ଆଉ ୬୬ ମୁଣ୍ଡ ନେଲା କରୋନା: କେବଳ ଖୋର୍ଦ୍ଧାରୁ ୨୩

ଭୁବନେଶ୍ୱର,୧୮।୭(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ କରୋନାରେ ପ୍ରାଣ ହରାଇଛନ୍ତି ଆଉ ୬୬ ଜଣ ଆକ୍ରାନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୦୫୮କୁ ବୃଦ୍ଧି ପାଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରବିବାର ସୂଚନା ଦିଆଯାଇଛି। ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୩ ଜଣ ଅଛନ୍ତି। ସେହିପରି ଗଞ୍ଜାମରୁ ୮ ଜଣ ଥିବା ବେଳେ ମୟୂରଭଞ୍ଜ ଓ ସୁନ୍ଦରଗଡ଼ରୁ ୬ ଜଣ ଲେଖାଏ, ବୌଦ୍ଧରୁ ୫, ବରଗଡ଼ ଓ ନୟାଗଡ଼ରୁ ୩ ଜଣ ଲେଖାଏ, ଗଜପତି, କେନ୍ଦ୍ରାପଡ଼ା ଓ ପୁରୀରୁ ୨ ଜଣ ଲେଖାଏ, ଭଦ୍ରକ, ବଲାଙ୍ଗିର, ରାୟଗଡ଼ା, ଜଗତସିଂହପୁର, ଯାଜପୁର ଓ କନ୍ଧମାଳରୁ ଜଣେ ଲେଖାଏ ଅଛନ୍ତି।

ତେବେ ଖୋର୍ଦ୍ଧା ଜିଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୯୭କୁ ବୃଦ୍ଧି ପାଇଥିବା ବେଳେ ବରଗଡ଼ରେ ୨୪୧, ଭଦ୍ରକରେ ୫୮, ବଲାଙ୍ଗିରରେ ୮୮, ବୌଦ୍ଧରେ ୯୬, ଗଜପତିରେ ୭୯, ଗଞ୍ଜାମରେ ୪୧୬, ଜଗତସିଂହପୁରରେ ୮୭, ଯାଜପୁରରେ ୫୮, କନ୍ଧମାଳରେ ୬୧, କେନ୍ଦ୍ରାପଡ଼ାରେ ୧୦୯, ମୟୂରଭଞ୍ଜରେ ୧୮୪, ନୟାଗଡ଼ରେ ୧୩୯, ପୁରୀରେ ୩୦୪, ରାୟଗଡ଼ାରେ ୧୫୨ ଓ ସୁନ୍ଦରଗଡ଼ରେ ୪୪୦କୁ ବୃଦ୍ଧି ପାଇଛି।