ଆଜି କରୋନା ନେଲା ସର୍ବାଧିକ ମୁଣ୍ଡ: ଆଖି ବୁଜିଲେ ୬୫ ଆକ୍ରାନ୍ତ

ଭୁବନେଶ୍ୱର,୧୧।୭(ବ୍ୟୁରୋ): ରାଜ୍ୟରେ ଆଜି ସର୍ବାଧିକ ୬୫ଜଣ କରୋନା ଆକ୍ରାନ୍ତ ଆଖି ବୁଜିଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲାରୁ ୧୪ ଆକ୍ରାନ୍ତ ଥିବା ବେଳେ ପୁରୀ-କେନ୍ଦୁଝର-ବରଗଡ଼ରୁ ୬ ଲେଖାଏ ରହିଛନ୍ତି। ସେହିଭଳି ଅନୁଗୋଳ-ମୟୂରଭଞ୍ଜରୁ ୫ ଲେଖାଏ, ନୟାଗଡ଼ରୁ ୪, ସୁନ୍ଦରଗଡ଼-କେନ୍ଦ୍ରାପଡ଼ା-ଗଞ୍ଜାମରୁ ୩ ଲେଖାଏ, ବାଲେଶ୍ୱର-ବଲାଙ୍ଗୀର-ବୌଦ୍ଧ ଓ କଟକରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୪,୫୯୯କୁ ବୃଦ୍ଧି ପାଇଛି।