ଆଜି ରାଜ୍ୟରୁ ୬୩ ପଜିଟିଭ୍‌ ଚିହ୍ନଟ, ସର୍ବାଗ୍ରେ ରହିଛି ମୟୂରଭଞ୍ଜ

ଭୁବନେଶ୍ୱର,୧୧ା୩(ବ୍ୟୁରୋ): ଗୁରୁବାର ରାଜ୍ୟରୁ ୬୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୯୯୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୮ ଜଣ ଚିହ୍ନଟ ହୋଇଥିବା ବେଳେ ୨୫ ଜଣ ସ୍ଥାନୀୟ ସଂକ୍ରମିତ ଅଟନ୍ତି।

ଆଜି ମୟୂରଭଞ୍ଜରୁ ସର୍ବାଧିକ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୧୧, ବାଲେଶ୍ୱର ଏବଂ ସୁନ୍ଦରଗଡ଼ରୁ ୭ ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳରୁ ୧, ଦେବଗଡ଼ ୩, ଗଞ୍ଜାମ ୧, ଯାଜପୁର ୩, ଝାରସୁଗୁଡ଼ା ୧, କଳାହାଣ୍ଡି ୨, ଖୋର୍ଦ୍ଧା ୪, କୋରାପୁଟ ୧ ଏବଂ ନୂଆପଡ଼ାରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୯୯୨ରେ ପହଞ୍ଚିଥିବା ବେଳେ ୩,୩୫,୩୨୨ ଜଣ ସୁସ୍ଥ ହୋଇଛନ୍ତି। ୭୦୦ ଜଣ ଚିକିିତ୍ସିତ ହେଉଛନ୍ତି।