Posted inଫୁରସତ

୬୧୦ କି.ଗ୍ରା.ରୁ ୬୩ କି.ଗ୍ରା.

ମେଦବହୁଳତା ଅନେକ ରୋଗକୁ ଡାକି ଆଣିଥାଏ। ଚଲାବୁଲା କରି ହୁଏନା। ସାଧାରଣଭାବେ ଜିଇ ହୁଏନା। ଜୀବନ ଦୁର୍ବିସହ ହୋଇଯାଏ। ଏମିତି ଅନେକ ମୋଟା ଲୋକଙ୍କୁ ଆପଣମାନେ ଦେଖିଥିବେ। ହେଲେ ସାଉଦୀର ଜରଜାନ ସହରରେ ରହୁଥିବା ଖାଲିଦ ମୋହସିନ ଅଲ ଶାୟରୀଙ୍କ ପରି ମୋଟା ଲୋକ ଦେଖି ନ ଥିବେ। ମାତ୍ର ୧୭ ବର୍ଷ ବୟସରେ ତାଙ୍କ ଶରୀରର ଓଜନ ୬୦୯ କି.ଗ୍ରା ଥିଲା। ଏତେ ମୋଟା ହୋଇଥିବାରୁ ସେ ଚଲାବୁଲା କରିପାରୁ ନ ଥିଲେ। ବହୁତ ଅସୁସ୍ଥ ରହୁଥିଲେ। ୨୦୧୩ରେ ଯେବେ ତାଙ୍କ ଦେହ ଅତ୍ୟଧିକ ଖରାପ ହେଲା ଡାକ୍ତରଖାନା ନେବା ଲାଗି ଦ୍ୱିତୀୟ ମହଲାରୁ ତଳ ମହଲାକୁ ଶିଡ ଦେଇ ଆଣିବା ସମ୍ଭବ ହୋଇ ନ ଥିଲା। ତେଣୁ କାନ୍ଥ ଭାଙ୍ଗି କ୍ରେନ ସାହାଯ୍ୟରେ ତାଙ୍କୁ ଟେକି ବାହାରକୁ ଅଣାଯାଇଥିଲା। ଆଉ ଡାକ୍ତରଖାନା ନିଆଯାଇଥିଲା। ଡାକ୍ତର କହିଥିଲେ ଶରୀରର ଅତ୍ୟଧିକ ଓଜନ ତାଙ୍କ ଜୀବନ ପାଇଁ ବିପଜ୍ଜନକ। ମେଡିକାଲ ପହଞ୍ଚତ୍ବାବେଳେ ତାଙ୍କ ଓଜନ ୬୧୦ କିଗ୍ରା. ଥିଲା। ସେତେବେଳେ ସେ ପୃଥିବୀର ସବୁଠାରୁ ମୋଟା କିଶୋର ଭାବେ ପରିଚିତ ହେଉଥିଲେ। ତେଣୁ ଡାକ୍ତର ତାଙ୍କ ଓଜନ କମାଇବାକୁ ଅନେକ ଚେଷ୍ଟା କଲେ। ତାଙ୍କୁ ଷ୍ଟ୍ରିକ୍ଟ ଡାଏଟ୍‌ରେ ରଖିବା ସହ ଖୁବ୍‌ ବ୍ୟାୟାମ କରାଇଥିଲେ। ଆଉ ୬ ମାସ ଭିତରେ ଖାଲିଦ ମୋହସିନଙ୍କର ଓଜନ କମି ୬୩ କି.ଗ୍ରାକୁ ପହଞ୍ଚତ୍ଗଲା। ତାଙ୍କ ଶରୀରର ଏଭଳି ପରିବର୍ତ୍ତନ ଲାଗି ତାଙ୍କୁ ଚିହ୍ନିବା କଷ୍ଟକର ହୋଇଗଲା। କାରଣ ପୂର୍ବର ଓ ଏବେକାର ଶରୀରରେ ଆକାଶ ପାତାଳର ଫରକ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

ବିଶ୍ୱ ସିଂହ ଦିବସ: ସୁରକ୍ଷା ପାଇଁ ସଚେତନତା ଜରୁରୀ

ପ୍ରତିବର୍ଷ ଅଗଷ୍ଟ ୧୦ରେ ପାଳନ କରାଯାଇଆସୁଛି ‘ବିଶ୍ୱ ସିଂହ ଦିବସ’। ଜଙ୍ଗଲର ରାଜା କୁହାଯାଉଥିବା ସିଂହର ସୁରକ୍ଷା, ବଂଶ ବୃଦ୍ଧି ଏବଂ ସେମାନଙ୍କର ହ୍ରାସ ପାଉଥିବା ବାସସ୍ଥଳୀ…

୧୨ ତାରିଖରେ ମହାକାଶରେ ଦେଖାଯିବ ୪ ବିରଳ ଦୃଶ୍ୟ, ସୂର୍ଯ୍ୟୋଦୟ ପୂର୍ବରୁ…

ଓ୍ବାଶିଂଟନ,୧୦ା୮: ଆସନ୍ତା ୧୨ ତାରିଖରେ ୨୪ ଘଣ୍ଟା ମଧ୍ୟରେ ମହାକାଶରେ ୪ଟି ଅଲଗା ବିରଳ ମହାକାଶୀୟ ଦୃଶ୍ୟ ଦେଖିବାକୁ ମିଳିବ। ଯଦିଓ ଏହିସବୁ ଘଟଣା ନିଜସ୍ବ କ୍ୟାଲେଣ୍ଡର…

୨୨୦ କୋଟି ଖର୍ଚ୍ଚ କରି ଯୁବକ ହେଲେ କୁକୁର, କାରଣ ଜାଣିଲେ ଉଡିଜିବ ହୋସ୍‌: ଦେଖନ୍ତୁ Video

ନୂଆଦିଲ୍ଲୀ, ୮।୮: ସୋସିଆଲ ମିଡିଆରେ ଏକ ଭିଡିଓ ଦ୍ରୁତଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। ଭାଇରାଲ ପୋଷ୍ଟରେ ଦାବି କରାଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri