ଆଜି ରାଜ୍ୟରୁ ୬୪ ପଜିଟିଭ୍‌ ଚିହ୍ନଟ, ୩,୩୮,୦୦୦ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୧୨ା୩(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୬୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୦୫୬ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୭ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ମୟୂରଭଞ୍ଜରୁ ୮, ଖୋର୍ଦ୍ଧା ଏବଂ କଟକରୁ ୭ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୨, ବାଲେଶ୍ୱର ୧, ବରଗଡ଼ ୪, ବଲାଙ୍ଗୀର ୨, ଦେବଗଡ଼ ୨, ଢେଙ୍କାନାଳ ୧, ଗଜପତି ୪, ଗଞ୍ଜାମ ୧, ଯାଜପୁର ୫, ଝାରସୁଗୁଡ଼ା ୨, କଳାହାଣ୍ଡି ୩, ରାୟଗଡ଼ା ୧ ଏବଂ ସମ୍ବଲପୁରରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଭୁବନେଶ୍ୱରର ଜଣେ ୭୨ ବର୍ଷୀୟ ବୃଦ୍ଧଙ୍କ କରୋନାରେ ମୃତ୍ୟୁ ଘଟିଛି। ସେ ଡାଇବେଟିସ, ଉଚ୍ଚ ରକ୍ତଚାପ ଏବଂ ବ୍ରୋଙ୍କିଆଲ ଆଜ୍‌ମାରେ ପୀଡ଼ିତ ଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନାରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୦୫୬ରେ ପହଞ୍ଚିଥିବା ବେଳେ ୩,୩୫,୪୦୮ ଜଣ ସୁସ୍ଥ ହୋଇଛନ୍ତି। ୬୭୭ ଜଣ ଚିକିିତ୍ସିତ ହେଉଛନ୍ତି।