୧୭ ସ୍ଥାନରେ ଚଢ଼ାଉ, ୬୨ କେଜି ବିସ୍ଫୋରକ ଜବତ

ଖୋର୍ଦ୍ଧା ଅଫିସ, ୭।୩ : ସୋମବାର ଭୂଷଣ୍ଡପୁର ବାଣ ବିସ୍ଫୋରଣ ଘଟଣା ପରେ ଜିଲା ଜିଲାପାଳଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଖୋର୍ଦ୍ଧା ପୋଲିସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଛି। ଜିଲାର ସମସ୍ତ ଥାନା ୧୭ଟି ସ୍ଥାନରେ ଚଢ଼ାଉ କରି ୭ଟି ମାମଲା ରୁଜୁ କରିବା ସହ ୬ ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି। ଚଢାରେ ୬୨ କେଜି ବିସ୍ଫୋରକ ଜବତ ହୋଇଥିବା ଏସ୍‌ପି ସିଦ୍ଧାର୍ଥ କଟ୍ଟାରିଆ ସୂଚନା ଦେଇଛନ୍ତି। ବେଆଇନ ଭାବେ ଚାଲିଥିବା ବାଣ ଗୋଦାମ ଉପରେ ଚଢ଼ାଉ କରାଯିବ। ସେପଟେ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଶୃଙ୍ଖଳିତ ଦୋଳ ଓ ଆତସବାଜି ଆୟୋଜନ ଉପରେ ଗୁରୁତ୍ୱ ଦିଆଯାଇଛି।