ଆଜି ରାଜ୍ୟରୁ ୬୭୧ ଆକ୍ରାନ୍ତ ଚିହ୍ନଟ, ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୬୭୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨,୮୧,୪୫୫ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୯୩ ଜଣ ଚିହ୍ନଟ ହୋଇଥିବା ବେଳେ ୨୭୮ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି। ଏହି ଆକ୍ରାନ୍ତମାନଙ୍କ ମଧ୍ୟରେ ୧୩୧ ଜଣ ଶିଶୁ ବି ଅଛନ୍ତି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୧୦୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୦୩ ଏବଂ ଯାଜପୁରରୁ ୪୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳରୁ ୨୨, ବାଲେଶ୍ୱର ୧୨, ବରଗଡ଼ ୧୬, ଭଦ୍ରକ ୭, ବଲାଙ୍ଗୀର ୭, ବୌଦ୍ଧ ୧୬, ଦେବଗଡ଼ ୬, ଢେଙ୍କାନାଳ ୫, ଗଜପତି ୨୭, ଗଞ୍ଜାମ ୧୧, ଜଗତସିଂହପୁର ୧୨, ଝାରସୁଗୁଡ଼ା ୨୦, କଳାହାଣ୍ଡି ୧୧, କନ୍ଧମାଳ ୧୩, କେନ୍ଦ୍ରାପଡ଼ା ୧୯, କେନ୍ଦୁଝର ୯, କୋରାପୁଟ ୩୯, କେନ୍ଦ୍ରାପଡ଼ା ୧୯, ମାଲକାନଗିରି ୨, ମୟୂରଭଞ୍ଜ ୨୨, ନବରଙ୍ଗପୁର ୪, ନୟାଗଡ଼ ୧୮, ନୂଆପଡ଼ା ୧୪, ପୁରୀ ୧୨, ରାୟଗଡ଼ା ୯, ସମ୍ବଲପୁରରୁ ୨୮ ଏବଂ ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଷ୍ଟେଟ୍‌ ପୁଲ୍‌ ସଂଖ୍ୟା ରହିଛି ୨୩।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୧,୮୧,୪୫୫ରେ ପହଞ୍ଚିଥିବା ବେଳେ ୧୨,୬୪,୫୭୧ ଜଣ ସୁସ୍ଥ ହୋଇଛନ୍ତି। ୭୮୫୫ ଜଣ ଚିକିିତ୍ସିତ ହେଉଛନ୍ତି।