ପୌରାଞ୍ଚଳର ୬୮ ପ୍ରତିଶତ ଶ୍ରମିକ ଶ୍ରେଣୀର

କେନ୍ଦ୍ରାପଡ଼ା, ୧୦ା୩ (ଜଗନ୍ନାଥ ଧଳ)ମାର୍ଚ୍ଚ ୧୦ ରେ କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟି ଘୋଷଣାକୁ ୧୫୫ ବର୍ଷ ପୂରଣ ହେବ। ଏହି ସମୟ ଅବଧି ମଧ୍ୟରେ ପୌରାଞ୍ଚଳର ସୀମା ବୃଦ୍ଧି ଘଟିଛି। ସେହି ପରିମାଣରେ ଜନସଂଖ୍ୟା ମଧ୍ୟ ବୃଦ୍ଧି ହୋଇଛି। ୬୮ ପ୍ରତିଶତ ଶ୍ରମିକ ରହୁଥିବା ଏହି ମ୍ୟୁନିସିପାଲିଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛି। ମ୍ୟୁନିସିପାଲିଟିକୁ ଏକ ସ୍ବତନ୍ତ୍ର ଜିଲା ପାହ୍ୟା ମାନ୍ୟତା ଥିଲେ ମଧ୍ୟ ଅଧିକାଂଶ ଲୋକ ଗରିବୀକୁ ନେଇ ସଂଘର୍ଷ କରୁଛନ୍ତି। ସେହିପରି ସହର ମଧ୍ୟରେ ଥିବା ବିଭିନ୍ନ ଐତିହ୍ୟସ୍ଥଳୀର ରକ୍ଷଣାବେକ୍ଷଣ ହେଉ ନ ଥିବାରୁ ଅବହେଳାର ଶିକାର ହେଉଛି। ୧୮୮୫ ମେ’ ୧୮ରେ ଭାରତର ବ୍ରିଟିଶ୍‌ ଶାସକ ଲର୍ଡ ରିପନ ସ୍ବାୟତ୍ତ ଶାସନର ପ୍ରସ୍ତାବ ଆଣିଥିଲେ। ମାତ୍ର ଏହା ପୂର୍ବରୁ ୧୮୬୯ରେ ଲର୍ଡ ମାୟୋଙ୍କ ଶାସନ ସମୟରେ କଲିକତା, ଓଡ଼ିଶା ଓ ବିହାର ପ୍ରେସିଡେନ୍ସି ମଧ୍ୟରେ ଥିବା କେନ୍ଦ୍ରାପଡ଼ାର ମାତ୍ର ୧୪ଟି ପଡ଼ାକୁ ନେଇ ଓଡ଼ିଶାର ପ୍ରଥମ ମ୍ୟୁନିସିପାଲିଟିର ମାନ୍ୟତା ମିଳିଥିଲା। ଏହି ଘୋଷଣା ପରେ ସ୍ଥାନୀୟ ଅଞ୍ଚଳର ସହରୀକରଣ ବ୍ୟବସ୍ଥା ଆରମ୍ଭ ହେଲା। ତତ୍କାଳୀନ ସମୟରେ ଇଂରେଜ ସରକାର ସ୍ଥାନୀୟ ଅଞ୍ଚଳରେ ବିଭିନ୍ନ ଟ୍ୟାକ୍ସ ଆଦାୟକରି ଶିକ୍ଷା, ସ୍ବାସ୍ଥ୍ୟ, ଗମନାଗମନ ଆଦିର ଉନ୍ନୟନ ବ୍ୟବସ୍ଥା କରିଥିଲେ। ମ୍ୟୁନିସିପାଲିଟି ମଧ୍ୟ ଦେଇ ପ୍ରବାହିତ ମଧୁସାଗରର ପାଣି ଜନଜୀବନକୁ ବଞ୍ଚାଇ ରଖିଥିଲା। ଇତିମଧ୍ୟରେ ମଧୁସାଗରରେ ଜଳ ପ୍ରବାହ ବନ୍ଦ ହୋଇଛି। ଏହାର ପାଣି ନିଷ୍କାସନ ପଥ ଉପରେ ବାସଗୃହ ନିର୍ମାଣ ହେଉଥିବା ବେଳେ ସହର ମଧ୍ୟରେ ଥିବା ଗୋବରୀ ନଦୀ ଓ କେନାଲ ଏବେ ଅଳିଆ ଆବର୍ଜନାରେ ପୂର୍ଣ୍ଣ ହୋଇ ପରିବେଶ ଦୂଷିତ କରିଛି। ସେହିପରି ମଧୁସାଗରର କେତେକ ଅଂଶ ଅଳିଆ ଓ ଦଳ ଭର୍ତ୍ତି ହୋଇଛି। ରାସ୍ତା ଜବରଦଖଲରେ ରହୁଥିବାରୁ ସ୍ବେରେଜ୍‌ ସିଷ୍ଟମ ପ୍ରତି ଅଣଦେଖା ହେଉଛି। ବିଜୁ ପଟ୍ଟନାୟକ ପାର୍କ ବଣବୁଦାରେ ପରିଣତ ହୋଇଥିବା ବେଳେ ଟ୍ରାଫିକ୍‌ ସମସ୍ୟା ଗୁରୁତର ଅଛି। ରାସ୍ତା ଉପରେ ବିଦ୍ୟୁତ୍‌ ଖୁଣ୍ଟ, ମୁକୁଳା ଟ୍ରାନ୍ସଫର୍ମର, ବୁଲା ଗୋରୁ, ଭେଣ୍ଡିଂ ଜୋନ୍‌ ସହ ପୌରବାସୀ ବିଭିନ୍ନ ସମସ୍ୟାରେ ପଡ଼ିଛନ୍ତି। ସହରର ପରିକଳ୍ପନାରେ ସାଂସ୍କୃତିକ ଓ ଐତିହ୍ୟ ବିଭବକୁ ଗୁରୁତ୍ୱ ଦିଆଯାଇଥାଏ। ମାତ୍ର ଏହି ମ୍ୟୁନିସିପାଲିଟିରେ ଅବହେଳା କରାଯାଉଛି। ରାଜ୍ୟ ପର୍ଯ୍ୟଟନ ସ୍ଥଳୀ ଶ୍ରୀବଳଦେବଜୀଉ ମନ୍ଦିର, ସୂର୍ଯ୍ୟଘଡ଼ି ସହ ୧୫୦ ବର୍ଷ ପୂର୍ବର ଡାଇମଣ୍ଡ ଜୁବିଲି ପାଠାଗାର ପର୍ଯ୍ୟନ୍ତ ଅବହେଳାର ଶିକାର ହୋଇଛି।
ପ୍ରାୟ ୧୧ ବର୍ଗ କିଲୋମିଟର ଅଞ୍ଚଳରେ ଥିବା ମ୍ୟୁନିସିପାଲିଟିରେ ୨୧ଟି ୱାର୍ଡ ରହିଛି। ୨୦୧୧ ଜନଗଣନା ସମୟରେ ୪୭ ହଜାର ବାସିନ୍ଦା ଥିବାବେଳେ ୨୦୨୩ ସୁଦ୍ଧା ଏହି ସଂଖ୍ୟା ୮୦ହଜାରରୁ ଊର୍ଦ୍ଧ୍ୱ ହୋଇଛି। ଜନଗଣନା ସମୟରେ ସହର ମଧ୍ୟରେ ହିନ୍ଦୁ ଧର୍ମାବଲମ୍ବୀ ୬୭.୯୭ ପ୍ରତିଶତ, ମୁସଲମାନ ସମ୍ପ୍ରଦାୟ ୩୧.୬୩ ପ୍ରତିଶତ ଓ ଅନ୍ୟ ୦.୪ % ଥିଲେ। ପୌରବାସୀଙ୍କ ମଧ୍ୟରୁ ମାତ୍ର ୩୧.୭ % କର୍ମ ସଂସ୍ଥାନରେ ନିୟୋଜିତ ଥିବାବେଳେ ଅବଶିଷ୍ଟ ଗରିବୀ ସୀମାରେଖା ତଳେ ଅଛନ୍ତି। କର୍ମଜୀବୀ ମହିଳାଙ୍କ ସଂଖ୍ୟା ମାତ୍ର ୮.୯ % ଥିବା ଏହି ତଥ୍ୟରୁ ମିଳିଛି। ସହର ମଧ୍ୟରେ ଗୋଟିଏ ମଧ୍ୟ ଶିଳ୍ପସଂସ୍ଥା ନାହିଁ। ସେହିପରି ଐତିହ୍ୟସ୍ଥଳର ସୁରକ୍ଷା ସହ ଜିଲା ମଧ୍ୟରେ ଥିବା ଐତିହ୍ୟ ସମ୍ପଦର ସୁରକ୍ଷା ପାଇଁ ଏକ ମ୍ୟୁଜିୟମ୍‌ର ଦାବି ବହୁବାର ହୋଇଛି। ଦ୍ରୁତବୃଦ୍ଧିରେ ଥିବା ସହରର ପରିସୀମା ଏବେ ଯମଧରରୁ ଜଜାଙ୍ଗ, ଗୋପରୁ ଓସ୍ତପୁର ପର୍ଯ୍ୟନ୍ତ ଅଛି। ଏହାକୁ ପୌରାଞ୍ଚଳ ମଧ୍ୟରେ ସାମିଲ ହେଲେ ୧ ଲକ୍ଷରୁ ଊର୍ଦ୍ଧ୍ୱ ଜନସଂଖ୍ୟା ରହିବ। ଫଳରେ ସହରର ଉନ୍ନତୀକରଣ ପାଇଁ ସିଟି ହସ୍ପିଟାଲ, ସ୍ବେରେଜ ସିଷ୍ଟମ, ଟ୍ରାଫିକ୍‌ ବ୍ୟବସ୍ଥା, ପାନୀୟ ଜଳର ଆବଶ୍ୟକତା ପଡ଼ିବ। ଏ ନେଇ ପ୍ରଶାସକ ଓ ପୌରାଞ୍ଚଳ ପରିଷଦ ତପତ୍ର ହେବା ଆବଶ୍ୟକ। ଅନ୍ୟଥା ସ୍ବାୟତ୍ତ ଶାସନ କେବଳ ଏକ ପ୍ରହସନ ବୋଲି ବହୁ ବୁଦ୍ଧିଜୀବୀ ମତ ଦେଇଛନ୍ତି। ଅପରପକ୍ଷରେ ପୌରାଧ୍ୟକ୍ଷା ସରିତା ସାହୁଙ୍କୁ ପଚାରିବାରେ ପୌରାଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ବିଶେଷ ଧ୍ୟାନ ଦେଇଛନ୍ତି। ୨ ବର୍ଷରେ ସହର ମଧ୍ୟରେ ବହୁ ଉନ୍ନୟନ କାର୍ଯ୍ୟ ହୋଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri