ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୬୦୬୭ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨ା୨(ବ୍ୟୁରୋ): ବୁଧବାର ରାଜ୍ୟରୁ ଆଉ ୬୦୬୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୧୨,୧୫,୩୮୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।

ଆଜି ଖୋର୍ଦ୍ଧାରୁ ସର୍ବାଧିକ ୧୪୮୬ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୪୪ ଏବଂ ବାଲେଶ୍ୱରରୁ ୪୯୫ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି କଟକରୁ ୩୯୩, ନୂଆପଡ଼ା ୩୦୭, ନୟାଗଡ଼ ୨୦୮, ଯାଜପୁର ୨୦୩, କଳାହାଣ୍ଡି ୧୭୬, ମୟୂରଭଞ୍ଜ ୧୪୭, ବରଗଡ଼ ୧୪୧, କେନ୍ଦୁଝର ୧୪୦, ସମ୍ବଲପୁର ୧୩୮, ବଲାଙ୍ଗୀର ୧୩୩, ନବରଙ୍ଗପୁର ୧୨୯, କୋରାପୁଟ ୧୨୧, ଗଜପତି ୧୦୬, ଭଦ୍ରକ ୯୫, ଅନୁଗୋଳ ୯୪, ବୌଦ୍ଧ ୮୭, କନ୍ଧମାଳ ୮୩, ରାୟଗଡ଼ା ୭୭, ଗଞ୍ଜାମ ୭୫, ଢେଙ୍କାନାଳ ୭୩, ଜଗତସିଂହପୁର ୭୩, ପୁରୀ ୬୧, ମାଲକାନଗିରି ୫୫, ଝାରସୁଗୁଡ଼ା ୪୫, କେନ୍ଦ୍ରାପଡ଼ା ୩୩, ସୋନପୁରରୁ ୨୬ ଏବଂ ଦେବଗଡ଼ରୁ ୨୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଷ୍ଟେଟପୁଲ୍‌ ସଂଖ୍ୟା ୨୯୯ ରହିଛି।