), କାଲିମେଳା (୨୭), ନନ୍ଦପୁର (୨୨), ଝରିଗାଁ (୨୦), ମୁନିଗୁ (୧୩) ଏବଂ ଅନ୍ୟାନ୍ୟ ସ୍କୁଲଗୁଡିକ ଭିତ୍ତିଭୂମି ସହିତ ସଂଘର୍ଷ କରିବା ସତ୍ତ୍ୱେ ଏଭଳି ସ୍କୁଲ ବନ୍ଦ କରିବା ଏବଂ ମିଶ୍ରଣ କରିବା ଆଦିବାସୀ ଅଧୁଷିତ ଅଂଚଳ ପ୍ରତି ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି ଏମପି ଉଲାକା।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ରାପଡ଼ା: ୨୧ ବର୍ଷ ପରେ କାର୍ଯ୍ୟାନୁଷ୍ଠାନ; ୩ ବାଂଲାଦେଶୀଙ୍କୁ ଦେଶାନ୍ତର କଲା ଜିଲା ପ୍ରଶାସନ

କେନ୍ଦ୍ରାପଡ଼ା, ୩୦ା୧ (ଜଗନ୍ନାଥ ଧଳ): ଦୀର୍ଘ ୨୧ ବର୍ଷ ପରେ କେନ୍ଦ୍ରାପଡ଼ା ଜିଲାରେ ଅନୁପ୍ରବେଶକାରୀଙ୍କ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ୩ ଜଣ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜିଲା…

କୈଳାସ ସାହୁଙ୍କୁ ଗଳା କାଟି ହତ୍ୟା, ପହଞ୍ଚିଲା ବିଷମ କଟକ ପୋଲିସ… 

ବିଷମ କଟକ, ୩୦।୧(ପ୍ରସନ୍ନ କୁମାର ପଣ୍ଡା): ରାୟଗଡା ଜିଲା ବିଷମ କଟକ ସଦର ସ୍ଥିତ ବ୍ରାହ୍ମଣ ସାହି ନିବାସୀ କୈଳାସ ଚନ୍ଦ୍ରଙ୍କୁ କେହି ଦୁର୍ବୃତ୍ତ ଗଳା କାଟି…

ଅଭିଯୋଗ ଆଣିଲେ ଏମ୍‌ପି:ଦେଶର ଅର୍ଥନୈତିକ ଅଭିବୃଦ୍ଧି ଚିନ୍ତାଜନକ; ଗ୍ରାମୀଣ ବିକାଶକୁ ଅଣଦେଖା, ବଡ଼ ବଡ଼ …

ରାୟଗଡ଼ା,୩୦।୧(ଆଶିଷ ରଞ୍ଜନ ପଣ୍ଡା): ଆର୍ଥିକ ସର୍ବେକ୍ଷଣ ୨୦୨୫-୨୬ ଅନୁସାରେ ଭାରତର ଅର୍ଥନୈତିକ ଅଭିବୃଦ୍ଧି ପ୍ରାୟ ୭% ରହିବାର ପୂର୍ବାନୁମାନ କରାଯାଇଛି। ଯାହା ବିଶ୍ୱସ୍ତରୀୟ ଅନିଶ୍ଚିତତା ସତ୍ୱେ ଦେଶର ସାମଗ୍ରିକ…

ସରକାରଙ୍କ ବଡ଼ ଘୋଷଣା : ଝାରବନ୍ଧ ଓଡ଼ିଶାର ପ୍ରଥମ ଦୁଗ୍ଧ ଗ୍ରାମ; ସମୃଦ୍ଧି, ସଶକ୍ତିକରଣ ସ୍ଥାୟୀ ଗ୍ରାମୀଣ ବିକାଶର…

ବରଗଡ଼, ୩୦।୧( ପ୍ରେମାନନ୍ଦ ଖମାରୀ) – ସାମୁହିକ ପ୍ରଚେଷ୍ଟାରେ ଗ୍ରାମୀଣ ଅର୍ଥନୀତିକୁ ସୁଦୃଢ଼ କରିବା ଦିଗରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଉପାନ୍ତ ଝାରବନ୍ଧ ଦୁଗ୍ଧ…

ଗୁଣପୁର-ବିଷମକଟକ ବିଧାନସଭା ଆସନ ଉପରେ ଭାଜପାର ଫୋକସ୍‌: ପୂର୍ବତନ ଜିଲା ପରିଷଦ ଦମ୍ପତିଙ୍କ ପୁଅ ମିଶିଲେ ଭାଜପାରେ

ରାୟଗଡ଼ା,୩୧।୧(ଆଶିଷ ରଞ୍ଜନ ପଣ୍ଡା): ୨୦୨୪ ସାଧାରଣ ନିର୍ବାଚନ ପରେ ରାଜ୍ୟରେ ଭାଜପା ଏକାକୀ ସରକାର ଗଠନ କରିବା ପରେ ଜିଲାରେ ସକ୍ରିୟ ହୋଇଛନ୍ତି ଭାଜପା କାର୍ଯ୍ୟକର୍ତ୍ତା। ଆଗାମୀ…

YouTube ଏବଂ Instagramରୁ କେମିତି କରିବେ ମୋଟା ଅଙ୍କର ରୋଜଗାର? ସରଳ ଭାଷାରେ ବୁଝନ୍ତୁ…

ନୂଆଦିଲ୍ଲୀ,୩୦।୧:  ଆଜିର ଡିଜିଟାଲ୍ ଯୁଗରେ ଯୁଟ୍ୟୁବ୍ ଓ ଇନ୍‌ଷ୍ଟାଗ୍ରାମ୍ ଅନେକ ଲୋକଙ୍କ ପାଇଁ ମୋଟା ଅଙ୍କର ରୋଜଗାରର ଏକ ମାଧ୍ୟମ ହୋଇଛି। ଏହି ଦୁଇଟି ପ୍ଲାଟଫର୍ମରେ ଆଡ୍ସ…

ଋଷିମାଳରେ କନ୍ଧମାଳ ଜିଲାପାଳ: ବ୍ରାହ୍ମଣୀଗାଁର ବିଭିନ୍ନ ଉନ୍ନୟନ କାର୍ଯ୍ୟ ଦେଖିଲେ

ଦାରିଙ୍ଗବାଡି,୩୦।୧(ଅରୁଣ ସାହୁ): କନ୍ଧମାଳ ଜିଲାପାଳ ବେଦ ଭୂଷଣ ଶୁକ୍ରବାର ଅପରାହ୍ନରେ ହଟାତ ଦାରିଙ୍ଗବାଡି ଗସ୍ତରେ ଆସିଥିଲେ। ସେ ଉକ୍ତ ବ୍ଲକର ଦୁର୍ଗମ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳ ହାତୀମୁଣ୍ଡା…

ଗଲା ଗୋଟିଏ ପରେ ଗୋଟିଏ ଜୀବନ: ୫ ମଇଁଷି ମୃତ

ଖଜୁରିପଡ଼ା,୩୦ା୧ ( ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ଅନ୍ତର୍ଗତ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ଟି ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ବିଦ୍ୟୁତ୍‌ ଖୁଣ୍ଟରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri